Advertisment

ଜ୍ଞାନବ୍ୟାପୀ କେସ: ମସଜିଦର ବେସ୍‌ ମେଣ୍ଟରେ ପୂଜା କରିପାରିବେ ହିନ୍ଦୁ ପକ୍ଷ

ଆଜି ଶୁଣାଣି ବେଳେ କୋର୍ଟ କହିଛନ୍ତି ଯେ ଜିଲ୍ଲା ପ୍ରଶାସନ ଶ୍ରଦ୍ଧାଳୁଙ୍କ ପୂଜା ପାଇଁ ଆବଶ୍ୟକ ବ୍ୟବସ୍ଥା କରିବେ। ୭ ଦିନ ମଧ୍ୟରେ ବ୍ୟାରିକେଡ ହଟାଇ ପୂଜା ପାଇଁ ବ୍ୟବସ୍ଥା ହେବ।

Masjid

Masjid

Advertisment

ଉତ୍ତର ପ୍ରଦେଶର ବାରାଣସୀରେ ଥିବା ଜ୍ଞାନବ୍ୟାପୀ ମସଜିଦ ମାମଲାରେ ବଡ଼ ରାୟ ଦେଇଛନ୍ତି କୋର୍ଟ। ଜ୍ଞାନବ୍ୟାପି ମସଜିଦର ବେସ୍‌ମେଣ୍ଟରେ ପୂଜାର୍ଚ୍ଚନା କରିବାକୁ ବାରାଣସୀର ଗୋଟିଏ କୋର୍ଟ ହିନ୍ଦୁ ପକ୍ଷଙ୍କୁ ଅନୁମତି ଦେଇଛନ୍ତି। ପୂର୍ବରୁ ଏଏସ୍‌ଆଇ ସର୍ଭେ ବେଳେ ଉକ୍ତ ବେସମେଣ୍ଟଟି ସିଲ୍‌ ହୋଇ ରହିଥିଲା। ଏବେ ହିନ୍ଦୁ ଗୋଷ୍ଠୀ ସିଲ୍‌ ହୋଇଥିବା ବ୍ୟାସ କା ତେହଖାନାରେ ପୂଜା କରିପାରିବେ।

Advertisment

ଆଜି ଶୁଣାଣି ବେଳେ କୋର୍ଟ କହିଛନ୍ତି ଯେ ଜିଲ୍ଲା ପ୍ରଶାସନ ଶ୍ରଦ୍ଧାଳୁଙ୍କ ପୂଜା ପାଇଁ ଆବଶ୍ୟକ ବ୍ୟବସ୍ଥା କରିବେ। ୭ ଦିନ ମଧ୍ୟରେ ବ୍ୟାରିକେଡ ହଟାଇ ପୂଜା ପାଇଁ ବ୍ୟବସ୍ଥା ହେବ। ଏଥିସହ କୋର୍ଟ ଶ୍ରୀ କାଶୀ ବିଶ୍ୱନାଥ ମନ୍ଦିର ଟ୍ରଷ୍ଟକୁ ବେସମେଣ୍ଟରେ ପୂଜାର୍ଚ୍ଚନା କରିବା ପାଇଁ ଜଣେ ପୂଜାରୀଙ୍କୁ ମନୋନୀତ କରିବାକୁ ମଧ୍ୟ କହିଛନ୍ତି।

ହିନ୍ଦୁ ପକ୍ଷର ପ୍ରତିନିଧିତ୍ୱ କରୁଥିବା ଆଇନଜୀବୀ ବିଷ୍ଣୁ ଶଙ୍କର ଜୈନ କହିଛନ୍ତି, “ହିନ୍ଦୁ ପକ୍ଷଙ୍କୁ ବ୍ୟାସ କା ତେହଖାନାରେ ପୂଜା ପାଇଁ ଅନୁମତି ମିଳିଛି। ଏଥିପାଇଁ ଜିଲ୍ଲା ପ୍ରଶାସନ ୭ ଦିନ ମଧ୍ୟରେ ବ୍ୟବସ୍ଥା କରିବ। ସେଠାରେ ପୂଜାର୍ଚ୍ଚନା ପାଇଁ ସମସ୍ତଙ୍କର ଅଧିକାର ରହିଛି। ଏହା ଏକ ବଡ଼ ବିଜୟ।”

Advertisment

ରାମ ମନ୍ଦିର-ବାବ୍ରୀ ମସଜିଦ ବିବାଦ ମଧ୍ୟରେ ତାଲା ଖୋଲିବା ପାଇଁ ୧୯୮୩ରେ ଜଷ୍ଟିସ କେଏମ ମୋହନ ଦେଇଥିବା ରାୟକୁ ଆଜି ଶ୍ରୀ ଜୈନ ବାରାଣସୀ କୋର୍ଟଙ୍କ ରାୟ ସହ ଯୋଡ଼ିଛନ୍ତି। ସେ କହିଛନ୍ତି, “ମୁଁ ଭାବୁଛି ବାରାଣସୀ କୋର୍ଟଙ୍କ ରାୟ ଐତିହାସିକ। ଜଷ୍ଟିସ କୃଷ୍ଣ ମୋହନ ପାଣ୍ଡେ ୧୯୮୩ରେ ମସଜିଦ-ମନ୍ଦିର ବିବାଦ ମଧ୍ୟରେ ଚାବି ଖୋଲିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସେହି ଆଧାରରେ ଆଜି ବାରାଣସୀ କୋର୍ଟ ରାୟ ଦେଇଛନ୍ତି।”

ଜ୍ଞାନବ୍ୟାପୀ ମାମଲାର ଅନ୍ୟତମ ହିନ୍ଦୁ ପକ୍ଷ ଓକିଲ ସୁଧୀର ତ୍ରିପାଠୀ କହିଛନ୍ତି, ୧୯୯୩ ମସିହା ଯାଏ ଏଠାରେ ପୂଜାପାଠ କରାଯାଉଥିଲା। ତତ୍କାଳୀନ ମୁଲାୟମ ସିଂହ ସରକାର ବିନା କୌଣସି କୋର୍ଟ ନିର୍ଦ୍ଦେଶରେ ଲୁହା ତାରବାଡ଼ ବୁଲାଇ ଏଠାରେ ପୂଜାପାଠ ବନ୍ଦ କରିଦେଇଥିଲେ। ଏହା ବିରୋଧରେ ମାମଲା ଦାୟର କରାଯାଇଥିଲା। ଏବେ ସତ୍ୟର ଜୟ ହୋଇଛି ‍‍‍ବୋଲି ସେ କହିଛନ୍ତି।

ଜ୍ଞାନବ୍ୟାପୀ ମସଜିଦ୍‌ ପରିସରରେ ଥିବା ଶୃଙ୍ଗାର ଗୌରୀ ମନ୍ଦିରରେ ୧୯୯୧ ମସିହା ପୂର୍ବରୁ ଯେପରି ପୂଜାର୍ଚ୍ଚନା ହେଉଥିଲା ଏବେ ବି ସେପରି ପୂଜାର୍ଚ୍ଚନା କରିବା ପାଇଁ ୫ ମହିଳା ୧୮ ଅଗଷ୍ଟ ୨୦୨୧ରେ ବାରଣାସୀ ଜିଲ୍ଲା କୋର୍ଟରେ ଆବେଦନ କରିଥିଲେ। ଏପରି କି ମସଜିଦ ବାହ୍ୟ କାନ୍ଥରେ ଶୋଭା ପାଉଥିବା ହିନ୍ଦୁ ଦେବାଦେବୀଙ୍କ ନିୟମିତ ପୂଜାର୍ଚ୍ଚନା ପାଇଁ ମଧ୍ୟ ଅନୁମତି ଦେବାକୁ ସେମାନେ କହିଥିଲେ।

ଜ୍ଞାନବ୍ୟାପୀ ମସଜିଦ୍ ଥିବା ସ୍ଥାନରେ ପୂର୍ବରୁ ମନ୍ଦିର ଥିବା ଦାବି କରି ଆସୁଛି ହିନ୍ଦୁ ପକ୍ଷ। ଏନେଇ ମାମଲା ମଧ୍ୟ ହୋଇଥିଲା। ବାରାଣସୀ କୋର୍ଟ ଏହାର ଶୁଣାଣି କରି ସର୍ଭେ ଦାୟିତ୍ୱ ଏଏସଆଇକୁ ହସ୍ତାନ୍ତର କରିଥିଲେ। କିନ୍ତୁ ଅଞ୍ଜୁମାନ ଇନ୍ତେଜାମିଆ ମସଜିଦ୍ କମିଟି ଏହାକୁ ଚ୍ୟାଲେଞ୍ଜ କରି ଉତ୍ତର ପ୍ରଦେଶ ହାଇକୋର୍ଟରେ ଆବେଦନ କରିଥିଲା। ଏହାପରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା କମିଟି।

ସୁପ୍ରିମକୋର୍ଟ ସମସ୍ତ ପକ୍ଷ ଶୁଣିବା ପରେ ବାସ୍ତବତାକୁ ଜାଣିବା ପାଇଁ ଏଏସଆଇର ସାଇଣ୍ଟଫିକ୍ ସର୍ଭେ ଆବଶ୍ୟକ ବୋଲି କହିଥିଲେ। ଏଥିସହ ମସଜିଦର ବେସମେଣ୍ଟକୁ ସିଲ କରି ସର୍ଭେ ପାଇଁ ଅନୁମତି ଦେଇଥିଲେ।

Gyanvapi Masjid Gyanvapi Mosque Survey Gyanvapi Mosque Gyanvapi Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe