Advertisment

ହିମନ୍ତ କହିଲେ- ରାହୁଲ, ପ୍ରିୟଙ୍କା ହେଉଛନ୍ତି 'ଅମୁଲ ବେବି'

ଆସାମର ଲୋକମାନେ ଗାନ୍ଧି ପରିବାରର 'ଅମୁଲ ବେବଙ୍କୁ' ଦେଖିବାକୁ କାହିଁକି ଯିବେ? ବରଂ ତାଙ୍କୁ ଦେଖିବା ଅପେକ୍ଷା ଲୋକେ କାଜିରଙ୍ଗା ଯାଇ ବାଘ ଓ ଗେଣ୍ଡା ଦେଖିବା ପାଇଁ ଅଧିକ ପସନ୍ଦ କରିବେ ବୋଲି ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି।

author-image
Madhupriya Mistry
Himant Sarma On Rahul and Priyanka

Himant Sarma On Rahul and Priyanka

ଆଉ ଦିନକ ପରେ ପଡିବ ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ। ଏଥିପାଇଁ ସମସ୍ତ ରାଜନୈତିକ ଦଳ ଜୋର୍‌ ସୋର୍‌ରେ ପ୍ରଚାରରେ ଲାଗିଛନ୍ତି। ନେତାଙ୍କ ଘନ ଘନ ରୋଡ୍‌ ଶୋ' ମଧ୍ୟ ଚାଲିଛି। ଏହାରି ଭିତରେ ନେତାଙ୍କ ମଧ୍ୟରେ ବୟାନବାଜି ମଧ୍ୟ ବଢ଼ି ଯାଇଛି। ଦୀର୍ଘ ଦିନ ହେବ କଂଗ୍ରେସକୁ ଟାର୍ଗେଟ କରି ଆସୁଥିବା ଆସମା ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ପୁଣି ଥରେ ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧିଙ୍କୁ କରିଛନ୍ତି କଟାକ୍ଷ। ସେ ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧିଙ୍କୁ 'ଅମୁଲ ବେବି' କହି ପରିହାସ କରିଛନ୍ତି।

Advertisment

କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ମଙ୍ଗଳବାର ଆସାମର ଜୋରାହଟରେ ରୋଡ୍‌ କରିଥିଲେ। ତେବେ ଏହାର କିଛି ଘଣ୍ଟା ପରେ ଏକ ସାମ୍ବାଦକ ସମ୍ମିଳନୀ କରିରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଗାନ୍ଧି ପରିବାରକୁ କଡା ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, 'ଆସାମର ଲୋକମାନେ ଗାନ୍ଧି ପରିବାରର 'ଅମୁଲ ବେବଙ୍କୁ' ଦେଖିବାକୁ କାହିଁକି ଯିବେ? ବରଂ ତାଙ୍କୁ ଦେଖିବା ଅପେକ୍ଷା ଲୋକେ କାଜିରଙ୍ଗା ଯାଇ ବାଘ ଓ ଗେଣ୍ଡା ଦେଖିବା ପାଇଁ ଅଧିକ ପସନ୍ଦ କରିବେ।'

ମଙ୍ଗଳବାର ଜୋରହାଟରେ କଂଗ୍ରେସ ସାଂସଦ ଗୌରବ ଗୋଗୋଇଙ୍କ ସହ ମିଶି ପ୍ରିୟଙ୍କା ଗାନ୍ଧି ଏକ ରୋଡ୍‌ ଶୋ' କରିଥିଲେ। ତେବେ ଏହି ରୋଡ୍‌ ଶୋ'ରେ ମାତ୍ର ୨ରୁ ୩ ଜହରାର ଲୋକ ସାମିଲ ହୋଇଥିବା ହିମନ୍ତ ବିଶ୍ୱ ଶର୍ମା ଦାବି କରିଛନ୍ତି। ଭାଇ-ଭଉଣୀ (ରାହୁଲ-ପ୍ରିୟଙ୍କା) ହେଉଛି ଅମୁଲ ବେବି। ଏମାନେ କେବଳ ବିଜ୍ଞାପନ ପାଇଁ ଉପଯୁକ୍ତ ବୋଲି ଆସାମ ମୁଖ୍ୟମନ୍ତ୍ରୀ କଟାକ୍ଷ କରିଛନ୍ତି।

Advertisment

କେବଳ ସେତିକି ନୁହେଁ ହିମନ୍ତ ବିଶ୍ୱ ଶର୍ମା କଂଗ୍ରେସ ସାଂସଦ ଗୌରବ ଗୋଗଇଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି। ଆମକୁ 'ରାହୁଲ ଗାନ୍ଧି ଜିନ୍ଦାବାଦ' ନାରା ଲଗାଉଥିବା କୌଣସି ସାଂସଦଙ୍କ ଆବଶ୍ୟକ ନାହିଁ। ଆମକୁ ଏଭଳି ଜଣେ ସାଂସଦ ଦରକାର ଯିଏ ଆମର ସମସ୍ୟା ବୁଝି ପାରିବ। ଗୌରଗ ଗାନ୍ଧି ପରିବାରର ମୁଖପାତ୍ର ଅଟନ୍ତି। ଗୌରବ ଆସାମବାସୀଙ୍କ ପାଇଁ ଗୋଟିଏ ବି ଶବ୍ଦ କହି ନାଥିବା ହିମନ୍ତି ଅଭିଯୋଗ କରିଛନ୍ତି।

ଲୋକସଭା ନିର୍ବାଚନ ପାଇଁ ମଙ୍ଗଳବାର ଆସାମର ଜୋରାହଟରେ ପ୍ରିୟଙ୍କା ଗାନ୍ଧି କଂଗ୍ରେସ ପ୍ରାର୍ଥୀଙ୍କ ସମର୍ଥନରେ ପ୍ରଚାର କରିଥିଲେ। ଏହି ସମୟରେ ସେ ଏକ ରୋଡ୍‌ ଶୋ' ମଧ୍ୟ କରିଥିଲେ। ତାଙ୍କ ସହ ଅନେକ କଂଗ୍ରେସ କର୍ମୀଙ୍କ ସମେତ ସାଂସଦ ଗୌରବ ଗୋଗଇ ମଧ୍ୟ ଉପସ୍ଥିତ ଥିଲେ।

Rahul Gandhi Priyanka Gandhi Vadra Himanta Biswa Sarma