Advertisment

‘ସାତ ଫେରା ବିନା ବୈଧ ନୁହେଁ ବିବାହ ’

କେବଳ ସାତ ଫେରା ନୁହେଁ, ବିବାହ ସମୟରେ ଛୋଟ ଛୋଟ ନୀତି ନିୟମକୁ ମଧ୍ୟ ପାଳନ କରିବା ଉଚିତ, ନଚେତ ଏହାକୁ ବୈଧ ଭାବେ ବିବେଚନା କରାଯିବନି ବୋଲି ଚେତାବନୀ ଦେଇଛନ୍ତି ସୁପ୍ରିମକୋର୍ଟ।

author-image
Niharika Rout
ଅଦ୍ୟତନ ହୋଇଛି
Supreme Court & Marriage

Supreme Court & Marriage

ବିବାହ କୌଣସି ବ୍ୟବସାୟିକ ନେଣ-ଦେଣ ପ୍ରକ୍ରିୟା ନୁହେଁ। ଏହା କେବଳ ନାଚଗୀତ ସହ ଖିଆପିଆ ଓ ମଜାମସ୍ତି କରିବାର ଅବସର ନୁହେଁ। ହିନ୍ଦୁ ଧର୍ମ ଅନୁଯାୟୀ ବିବାହ ଏକ ପବିତ୍ର ଅନୁଷ୍ଠାନ । ତେଣୁ ଆଜିର ଯୁବବର୍ଗ ଏହି ଅନୁଷ୍ଠାନରେ ପ୍ରବେଶ ପୂର୍ବରୁ ଏହାର ମୂଲ୍ୟବୋଧ ସମ୍ପର୍କରେ ଗଭୀର ଭାବେ ଚିନ୍ତା କରିବା ଆବଶ୍ୟକ ।

Advertisment

କାରଣ ହିନ୍ଦୁ ଧର୍ମ ଅନୁଯାୟୀ ହେଉଥିବା ବିବାହବୁ ବୈଧ କରିବା ନିମନ୍ତେ ଏଥିରେ ପାଳନ ହେଉଥିବା ସମସ୍ତ ରୀତିନୀତିକୁ ମାନିବା ତଥା ପାଳନ କରିବା ଆବଶ୍ୟକ । ଅଗ୍ନିକୁ ସାକ୍ଷୀ ରଖି ତା’ ଚାରିପଟେ ସାତ ଥର ପ୍ରଦକ୍ଷଣ କଲେ ଉଭୟ ଯୁବକଯୁବତୀ ୭ ଜନ୍ମ ପାଇଁ ପରସ୍ପରର ସୁଖଦୁଃଖର ସାଥୀ ପାଲଟି ଥାଆନ୍ତି। ତେଣୁ ସାତ ଫେରା ବିନା ବିବାହ ବୈଧ ନୁହେଁ ବୋଲି ସଫା ସଫା ଶୁଣାଇ ଦେଇଛନ୍ତି ସୁପ୍ରିମ କୋର୍ଟ। 

କେବଳ ସାତ ଫେରା ନୁହେଁ, ବିବାହ ସମୟରେ ଛୋଟ ଛୋଟ ନୀତି ନିୟମକୁ ମଧ୍ୟ ପାଳନ କରିବା ଉଚିତ, ନଚେତ ଏହାକୁ ବୈଧ ଭାବେ ବିବେଚନା କରାଯିବନି ବୋଲି ଚେତାବନୀ ଦେଇଛନ୍ତି ସୁପ୍ରିମକୋର୍ଟ।

Advertisment

ହିନ୍ଦୁ ବିବାହ ଅଧିନିୟମ ୧୯୫୫ ଅନୁଯାୟୀ, ସୁପ୍ରିମକୋର୍ଟ ହିନ୍ଦୁ ବିବାହକୁ ବୈଧ ଘୋଷଣା ନିମନ୍ତେ ଆଇନଗତ ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି। ପରେ ବିବାହକୁ ନେଇ କୌଣସି ଆଇନଗତ ସମସ୍ୟା ଉପୁଜିଲେ ଏହି ସବୁ ପ୍ରମାଣକୁ ଗୁରୁତ୍ୱାରୋପ କରାଯିବ ବୋଲି କହିଛନ୍ତି ବିଚାରପତି ବି. ନାଗରତ୍ନା ।

ବିବାହ ପରେ ଉଭୟ ଯୁବକଯୁବତୀ ପତିପତ୍ନୀର ମାନ୍ୟତା ପ୍ରାପ୍ତ କରିଥାନ୍ତି। ଏହାପରେ ସେମାନେ ପରିବାର ଗଠନ କରିଥାନ୍ତି ଯାହାକି ସମାଜରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥାଏ।

ତେଣୁ ବିବାହ କେବଳ ଯୌତୁକ ଦେବା କିମ୍ବା ଉପହାର ଆଦାନପ୍ରଦାନର ଅବସର ନୁହେଁ। ଏହା କୌଣସି ବ୍ୟବସାୟିକ ଚୁକ୍ତିନାମା ବି ନୁହେଁ। କାରଣ ବିବାହ ଏପରି ଏକ ଅନୁଷ୍ଠାନ ଯାହାକୁ ଆଧାର କରି ପତିପତ୍ନୀ ସାରା ଜୀବନ ଏକସଙ୍ଗେ ବାଟ ଚାଲିଥାନ୍ତି, ପରିବାର ବିକଶିତ କରିଥାନ୍ତି। ତେଣୁ ବିବାହ ପରି ପବିତ୍ର ବନ୍ଧନରେ ବାନ୍ଧି ହେବା ସମୟରେ ଏହାର ମୂଲ୍ୟବୋଧକୁ ଗୁରୁତ୍ୱ ଦେବା ସହ ସମସ୍ତ ନୀତିନୀୟମକୁ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।

Supreme Court Marriage