Advertisment

ଦିଲ୍ଲୀସ୍ଥିତ କାନାଡା ଦୂତାବାସ ସାମ୍ନାରେ ହିନ୍ଦୁ-ଶିଖ ସଂଗଠନର ବିକ୍ଷୋଭ

କାନାଡାରେ ହିନ୍ଦୁ ମନ୍ଦିର ଉପରେ ହୋଇଥିବା ଆକ୍ରମଣ ବିରୋଧରେ ନୂଆଦିଲ୍ଲୀରେ ଜୋରଦାର ବିକ୍ଷୋଭ। କାନାଡା ଦୂତାବାସ ବାହାରେ ହିନ୍ଦୁ-ଶିଖ ସଂଗଠନର କର୍ମକର୍ତ୍ତାମାନେ ଭାଙ୍ଗିଲେ ପୁଲିସ ବ୍ୟାରିକେଡ।

author-image
Debadatta Aryashrestha
Protest in Delhi

Protest in Delhi

କାନାଡାର ବ୍ରାମ୍ପଟନରେ ଥିବା ହିନ୍ଦୁ ମନ୍ଦିର ଉପରେ ହୋଇଥିବା ଆକ୍ରମଣ ବିରୋଧରେ ରବିବାର ଦିଲ୍ଲୀରେ ଜୋରଦାର ବିକ୍ଷୋଭ ହୋଇଛି। ନୂଆଦିଲ୍ଲୀସ୍ଥିତ କାନାଡା ଦୂତାବାସ ବାହାରେ ହିନ୍ଦୁ-ଶିଖ ସଂଗଠନର କର୍ମକର୍ତ୍ତାମାନେ ଏହି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହି ସମୟରେ ପୁଲିସ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା, କିନ୍ତୁ ବିକ୍ଷୋଭକାରୀମାନେ ପୁଲିସ ବ୍ୟାରିକେଡ ଉପରକୁ ଚଢ଼ିଯାଇଥିଲେ।

Advertisment

ଗତ ନଭେମ୍ବର ୩ ତାରିଖରେ ଖଲିସ୍ତାନୀ ସମର୍ଥକ ଗୋଷ୍ଠୀ କାନାଡାର ବ୍ରାମ୍ପଟନରେ ଥିବା ହିନ୍ଦୁ ସଭା ମନ୍ଦିର ବାହାରେ ଭଙ୍ଗାରୁଜା କରିବା ସହ ଶ୍ରଦ୍ଧାଳୁଙ୍କ ମାଡ଼ ମାରିଥିଲେ। ଏହାକୁ ନେଇ ଭାରତରେ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଛି। ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ଘଟଣାରେ ପ୍ରତିକ୍ରିୟା ରଖି ଏହାକୁ ଦୃଢ଼ ନିନ୍ଦା କରିଥିଲେ। ଏହାକୁ ନେଇ ଭାରତ ଓ କାନାଡ଼ା ସମ୍ପର୍କରେ ତିକ୍ତତା ବୃଦ୍ଧି ପାଇଛି।

Advertisment

ଏହି ଘଟଣା ବିରୋଧରେ ଆଜି (୧୦ ନଭେମ୍ବର) ହିନ୍ଦୁ ଶିଖ ଗ୍ଲୋବାଲ ଫୋରମର କର୍ମକର୍ତ୍ତାମାନେ ବିକ୍ଷୋଭ ପ୍ରଦର୍ଶନ କରି ନୂଆଦିଲ୍ଲୀସ୍ଥିତ କାନାଡ଼ା ହାଇକମିଶନ ଅଭିମୁଖେ ଯାତ୍ରା କରିଥିଲେ। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀର ଚାଣକ୍ୟପୁରୀରେ ଥିବା କାନାଡା ଦୂତାବାସ ସମ୍ମୁଖରେ ସୁରକ୍ଷା ବଢ଼ାଇ ଦିଆଯାଇଥିଲା। ବହୁ ସଂଖ୍ୟାରେ ଦିଲ୍ଲୀ ପୁଲିସ ମୁତୟନ କରାଯିବା ସହ ବିଭିନ୍ନ ସ୍ତରରେ ବ୍ୟାରିକେଡ ଲଗାଯାଇଥିଲା। ବିକ୍ଷୋଭକାରୀମାନେ 'ହିନ୍ଦୁ-ଶିଖ ଏକ' ଏବଂ 'କାନାଡ଼ାରେ ମନ୍ଦିରର ଅପମାନକୁ ଭାରତୀୟମାନେ ବରଦାସ୍ତ କରିବେ ନାହିଁ' ଭଳି ସ୍ଲୋଗାନ ଦେଇ ପୁଲିସର ବ୍ୟାରିକେଡ ଭାଙ୍ଗିବାକୁ ଚେଷ୍ଟା କରିଥିଲେ।

India Canada Row Hindu Shikh Global Forum Protest In Delhi Attack On Hindu Temple