Advertisment

ସୁଖୁ ସରକାରଙ୍କ ବଢ଼ିଲା ଅଡୁଆ, ଅନାସ୍ଥା ପ୍ରସ୍ତାବ ଆଣିଲା ବିଜେପି

କଂଗ୍ରେସ ସରକାରରେ ବଡ ଧରଣର ଫାଟ ସୃଷ୍ଟି ହୋଇଥିବା ଚର୍ଚ୍ଚା ହୋଇଛି।

author-image
Madhupriya Mistry
Himachal pradesh CM

Himachal pradesh CM

ହିମାଚଳ ପ୍ରଦେଶରେ ଦେଖାଦେଇଛି ରାଜନୈତିକ ଅସ୍ଥିରତା। ରାଜ୍ୟରେ ଥିବା କଂଗ୍ରେସ ସରକାରର ବଢିଲା ଅଡୁଆ। ଆଜି ବିରୋଧୀଦଳ ବିଜେପି ରାଜ୍ୟପାଳଙ୍କୁ ଭେଟି ସୁଖବିନ୍ଦର ସିଂହ ସୁଖୁ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛି। ସରକାର ଲୋକମାନଙ୍କର ଆସ୍ଥା ହରାଇଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି। ତେଣୁ ସରକାରରେ ରହିବା ନୈତିକ ଦାୟିତ୍ୱ ସେ ହରାଇଛନ୍ତି ବୋଲି ବିଜେପି ନେତାମାନେ କହିଛନ୍ତି।

Advertisment

ହିମାଚଳ ପ୍ରଦେଶରେ ସୁଖବିନ୍ଦର ସୁଖୁଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାର ଆସ୍ଥା ହରାଇସାରିଛି ବୋଲି ବିରୋଧୀ ଦଳ ନେତା ଜୟରାମ ଠାକୁର ଅଭିଯୋଗ ଆରିଛନ୍ତି। ଆଜି ହିମାଚଳ ବିଧାନସଭାରେ ବଜେଟ୍ ଉପସ୍ଥାପନ ହେବାକୁ ଥିବାବେଳେ ଏହା ପୂର୍ବରୁ ଡିଭିଜନ୍ ଭୋଟିଂର ଦାବି କରିଛି ବିଜେପି।

୬୮ ଆସନ ବିଶିଷ୍ଟ ହିମାଚଳ ପ୍ରଦେଶରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୩୫। କଂଗ୍ରେସ ପାଖରେ ୪୦ ବିଧାୟକ ଥିବା ବେଳେ ୨୫ଜଣ ବିଜେପି ବିଧାୟକ ଅଛନ୍ତି। କଂଗ୍ରେସ ପାଖରେ ବହୁମତ ଥିଲେ ମଧ୍ୟ ଗତକାଲି ରାଜ୍ୟସଭା ନିର୍ବାଚରେ ବିଜେପି ପ୍ରାଥୀ ହର୍ଷ ମହାଜନ ବିଜୟୀ ହୋଇଥିଲେ। ଆବଶ୍ୟକ ସଂଖ୍ୟା ନ ଥିଲେ ମଧ୍ୟ ରାଜ୍ୟସଭା ସିଟ୍‌କୁ ହାତେଇ ଥିଲା ବିଜେପି।

Advertisment

ଏହାପରେ କଂଗ୍ରେସ ସରକାରରେ ବଡ ଧରଣର ଫାଟ ସୃଷ୍ଟି ହୋଇଥିବା ଚର୍ଚ୍ଚା ହୋଇଛି। କଂଗ୍ରେସ ବିଧାୟକଙ୍କ କ୍ରସ୍ ଭୋଟିଂ ପାଇଁ ଦଳର ରାଜ୍ୟସଭା ପ୍ରାର୍ଥୀ ଅଭିଷେକ ମନୁ ସିଂଘବୀ ହାରି ଯାଇଛନ୍ତି। ତେଣୁ କଂଗ୍ରେସର ୬ ଜଣ କ୍ରସ ଭୋଟିଂ କରିଥିବା ସନ୍ଦେହ କରାଯାଉଛି। 

Bjp Congress Himachal Pradesh Sukhvinder Singh Sukhu