Advertisment

ଦିଲ୍ଲୀରେ ଜଳ ସଙ୍କଟ; ପାଣି ଦେବାକୁ ମନା କରିଦେଲେ ହିମାଚଳ ସରକାର

ଦିଲ୍ଲୀ ସରକାର ଯମୁନା ଜଳ ବଣ୍ଟନକୁ ନେଇ ସୁପ୍ରିମକୋର୍ଟରେ କରିଥିବା ଏକ ଆବେଦନ ଉପରେ ଶୁଣାଣି ହୋଇଛି।

author-image
Debibandita Barick
Delhi Water Crisis

Delhi Water Crisis

ଦିଲ୍ଲୀରେ ଜଳ ସଙ୍କଟ ମଧ୍ୟରେ ୟୁ-ଟର୍ଣ୍ଣ ନେଇଛନ୍ତି ହିମାଚଳ ପ୍ରଦେଶ ସରକାର। ପୂର୍ବରୁ ପାଣି ଦେବାକୁ କହି ଏବେ ସୁପ୍ରିମକୋର୍ଟରେ ମନା କରି ଦେଇଛନ୍ତି। ଆମ ପାଖରେ ବଳକା ୧୩୬ କ୍ୟୁସେକ୍ ଜଳ ନାହିଁ ବୋଲି ସୁପ୍ରିମକୋର୍ଟରେ କହିଛନ୍ତି ହିମାଚଳ ପ୍ରଦେଶ ସରକାର।

Advertisment

ସୂଚନା ଅନୁସାରେ, ଦିଲ୍ଲୀ ସରକାର ଯମୁନା ଜଳ ବଣ୍ଟନକୁ ନେଇ ସୁପ୍ରିମକୋର୍ଟରେ ଏକ ଆବେଦନ କରିଥିଲେ। ହିମାଚଳ ପ୍ରଦେଶରୁ ଆସୁଥିବା ଜଳକୁ ହରିୟାଣା ଜାତୀୟ ରାଜଧାନୀକୁ ଯୋଗାଉ ବୋଲି ସରକାରଙ୍କ ପକ୍ଷରୁ ଆବେଦନ ହୋଇଥିଲା।

ଆଜି ସର୍ବୋଚ୍ଚ ଅଦାଲତ ଏ ଉପରେ ଶୁଣାଣି କରିଛନ୍ତି। ଶୁଣାଣି ସମୟରେ ହିମାଚଳ ପ୍ରଦେଶ ସରକାର କହିଛନ୍ତି, ଆମ ପାଖରେ ବଳକା ପାଣି ନଥିବାରୁ ଆମେ ଦିଲ୍ଲୀକୁ ଯୋଗାଣ କରିପାରିବୁ ନାହିଁ। ଉଭୟ ପକ୍ଷଙ୍କୁ ଶୁଣିବା ପରେ ଏହା ଏକ ଜଟିଳ ଏବଂ ସମ୍ବେଦନଶୀଳ ପ୍ରସଙ୍ଗ ବୋଲି କହିଛନ୍ତି ସୁପ୍ରିମକୋର୍ଟ।

Advertisment

ଏହି ମାମଲାର ସମାଧାନ ପାଇଁ ଆମ ପାଖରେ ବିଶେଷଜ୍ଞ ନାହାନ୍ତି। ଉପର ଯମୁନା ରିଭର ବୋର୍ଡ(UYRB) ଏହାର ସମାଧାନ କରିପାରିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ତେଣୁ ଦିଲ୍ଲୀ ସରକାରଙ୍କୁ ଯମୁନା ରିଭର ବୋର୍ଡଙ୍କ ଦ୍ୱାରସ୍ଥ ହେବାକୁ ପରାମର୍ଶ ଦେଇଛନ୍ତି ସୁପ୍ରିମକୋର୍ଟ। 

ଏଥିସହ କୋର୍ଟ ମଧ୍ୟ ଯମୁନା ବୋର୍ଡକୁ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ବୋର୍ଡ ଆସନ୍ତାକାଲି ସୁଦ୍ଧା ସମସ୍ତ ପକ୍ଷଙ୍କ ସହ ଏକ ବୈଠକ କରିବା ସହ ଶୀଘ୍ର ଏ ଉପରେ ନିଷ୍ପତ୍ତି ନେବାକୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।  

Delhi Water Crisis News Delhi Water Crisis Supreme Court