Advertisment

ହିଣ୍ଡେନବର୍ଗ ମାମଲାରେ ଆଦାନୀ ଗ୍ରୁପକୁ କ୍ଲିନ୍‌ ଚିଟ୍‌, SIT ତଦନ୍ତକୁ ନା'

'ସେବି' ତଦନ୍ତରେ କୌଣସି ତ୍ରୁଟି ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ।

ଅଦ୍ୟତନ ହୋଇଛି
SC on adani

SC on adani

Advertisment

ହିଣ୍ଡେନବର୍ଗ ମାମଲାରେ ସୁପ୍ରିମକୋର୍ଟଙ୍କ ଆସିଲା ବଡ଼ ରାୟ। ଆଦାନୀ ଗ୍ରୁପକୁ ସେବି ତଦନ୍ତରେ ମିଳିଛି କ୍ଲିନ୍‌ ଚିଟ୍‌। ସେବି(SEBI)ର ତଦନ୍ତ ରିପୋର୍ଟରେ ହସ୍ତକ୍ଷେପ କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ସେବିର ତଦନ୍ତରେ କୌଣସି ତ୍ରୁଟି ନାହିଁ ବୋଲି ସୁପ୍ରିମକୋର୍ଟର ତିନି ଜଣିଆ ଖଣ୍ଡପୀଠ ଆଜି ଏହି ମାମଲାର ଶୁଣାଣି କରି କହିଛନ୍ତି।

Advertisment

ସେହିପରି ଏହି ମାମଲରେ ଏସ୍‌ଆଇଟି ତଦନ୍ତକୁ ମନା କରିଦେଇଛନ୍ତି କୋର୍ଟ। ତଦନ୍ତକୁ ସିକ୍ୟୁରିଟିଜ୍‌ ଆଣ୍ଡ ଏକ୍ସଚେଞ୍ଜ୍‌ ବୋର୍ଡ ଅଫ୍‌ ଇଣ୍ଡିଆ ବା ସେବି ଠାରୁ ସ୍ପେସାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଟିମ୍‌ (SIT)କୁ ନେବାର କୌଣସି କାରଣ ନାହିଁ। ନିୟମ ଅନୁଯାୟୀ ସେବି ତଦନ୍ତ କରିଛି। ସେବିର ତଦନ୍ତ ଉପଯୁକ୍ତ। ଏହି ଘଟଣାର ଅନୁସନ୍ଧାନ କରିବା ପାଇଁ ଏହା ଏକ ଦକ୍ଷ ଏଜେନ୍ସି ଅଟେ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ଭାରତର ପ୍ରଖ୍ୟାତ କର୍ପୋରେଟ୍‌ ଆଦାନି ଗ୍ରୁପ୍‌ ‘ଷ୍ଟକ୍‌ ପ୍ରାଇସ୍‌’ ଜାଲିଆତି କରିଥିବା ଅଭିଯୋଗକୁ ନେଇ ସୃଷ୍ଟି ହୋଇଥିବା ଆଦାନି-ହିଣ୍ଡେନ୍‌ବର୍ଗ ବିବାଦ ଉପରେ ଆଗତ କେତେକ ପିଟିସନ୍‌ର ଶୁଣାଣି କରି ସୁପ୍ରିମ୍‌ କୋର୍ଟ ଏଭଳି ରାୟ ଶୁଣାଇଛନ୍ତି।

Advertisment

ସେୟାର ମାର୍କେଟ ରେଗୁଲେଟର ଆଦାନୀ-ହିଣ୍ଡନବର୍ଗ ମାମଲାରେ ୨୪ ରୁ ୨୨ ମାମଲାରେ ତଦନ୍ତ ଶେଷ କରିସାରିଲେଣି ଏବଂ ଏବେ ଦୁଇଟି ବାକି ଅଛି। ଏହି ଦୁଇ ମାମଲାର ତଦନ୍ତ ଶେଷ କରିବା ପାଇଁ ସିଜେଆଇ ସେବିକୁ ତିନି ମାସ ସମୟ ଦେଇଛନ୍ତି।

ସେପଟେ ହିଣ୍ଡେନବର୍ଗ ମାମଲାରେ ଆଦାନୀ ଗ୍ରୁପ୍‌କୁ କ୍ଲିନ୍‌ ଚିଟ୍‌ ମିଳିବା ପରେ ଆଦାନୀ ଗ୍ରୁପ ଚେୟାରମ୍ୟାନ୍‌ ଗୌତମ ଆଦାନୀ ଖୁସି ବ୍ୟକ୍ତ କରିଛନ୍ତି। ସେ ସୋଶାଲ ମିଡିଆ ସାଇଟ୍‌ 'X'ରେ ପୋଷ୍ଟ କରି ଲେଖିଛନ୍ତି, 'ମାନ୍ୟବର ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ସତ୍ୟର ଜୟ ହେଲା,ସତ୍ୟମେବ ଜୟତେ। ଆମ ସହ ଛିଡା ହୋଇଥିବା ସେହି ସମସ୍ତ ଲୋକଙ୍କ ମୁଁ କୃତଜ୍ଞ। ଭାରତର ବିକାଶ ସହ ଆମର ବିନମ୍ର ଯୋଗଦାନ ଜାରି ରହିବ। ଜୟ ହିନ୍ଦ...।' 

ଏହାପୂର୍ବରୁ ନଭେମ୍ବର ୨୪ ରେ ଏହି ମାମଲାର ଶୁଣାଣି ବେଳେ ମାର୍କେଟ ରେଗୁଲେଟର ସେବି ଏବଂ ବିଶେଷଜ୍ଞ କମିଟିର ତଦନ୍ତ ଉପରେ ଉଠାଯାଇଥିବା ପ୍ରଶ୍ନକୁ ଖାରଜ କରି କୋର୍ଟ ନିଜ ରାୟ ସଂରକ୍ଷିତ ରଖିଥିଲେ। ସୂଚନାଯୋଗ୍ୟ, ଆମେରିକାର ସର୍ଟ ସେଲର୍‌ ସଂସ୍ଥା ୨୦୨୩ ଜାନୁୟାରୀ ମାସରେ ଆଦାନୀ ଗ୍ରୁପ୍ ଉପରେ ଏକ ରିସର୍ଚ୍ଚ ରିପୋର୍ଟ ପ୍ରକାଶ କରିଥିଲା ​​ଯେଉଁଥିରେ ଆଦାନୀ କମ୍ପାନୀର ଅଂଶଧନକୁ ଅଧିକ ମୂଲ୍ୟ ଦିଆଯିବା ସହ ଠକେଇ ସମେତ ଗ୍ରୁପ୍ ଉପରେ ଋଣ ସମ୍ପର୍କରେ ଗୁରୁତର ପ୍ରଶ୍ନ ଉଠିଥିଲା। ଓକିଲ ବିଶାଳ ତିୱାରି, ଏମ୍‌. ଏଲ୍‌. ଶର୍ମା ଓ କଂଗ୍ରେସ ନେତା ଜୟା ଠାକୁର ଏବଂ ଅନାମିକା ଜୟସୱାଲ୍‌ ଏହାକୁ ନେଇ ଏକ ପିଟିସନ୍‌ ଫାଇଲ୍‌ କରିଥିଲେ। 

ପିଟିସନ୍‌ରେ ଅଭିଯୋଗ କରାଯାଇଥିଲା ଯେ, ମୋଦିୀ ସରକାରଙ୍କ ଘନିଷ୍ଠ ବୋଲି ମନେ କରାଯାଉଥିବା ଆଦାନି ଗ୍ରୁପ୍‌ ତା’ର ସେୟାର୍‌ ଦର ଅସ୍ୱାଭାବିକ ଭାବେ ବୃଦ୍ଧି କରିଥିଲା। ତେଣୁ ସର୍ଟ ସେଲର୍‌ ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ରିପୋର୍ଟ ପ୍ରକାଶ କରିବା ପରେ ଏହି ଗ୍ରୁପ୍‌ର ବିଭିନ୍ନ କମ୍ପାନିଗୁଡ଼ିକର ସେୟାର୍‌ ଦର ହଠାତ୍‌ ହ୍ରାସ ପାଇଥିଲା।

Adani Enterprises Goutam Adani Hindenburg Issues Supreme Court
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe