Advertisment

ହିଣ୍ଡେନବର୍ଗ Vs ସେବି: 'ମାଧବୀଙ୍କ ସଫେଇରେ ହିଁ ରହିଛି ସ୍ୱୀକାର'

ବୁଚ୍‌ ଦମ୍ପତ୍ତିଙ୍କ ସଫେଇ ଉପରେ ହିଣ୍ଡେନବର୍ଗ ପୁଣି ଟାର୍ଗେଟ୍‌ କରି ଆହୁରି ଅନେକ ପ୍ରଶ୍ନ ପଚାରିଛି।

author-image
Madhupriya Mistry
Hindenburg Vs SEBI

Hindenburg Vs SEBI

ପୁଣି ଚର୍ଚ୍ଚାରେ ହିଣ୍ଡେନବର୍ଗ। ଏଥର ଟାର୍ଗେଟ୍‌ରେ ରହିଛି ସେବି। ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆ (ସେବି) ମୁଖ୍ୟ ମାଧବୀ ପୁରୀ ବୁଚ୍‌ଙ୍କ  ନାଁରେ ହିଣ୍ଡେନବର୍ଗ ଆଣିଥିବା ସଙ୍ଗୀନ ଅଭିଯୋଗ ନୂଆ ମୋଡ ନେଇଛି। ରବିବାର ମାଧବୀ ହିଣ୍ଡେନବର୍ଗ କରିଥିବା ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଥିଲେ। ଏବେ ଏହି ପ୍ରତିକ୍ରିୟା ଉପରେ ଅନେକ ପ୍ରଶ୍ନ ଉଠାଇଛି ହିଣ୍ଡେନବର୍ଗ। ମାଧବୀଙ୍କ ସଫେଇରେ ହିଁ ତାଙ୍କ ସ୍ୱୀକାର ରହିଥିବା ହିଣ୍ଡେନବର୍ଗ କହିଛି।

Advertisment

ଆମେରିକାର ସର୍ଟ ସେଲିଂ ଫାର୍ମ ହିଣ୍ଡେନବର୍ଗ ରିସର୍ଚ୍ଚ ସଂସ୍ଥା ଶନିବାର ଗୁରୁତର ଅଭିଯୋଗ ଆଣିଥିଲା। ଆଦାନି ଗ୍ରୁପର ସ୍କାମରେ ଜଡିତ ବିଦେଶୀ କମ୍ପାନିରେ ସେବି ମୁଖ୍ୟ ମାଧବୀ ପୁରୀ ବୁଚ୍ ଏବଂ ତାଙ୍କ ସ୍ୱାମୀ ଧବଲ ବୁଚଙ୍କ ଅଂଶଧନ (ଶେଆର୍) ରହିଥିବା ରିପୋର୍ଟରେ ପ୍ରକାଶ ପାଇଥିଲା। ଏହାଉପରେ ନିଜ ପକ୍ଷ ରଖି ମାଧବୀ ଓ ତାଙ୍କ ସ୍ୱାମୀ ଦୁଇ ପୃଷ୍ଠାର ପ୍ରତିକ୍ରିୟା ଜାରି କରିଥିଲେ। ସେଥିରେ ହିଣ୍ଡେନବର୍ଗ କରିଥିବା ନିର୍ଦ୍ଧିଷ୍ଟ ଅଭିଯୋଗ ଗୁଡିକର ଗୋଟି ଗୋଟି କରି ଉତ୍ତର ଦେଇଥିଲେ।

ଏବେ ବୁଚ୍‌ ଦମ୍ପତ୍ତିଙ୍କ ଏହି ସଫେଇ ଉପରେ ହିଣ୍ଡେନବର୍ଗ ପୁଣି ଟାର୍ଗେଟ୍‌ କରି ଆହୁରି ଅନେକ ପ୍ରଶ୍ନ ପଚାରିଛି। ସେବି ମୁଖ୍ୟ ଦେଇଥିବା ଉତ୍ତର ଉପରେ ପ୍ରତିକ୍ରିୟା ରଖି ହିଣ୍ଡେନବର୍ଗ ପକ୍ଷରୁ କୁହାଯାଇଛି ଯେ ନିଜ ପ୍ରତିକ୍ରିୟାରେ ସେବି ମୁଖ୍ୟ ଅନେକ କଥା ସ୍ୱୀକାର କରିଛନ୍ତି। ମାଧବୀ ଜାରି କରିଥିବା ଦୁଇ ପୃଷ୍ଠାର ପ୍ରତିକ୍ରିୟାରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ସୃଷ୍ଟି ହୋଇଥିବା ବେଳେ ତାଙ୍କ ସ୍ୱାମୀଙ୍କ ବନ୍ଧୁ ଫଣ୍ଡ ପରିଚାଳନା କରୁଥିବା ସେ ମାନିଛନ୍ତି ବୋଲି ହିଣ୍ଡେନବର୍ଗ ନିଜ ପୋଷ୍ଟରେ ଉଲ୍ଲେଖ କରିଛି।

Advertisment

ସେହି ସମୟରେ ତାଙ୍କ ସ୍ୱାମୀ ଆଦାନୀ କମ୍ପାନୀରେ ନିର୍ଦ୍ଦେଶକ ଥିଲେ। ବୁଚ୍ ନିଜେ ଭାରତ ଓ ସିଙ୍ଗାପୁରରେ ଦୁଇଟି କନସଲଟିଂ କମ୍ପାନୀ ଗଠନ କରିଥିଲେ। ଯାହା ୨୦୧୭ରେ ସେ ସେବି ମୁଖ୍ୟ ହେବା ପରେ ବନ୍ଦ ହୋଇଯାଇଥିଲା। ୨୦୧୯ରେ ସେହି ଦୁଇ କମ୍ପାନୀର ମଙ୍ଗ ସମ୍ଭାଳିଥିଲେ ତାଙ୍କ ସ୍ୱାମୀ।

ଭାରତ କମ୍ପାନୀରେ ତାଙ୍କର ୯୯% ସେୟାର ଥିବା ବେଳେ ସିଙ୍ଗାପୁର କମ୍ପାନୀର ସେ ୧୦୦ % ପାର୍ଟନର ରହିଥିଲେ। ଉଭୟ କମ୍ପାନୀରୁ ରାଜସ୍ୱ ମିଳୁଛି ବୋଲି ହିଣ୍ଡେନବର୍ଗ ଦର୍ଶାଇଛି। ସେବିରେ କାର୍ଯ୍ୟ କରୁଥିବା ସମୟରେ ମାଧବୀ ନିଜ ସ୍ୱାମୀଙ୍କ ନାମରେ ବିଭିନ୍ନ କାରବାରରେ ଜଡ଼ିତ ଥିଲେ। ତାଙ୍କ କମ୍ପାନୀ ଯେଉଁ କ୍ଲାଏଣ୍ଟମାନଙ୍କୁ ସେବା ପ୍ରଦାନ କରୁଥିଲା, ସେଗୁଡ଼ିକ ସେବି ନିୟନ୍ତ୍ରଣରେ ଅଛି କି ହିଣ୍ଡେନବର୍ଗ ମାଧବୀଙ୍କୁ ପ୍ରଶ୍ନ କରିଛି।

ଏଥିସହ ସବୁ କ୍ଲାଏଣ୍ଟଙ୍କ ନାଁ ସାର୍ବଜନୀନ କରିବାକୁ ମାଧବୀଙ୍କୁ ହିଣ୍ଡେନବର୍ଗ ଚ୍ୟାଲେଞ୍ଜ କରିଛି। କେବଳ ସେତିକି ନୁହେଁ ସେବି ମୁଖ୍ୟ ସବୁ ପ୍ରସଙ୍ଗର ଏକ ସମ୍ପୂର୍ଣ୍ଣ, ସ୍ୱଚ୍ଛ ଓ ସାର୍ବଜନୀନ ତଦନ୍ତ କରିପାରିବେ କି ବୋଲି ହିଣ୍ଡେନବର୍ଗ ପ୍ରଶ୍ନ କରିଛି।

ସେପଟେ ହିଣ୍ଡେନବର୍ଗ ରିସର୍ଚ୍ଚର ଅଭିଯୋଗ ପରେ ସେବି ତା'ର ମୁଖ୍ୟ ମାଧବୀଙ୍କ ସପକ୍ଷରେ ବହାରିଛି। ନିବେଶକମାନଙ୍କୁ ଶାନ୍ତ ରହିବାକୁ ଅନୁରୋଧକ୍ଷ କରିଛି। ଏଥିସହ କୌଣସି ଖବର ପ୍ରକାଶ ଉପରେ ବିଶ୍ୱାସ ନକରିବାକୁ କହିଛି।  

Hindenburg Hindenburg Vs SEBI Sebi Chief Madhabi Buch