Advertisment

କୋଲିହାନ ଖାଦାନରେ ଭାଙ୍ଗିଲା ଲିଫ୍ଟ, ଫସିଛନ୍ତି ୧୧ ଅଧିକାରୀ

ଲିଫ୍ଟରେ ୧୧ ଅଧିକାରୀ ଫସି ରହିଥିବା ବେଳେ ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର ନିମନ୍ତେ ଜୋରସୋର ଉଦ୍ୟମ ଚାଲୁ ରହିଛି।

author-image
Niharika Rout
Spot

Spot

ରାଜସ୍ଥାନର ଝୁନଝୁନ ସହରରେ ଏକ ସାଂଘାତିକ ଘଟଣା ଘଟିଛି। HCLର କୋଲିହାନ ଖାଦାନରେ ଲିଫ୍ଟ ଭାଙ୍ଗିଯିବାରୁ ତା’ ଭିତରେ ୧୪ ଜଣ ଅଧିକାରୀ ଫସି ଯାଇଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେଣୁ ଏବେ ଲିଫ୍ଟରେ ୧୧ ଅଧିକାରୀ ଫସି ରହିଥିବା ବେଳେ ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର ନିମନ୍ତେ ଜୋରସୋର ଉଦ୍ୟମ ଚାଲୁ ରହିଛି। 

Advertisment

ଏହି ଘଟଣା ଗତକାଲି ବିଳମ୍ବିତ ରାତିରେ ଘଟିଛି। ଖବର ପାଇ ତୁରନ୍ତ ବରିଷ୍ଠ ପୁଲିସ୍‌ ଓ ପ୍ରଶାସନିକ ଅଧିକାରୀ ପହଞ୍ଚିଥିବା ବେଳେ ରେସକ୍ୟୁ ଅପରେସନ ଆରମ୍ଭ ହୋଇଛି। ଏଥିସହ ଡାକ୍ତରୀ ଟିମ୍‌ ଘଟଣାସ୍ଥଳରେ ମୁତୟନ ଥିବା ବେଳେ ଆମ୍ବୁଲାନ୍ସ ବି ଉପସ୍ଥିତ ରହିଛି।

ଏହି ଅଘଟଣ ସମୟରେ କୋଲକତାରୁ ରାଜସ୍ଥାନ ଯାଇଥିବା ଭିଜିଲାନ୍ସ ଟିମ୍‌ HCLକୁ ଯାଇଥିଲେ। କମ୍ପାନୀର ବରିଷ୍ଠ ଅଧିକାରୀଙ୍କ ସହ ଭିଜିଲାନ୍ସ ଟିମ୍‌ ସଦସ୍ୟ ସମୁଦାୟ ୧୪ ଜଣ ଲିଫ୍ଟରେ ଥିବା ବେଳେ ତାହା ଭାଙ୍ଗି ଯାଇଥିଲା। ତୁରନ୍ତ ୩ ଜଣଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଅବସ୍ଥା ସ୍ଥିର ଥିବା ଜଣାଯାଇଛି।

Advertisment

ଏହି ଘଟଣାକୁ ନେଇ ରାଜସ୍ଥାନର ବିଜେପି ବିଧାୟକ ଧର୍ମପାଳ ଗୁର୍ଜର କହିଛନ୍ତି, ମୁଁ ନିର୍ବାଚନୀ ପ୍ରଚାର ପାଇଁ ହରିୟାଣା ଗସ୍ତରେ ଥିବା ବେଳେ ଖବର ପାଇ ତୁରନ୍ତ ରାଜ୍ୟକୁ ଫେରି ଆସିଛି। ଘଟଣା ଉପରେ ତୀକ୍ଷଣ ନଜର ରଖାଯାଇଛି। ଉଦ୍ଧାର କାର୍ଯ୍ୟରେ ଟିମ୍‌ ନିୟୋଜିତ ଥିବା ବେଳେ ଏଠାରେ ବିଭିନ୍ନ ହସ୍ପିଟାଲରୁ ଆମ୍ବୁଲାନ୍ସ ମଗାଯାଇଛି। ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ନିମନ୍ତେ ପ୍ରଶାସନ ଫୁଲ୍‌ ଦମ୍‌ରେ ଲାଗିଛି।

Rajasthan