Advertisment

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ, ରାହୁଲ ଗାନ୍ଧିଙ୍କ ବିରୋଧରେ ଏଫ୍‌ଆଇଆର୍‌ ରୁଜୁ କର

ଭିଡକୁ ଉସ୍‌କାଇବା ଅଭିଯୋଗରେ ରାହୁଲ ବିରୋଧରେ ମାମଲା ରୁଜୁ କରିବାକୁ ସେ ପୁଲିସକୁ କହିଛନ୍ତି।

Rahul Gandhi

Rahul Gandhi

Advertisment

କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ବିରୋଧରେ ରୁଜୁ କର କେସ୍‌। ତାଙ୍କ ବିରୋଧରେ ଏଫ୍‌ଆଇଆର୍‌ କରାଯାଉ। ପୁଲିସକୁ ଏଭଳି କିଛି ନିର୍ଦ୍ଦେଶ ଦେଇଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା। ଭିଡକୁ ଉସ୍‌କାଇବା ଅଭିଯୋଗରେ ରାହୁଲ ବିରୋଧରେ ମାମଲା ରୁଜୁ କରିବାକୁ ସେ ପୁଲିସକୁ କହିଛନ୍ତି।

Advertisment

ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରା ଆସାମର ଗୌହାଟିରେ ପ୍ରବେଶ କରିଛି। ଏହି ସମୟରେ ମଙ୍ଗଳବାର କଂଗ୍ରେସ କର୍ମୀ ଓ ପୁଲିସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। କଂଗ୍ରେସ କର୍ମୀମାନେ ପୁଲିସ ସହ ଧସ୍ତାଧସ୍ତି ହେବା ସହ ବ୍ୟାରିକେଡ୍ ଭାଙ୍ଗି ଦେଇଛନ୍ତି। କୁହାଯାଉଛି ଯେ ରାହୁଲ ଗାନ୍ଧି ସହରରେ ଯାତ୍ରା କରିବାକୁ ଅନୁମତି ମାଗୁଥିଲେ, କିନ୍ତୁ ଅନୁମତି ନ ମିଳିବାରୁ କଂଗ୍ରେସ କର୍ମୀମାନେ ଜୋରଦାର ହଙ୍ଗାମା କରିଛନ୍ତି।

ଏହି ମାମଲାରେ ଏବେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଡିଜିପିଙ୍କ ସହ କଥା ହୋଇ ରାହୁଲ ଗାନ୍ଧିଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି ଯେ 'ଏମାନେ ଆସାମ ସଂସ୍କୃତିର ଅଂଶ ନୁହଁନ୍ତି। ଆମେ ଏକ ଶାନ୍ତିପୂର୍ଣ୍ଣ ରାଷ୍ଟ୍ର। ଏହିପରି ନକ୍ସଲାଇଟ୍ ରଣନୀତି ଆମ ସଂସ୍କୃତିଠାରୁ ସମ୍ପୂର୍ଣ୍ଣ ଭିନ୍ନ। ତେଣୁ ଭିଡକୁ ଉସ୍‌କାଇବା ଅଭିଯୋଗରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଡିଜିପିକୁ ନିର୍ଦ୍ଦେଶ ଦେଇଛି।'

Advertisment

ସୋଶାଲ ମିଡିଆରେ କଂଗ୍ରେସ କର୍ମୀଙ୍କ ହଙ୍ଗାମା ବେଳର ଭିଡିଓକୁ ଏହି ମାମଲାରେ ପ୍ରମାଣ ରୂପେ ବ୍ୟବହାର କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଡିଜିପିକୁ କହିଛନ୍ତି। ଅନିୟମିତ ଆଚରଣ ଏବଂ ସହମତ ନିର୍ଦ୍ଦେଶାବଳୀଗୁଡିକର ଉଲ୍ଲଂଘନ ଯୋଗୁ ଗୌହାଟୀରେ ବ୍ୟାପକ ଟ୍ରାଫିକ୍ ଜାମ୍ ହୋଇଛି ବୋଲି ହିମନ୍ତ ବିଶ୍ୱ ଶର୍ମା ଅଭିଯୋଗ ଆଣିଛନ୍ତି।

ସେପଟେ ପୁଲିସ ସହ କଂଗ୍ରେସ କର୍ମୀଙ୍କ ହୋଇଥିବା ଧସ୍ତାଧସ୍ତିକୁ ନେଇ ଓ୍ୱାଇନାଡ ସାଂସଦ ରାହୁଲ ଗାନ୍ଧି କହିଛନ୍ତି, 'ଏହି ମାର୍ଗ ଦେଇ ବଜରଙ୍ଗ ଦଳ ଏବଂ ଜେପି ନାଡ୍ଡାଙ୍କ ରାଲି ଅନୁଷ୍ଠିତ ହୋଇଥିଲା, କିନ୍ତୁ ସେମାନେ ଆମକୁ ଅଟକାଉଛନ୍ତି। ଆମେ କଂଗ୍ରେସ କର୍ମୀ ଶକ୍ତିଶାଳୀ, ଆମେ ବ୍ୟାରିକେଡ୍ ଭାଙ୍ଗିଛୁ, କିନ୍ତୁ ଆମେ ଆଇନ ଭାଙ୍ଗିବୁ ନାହିଁ।'

ଉଲ୍ଲେଖଯୋଗ୍ୟ, ଆଜି ପାଞ୍ଚ ହଜାରରୁ ଅଧିକ କଂଗ୍ରେସ କର୍ମୀ ଗୌହାଟିକୁ ପ୍ରବେଶ କରିଥିଲେ। ଏହି ସମୟରେ ରାସ୍ତାରୁ ଜନ ସମାଗମ ହଟାଇବା ପାଇଁ ବ୍ୟାପକ ପୁଲିସ ଫୋର୍ସ ଘଟଣାସ୍ଥଳରେ ପହଞ୍ଚିଥିଲେ। ଟ୍ରାଫିକ ନିୟନ୍ତ୍ରଣ କରିବା ପାଇଁ ପୁଲିସ କଂଗ୍ରେସ କର୍ମୀଙ୍କୁ ଅନ୍ୟ ରାସ୍ତାରେ ଯିବାକୁ କହିଥିଲା, କିନ୍ତୁ ଏହାକୁ ସେମାନେ ବିରୋଧ କରିଥିଲେ। ଫଳରେ କଂଗ୍ରେସ କର୍ମୀ ଓ ପୁଲିସ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା। ଗୌହାଟିରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ପରେ ପୁଲିସ କଂଗ୍ରେସର ନ୍ୟାୟ ଯାତ୍ରାକୁ ବନ୍ଦ କରି ଦେଇଛି।

Assam Rahul Gandhi Bharat Jodo Nyay Yatra Himanta Biswa Sarma
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe