Advertisment

ଚାକିରି କିରାଣି, ଦରମା ୧୫ ହଜାର: ୨୪ ଘର, ସମ୍ପତ୍ତି ୩୦ କୋଟି

କିରାଣି ଭାବେ ଚାକିରି କରୁଥିଲେ। ମାସିକ ଦରମା ଥିଲା ମାତ୍ର ୧୫ ହଜାର।

Raid

Raid

Advertisment

କିରାଣି ଭାବେ ଚାକିରି କରୁଥିଲେ। ମାସିକ ଦରମା ଥିଲା ମାତ୍ର ୧୫ ହଜାର। ହେଲେ ଏବେ ସେ ୨୪ଟି ଘର ସମେତ ୩୦ କୋଟି ଟଙ୍କା ସମ୍ପତ୍ତିର ମାଲିକ। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ ଏପରି ଘଟଣା ସାମ୍ନାକୁ ଆସିଛି।

Advertisment

କର୍ଣ୍ଣାଟକା ଗ୍ରାମୀଣ ଭତ୍ତିଭୂମି ବିକାଶ ଲିଃ (କେଆରଆଇଡିଏଲ)ର ଜଣେ ପୂର୍ବତନ କିରାଣିଙ୍କ ଘରେ ଶୁକ୍ରବାର ଲୋକାୟୁକ୍ତ ଅଧିକାରୀମାନେ ରେଡ୍‌ କରିଥିଲେ। ଏହି ସମୟରେ ତାଙ୍କ ମାଲିକାନାରେ ଥିବା ୩୦ କୋଟି ଟଙ୍କାର ସମ୍ପତ୍ତି ସମ୍ପର୍କରେ ସୂଚନା ମିଳିଛି

କୋପ୍ପାଲରେ କାର୍ଯ୍ୟ କରିଥିବା କଲକାପ୍ପା ନିଦାଗୁଣ୍ଡି ଚାକିରି ସମୟରେ ମାସକୁ ମାତ୍ର ୧୫ ହଜାର ଟଙ୍କା ଦରମା ପାଉଥିଲେ। ଏବେ ତାଙ୍କ ପାଖରେ ୨୪ଟି ବିରାଟକାୟ ଘର, ୪ଟି ପ୍ଲଟ ଓ ୪୦ ଏକରର ଚାଷ ଜମି ରହିଛି। ରେଡ ବେଳେ ତାଙ୍କ ଘରୁ ୪ଟି ଗାଡ଼ି, ୩୫୦ ଗ୍ରାମ ସୁନା ଓ ଦେଢ଼ କେଜି ଓଜନର ରୁପା ମଧ୍ୟ ଅଧିକାରୀମାନେ ଜବତ କରିଛନ୍ତି। ସବୁ ସମ୍ପତ୍ତି ନିଦାଗୁଣ୍ଡି, ତାଙ୍କ ପତ୍ନୀ ଓ ପତ୍ନୀଙ୍କ ଭାଇଙ୍କ ନାଁରେ ରହିଛି।

Advertisment

ନିଦାଗୁଣ୍ଡି ଓ କେଆରଆଇଡିଏଲ ପୂର୍ବତନ ଇଞ୍ଜିନିୟର ଜେଡଏମ ଚିନଚୋଲକର ମିଳିତ ଭାବେ ୯୬ଟି ଅସମାପ୍ତ ପ୍ରକଳ୍ପ କାମର ନକଲି କାଗଜପତ୍ର ଦେଇ ୭୨ କୋଟି ଟଙ୍କାର ହେରଫେର କରିଥିଲେ ବୋଲି ଜଣାପଡ଼ିଛି।

ନିଦାଗୁଣ୍ଡି ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ନେଇ ପ୍ରଥମ ଲୋକାୟୁକ୍ତରେ ଅଭିଯୋଗ ହୋଇଥିଲା। ଏହାପରେ କୋର୍ଟଙ୍କ ନିର୍ଦ୍ଦେଶ ପରେ ରେଡ କରାଯାଇଥିଲା। ରେଡ ବେଳେ ନିଦାଗୁଣ୍ଡିଙ୍କ ପାଖରୁ ଆଖିଖୋସି ହେବା ଭଳି ସମ୍ପତ୍ତି ଠାବ କରାଯାଇଛି।

ଲୋକାୟୁକ୍ତ ରେଡ୍‌

ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଲୋକାୟୁକ୍ତ ପକ୍ଷରୁ ବିଭିନ୍ନ ଅଧିକାରୀଙ୍କ ଠିକଣାରେ ରେଡ କରାଯାଉଛି। ଏହିକ୍ରମରେ ମଙ୍ଗଳବାର ୫ ସରକାରୀ କର୍ମଚାରୀଙ୍କ ସହ ଜଡ଼ିତ ଏକାଧିକ ଠିକଣାରେ ରେଡ କରାଯାଇଥିଲା। ହାସନ, ଚିକ୍କାବାଲାପୁରା, ଚିତ୍ରଦୁର୍ଗ ଓ ବେଙ୍ଗାଲୁରୁରେ ଏହି ରେଡ ହୋଇଥିଲା।

ଜୁଲାଇ ୨୩ରେ ଲୋକାୟୁକ୍ତ ପକ୍ଷରୁ ଜଣେ ଆଇଏଏସ ଅଫିସରଙ୍କ ସମେତ ୮ ଜଣ ଅଧିକାରୀଙ୍କ ଠିକଣାରେ ରେଡ ହୋଇଥିଲା। ଏହି ସମୟରେ ୩୭.୪୨ କୋଟି ଟଙ୍କାର ନଗଦ ଟଙ୍କା ଓ ସମ୍ପତ୍ତି ଜବତ କରାଯାଇଥିଲା। ବେଙ୍ଗାଲୁରୁ, ମହୀଶୂ, ତୁମକୁରୁ, କାଲବୁର୍ଗି, କୋପ୍ପାଲ ଓ କୋଡାଗୁ ଜିଲ୍ଲାରେ କାର୍ଯ୍ୟ କରୁଥିବା ଅଫିସରମାନଙ୍କ ୪୧ଟି ଠିକଣାରେ ରେଡ ହୋଇଥିଲା।

Karnataka Raid
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe