Advertisment

ଶାହରୁଖ ଖାନଙ୍କ ସହ କ’ଣ ସବୁ କଥା ହୋଇଥିଲେ ହିମନ୍ତ ବିଶ୍ୱଶର୍ମା, ଦେଲେ ବିସ୍ତୃତ ତଥ୍ୟ

ଶନିବାର ଦିନ ଶାହରୁଖ ତାଙ୍କୁ ମେସେଜ ଦେଇଥିଲେ ମଧ୍ୟ ହିମନ୍ତ ବିଶ୍ୱଶର୍ମା ତାଙ୍କୁ ଚିହ୍ନି ପାରି ନଥିଲେ। ସେ ୨୦୦୧ ପରଠାରୁ ପ୍ରାୟତଃ ସିନେମା ଦେଖୁ ନଥିବାରୁ ଶାହରୁଖଙ୍କୁ ଚିହ୍ନ ନଥିଲେ।

author-image
Hemant Lenka
shahrukh Khan

shahrukh Khan

ବଲିଉଡ କିଙ୍ଗ ଶାହରୁଖ ଖାନଙ୍କ ସହ ଗୋଟିଏ ଦିନ ତଳେ ଫୋନ ଯୋଗେ କଥା ହୋଇଥିବା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଆଜି ପୁଣି ଥରେ ବଡ଼ କଥା କହିଛନ୍ତି। ଏଥିସହ ଶାହରୁଖ ତାଙ୍କୁ ଫୋନ ଯୋଗେ କେମିତି ପରିଚୟ ଦେଇଥିଲେ ଓ କଥା ହୋଇଥିଲେ, ତା’ର ବିସ୍ତୃତ ତଥ୍ୟ ମଧ୍ୟ ଦେଇଛନ୍ତି।

Advertisment

ଶନିବାର ଦିନ ଶାହରୁଖ ତାଙ୍କୁ ମେସେଜ ଦେଇଥିଲେ ମଧ୍ୟ ହିମନ୍ତ ବିଶ୍ୱଶର୍ମା ତାଙ୍କୁ ଚିହ୍ନି ପାରି ନଥିଲେ। ସେ ୨୦୦୧ ପରଠାରୁ ପ୍ରାୟତଃ ସିନେମା ଦେଖୁ ନଥିବାରୁ ଶାହରୁଖଙ୍କୁ ଚିହ୍ନ ନଥିଲେ।

ବିଶ୍ୱଶର୍ମା କହିଛନ୍ତି, “ଶନିବାର ସନ୍ଧ୍ୟା ୭.୧୫ରେ ଶାହରୁଖ ଖାନଙ୍କ ପକ୍ଷରୁ ମେସେଜ ଆସିଥିଲା। ସେ ନିଜକୁ ମୁଁ ଶାହରୁଖ ଖାନ ଓ ମୁଁ ଆପଣଙ୍କ ସହ କଥା ହେବାକୁ ଚାହୁଁଥିବା ମେସେଜ କରିଥିଲେ। ମୁଁ ବ୍ୟସ୍ତ ଥିବାରୁ ମୁଁ ତାଙ୍କୁ କେବଳ ମେସେଜ କରିଥିଲି ଓ ରାତି ୨ଟା ପରେ କଥା ହେବି ବୋଲି କହିଥିଲି। ସେ ତାଙ୍କ ତରଫରୁ ନିଜର ପରିଚୟ ଦେଇଥିଲେ। ମୁଁ ଜାଣି ନଥିଲି ସେ କିଏ ଥିଲେ। ମୁଁ ଅମିତାଭ ବଚ୍ଚନ ଓ ଧର୍ମେନ୍ଦ୍ରଙ୍କୁ ଜାଣିଛି। ୨୦୦୧ ପରେ ମୁଁ ଅଧିକ ଫିଲ୍ମ ଦେଖିନି। ସେ ଯାହା ବି ହେଉ, ରାତି ୨ଟାରେ ଆମେ ଫୋନରେ କଥା ହୋଇଥିଲି ଓ ତାଙ୍କ ଆଗାମୀ ଫିଲ୍ମକୁ ନେଇ ଆସାମରେ କୌଣସି ବିଶୃଙ୍ଖଳା ହେବନି ବୋଲି ମୁଁ ତାଙ୍କୁ କହିଛି।”

Advertisment

ଗୌହାଟୀରେ ଶାହରୁଖଙ୍କ ଆଗାମୀ ଫିଲ୍ମକୁ ପଠାନକୁ ନେଇ ଦକ୍ଷିଣପନ୍ଥୀ କର୍ମୀମାନେ ଗୌହାଟୀରେ ଭଙ୍ଗାରୁଜା କରିଥିଲେ। ଏ ସମ୍ପର୍କରେ ହିମନ୍ତ ବିଶ୍ୱଶର୍ମାଙ୍କୁ ପଚରାଯିବାରୁ ସେ ଶାହରୁଖ ଖାନ କିଏ ବୋଲି ପ୍ରଶ୍ନ କରିଥିଲେ। ଏହାପରେ ହିଁ ଫୋନ କଲ୍‌ ଯୋଗେ ଶାହରୁଖ କଥା ହୋଇଥିବା ଖବର ସାମ୍ନାକୁ ଆସିଥିଲା।

Bollywood Film