/odisha-reporter/media/post_attachments/uploadimage/library/16_9/16_9_0/IMAGE_1675681588.jpg)
representational image
ନିଖୋଜ ପରେ ମିଳିଥିବା ମୃତଦେହ ତାଙ୍କର ଭାବି ଅନ୍ତିମ ସଂସ୍କାର କରିଦେଲେ। ଶବକୁ ପରିବାର ଲୋକେ କବର ଦେଇଥିଲେ। କିନ୍ତୁ ମାଟିତଳେ ଶବ ପୋତି ଦେବାର ବହୁଦିନ ପରେ ସେ ଜୀବିତ ଥିବା ଭଳି ଅଜବ ଘଟଣାଟିଏ ଘଟିଛି। ଜଣେ ୬୦ ବର୍ଷୀୟ ବୃଦ୍ଧଙ୍କୁ ପରିବାର ପକ୍ଷରୁ ମୃତ ଘୋଷଣା ପରେ ତାଙ୍କୁ କବର ଦିଆଯାଇଥିଲା। କିନ୍ତୁ ସେ ଜୀବିତ ଥିବା ଭଳି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ମହାରାଷ୍ଟ୍ରରେ ପାଲଘର ଜିଲ୍ଲାରେ ଏହି ଘଟଣା ଘଟିଛି। ବୃଦ୍ଧ ଜଣକ ପେଶାରେ ଜଣେ ଅଟୋ ରିକ୍ସା ଡ୍ରାଇଭର ବୋଲି ପୁଲିସ କହିଛି। ଡ୍ରାଇଭର ଜଣକ ପାଲଘରରରୁ ଏକ ପରିତ୍ୟକ୍ତ ଘରୁ ଉଦ୍ଧାର ହୋଇଛି। ସେହିପରି ନିଜ ବନ୍ଧୁ ପାଖକୁ ପଠାଇଥିବା ବୃଦ୍ଧ ଜଣକର ଭିଡିଓ କ୍ଲପି ଚାର୍ଟ ଏବେ ଭାଇରାଲ ହେବାରେ ଲାଗିଛି।
ତେବେ ପରିବାର ଲୋକେ କାହାର ଶବକୁ ପୋତିଛନ୍ତି ତାଙ୍କୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁଯାୟୀ ଗତ ଜାନୁଆରୀ ୨୯ ତାରିଖରେ ବୋଇସାର ଏବଂ ପାଲଘର ଷ୍ଟେସନ ମଧ୍ୟରେ ଜଣେ ଅଚିହ୍ନା ଲୋକ ରେଲୱେ ଟ୍ରାକ କ୍ରସ କରୁଥିବା ବେଳେ ଟ୍ରେନ୍ ଧକ୍କାରେ କଟିଯାଇ ମୃତ୍ୟୁ ଘଟିଥିଲା। ଘଟଣା ପରେ ପାଲଘର ଜିଆରପି ପୁଲିସ ସମ୍ପୃକ୍ତ ବ୍ୟକ୍ତିର ଚିହ୍ନଟ ପାଇଁ ତାଙ୍କ ଫଟୋକୁ ସୋଶାଳ ମିଡିଆରେ ସେୟାର କରିଥିଲା। ଫଟୋ ଭାଇରାଲ ହେବା ପରେ ଜଣେ ବ୍ୟକ୍ତି ଆସି ମୃତକ ଜଣଙ୍କ ତାଙ୍କ ଭାଇ ବୋଲି କହିଥିଲେ। ମୃତ ବ୍ୟକ୍ତି ଜଣକ ରଫିକ୍ ସୈଖ। ସେ ଦୁଇ ମାସ ହେବ ନିଖୋଜ ଥିଲା ବୋଲି ବ୍ୟକ୍ତି ଜଣକ କହିଥିଲେ। ଏଥିପାଇଁ ପରିବାର ଲୋକେ ପୁଲିସରେ ଅଭିଯୋଗ ମଧ୍ୟ କରିଥିଲେ। ଜିଆରପି ଇନ୍ସପେକ୍ଟର ନରେଶ ରଣଧୀର ଏହି ସୂଚନା ଦେଇଛନ୍ତି। ଏହା ପରେ ସମ୍ପୃକ୍ତ ମୃତ ବ୍ୟକ୍ତିଙ୍କ ପତ୍ନୀଙ୍କୁ ଯୋଗାଯୋଗ କରିଥିଲା ପୁଲିସ ।
ତାଙ୍କ ପତ୍ନୀ କେରଳରେ ରହୁଥିଲେ। ପରେ ସେ ପାଲଘର ଆସି ଶବ ଚିହ୍ନଟ କରିଥିଲେ। ଏହା ପରେ ଜିଆରପି ପୁଲିସ ଶବକୁ ତାଙ୍କୁ ହସ୍ତାନ୍ତର କରିଥିଲା। ପରିବାର ଲୋକେ ଶବ ନେଇ ଅନ୍ତିମ ସଂସ୍କାର ସ୍ୱରୂପ କବର ଦେଇଥିଲେ। କିନ୍ତୁ ରବିବାର ସୈଖର ଫୋନ୍ କଲ ପଇଁ ହଠାତ୍ ତାଙ୍କ ବନ୍ଧୁ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଉଭୟେ ଫୋନ୍ରେ ଚାର୍ଟ କରି କଥା ହୋଇଥିଲେ। ସୈଖ ସୁସ୍ଥ ଥିବା ମଧ୍ୟ ଜଣାପଡ଼ିଛି। ପରେ ସୈଖଙ୍କ ବନ୍ଧୁ ପୁଲିସକୁ ଅବଗତ କରିବା ପରେ ଘଟଣାର ପୁଲିସ ତଦନ୍ତ ଆରମ୍ଭ କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
