Advertisment

Aadhaar OTP: ପ୍ରାଣ ହରାଇଥିଲେ ପତ୍ନୀ! ୨ ବର୍ଷ ପରେ ଆଧାର ଓଟିପି ଖୋଲାଲା ଗୁମର

ପତ୍ନୀ ଓ ପୁଅ ସମ୍ପର୍କରେ ଜାଣିବା ପାଇଁ ସେ ଶ୍ୱଶୁର ଘର ଗାଁରେ ପହଞ୍ଚିଥିଲେ। ସେଠାରେ କିଛି ଲୋକ ତାଙ୍କୁ କହିଥିଲେ ଯେ ପ୍ରିୟଙ୍କା ଓ ତାଙ୍କ ପୁଅଙ୍କୁ ହତ୍ୟା କରି ଦିଆଯାଇଛି।

Priyanka

ପ୍ରିୟଙ୍କା ଓ ସନ୍ଦୀପ

Advertisment

ସନ୍ଦୀପ କୁମାରଙ୍କ ପତ୍ନୀ ୨୦୨୪ରେ ଉତ୍ତର ପ୍ରଦେଶ(Uttar Pradesh ) ସ୍ଥିତ ସେମାନଙ୍କ ଘରୁ ଚାଲି ଯାଇଥିଲେ। ଘରୁ ଯିବା ବେଳେ ସେ ନିଜର ସବୁ ସୁନା ଗହଣା ଓ ପୁଅକୁ ମଧ୍ୟ ନେଇ ଯାଇଥିଲେ। ଘରୁ ଯିବାର କିଛି ଦିନ ପରେ ସନ୍ଦୀପ କୁମାର ଭାବି ନେଇଥିଲେ ଯେ ତାଙ୍କ ପତ୍ନୀଙ୍କୁ ତାଙ୍କ ବାପ ଘର ଲୋକ ମାରି ଦେଇଛନ୍ତି। ହେଲେ ଦୁଇ ବର୍ଷ ପରେ ସନ୍ଦୀପ କୁମାରଙ୍କ ପତ୍ନୀ ପ୍ରିୟଙ୍କା ପ୍ରଜାପତି ନିଜର ଆଧାର ତଥ୍ୟ ପରିବର୍ତ୍ତନ କରିବା ପାଇଁ ଚେଷ୍ଟା କରିବାରୁ ସବୁ ସତ ସାମ୍ନାକୁ ଆସି ଯାଇଛି।

Advertisment

୨୦୧୭ ମସିହା ମେ’ ୧୪ରେ ସନ୍ଦୀପ ଓ ପ୍ରିୟଙ୍କା ବାହା ହୋଇ ଗୋଟିଏ ନୂଆ ଜୀବନ ଆରମ୍ଭ କରିଥିଲେ। ସେମାନଙ୍କର ଗୋଟିଏ ପୁଅ ହୋଇଥିଲା ଓ ସବୁ କିଛି ସ୍ୱାଭାବିକ ଭାବେ ଚାଲିଥିଲା। କିନ୍ତୁ ବାହାଘରର ୭ ବର୍ଷ ପରେ ହଠାତ ଗୋଟିଏ ଦିନ ପ୍ରିୟଙ୍କା ଘର ଛାଡ଼ି ଦେଇଥିଲେ। ବୈବାହିକ ଜୀବନରେ ପାଟିତୁଣ୍ଡ ଯୋଗୁ ପ୍ରିୟଙ୍କା ପ୍ରଜାପତି ସ୍ୱାମୀଙ୍କୁ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ।

୨୦୨୪ ମସିହା ଜୁଲାଇ ୧ରେ ଲକ୍ଷାଧିକ ଟଙ୍କାର ନିଜ ସୁନା ଅଳଙ୍କାର ଧରି ପୁଅ ସହ ବାପ ଘରକୁ ଚାଲି ଯାଇଥିଲେ। ବାପ ଘରେ ପହଞ୍ଚିବାର କିଛି ଘଣ୍ଟା ପରେ ସେ ଜୀବନ ହାରିବା ଲକ୍ଷ୍ୟରେ ସେଠାରୁ ମଧ୍ୟ ଚାଲି ଯାଇଥିଲେ। 

Advertisment

ବାପ ଘରୁ ଯିବା ପରେ ସେ ଏକାଧିକ ଥର ଆତ୍ମହତ୍ୟା କରିବାକୁ ଚାହିଁଥିଲେ। କିନ୍ତୁ ଜୀବନ ହାରିବାକୁ ସେ ସାହାସ ଦେଖାଇ ପାରି ନଥିଲେ। ଶେଷରେ ସେ ଭାଗବାନ ରାମ ଆଶୀର୍ବାଦ ନେବାକୁ ଅଯୋଧ୍ୟା ଚାଲି ଯାଇଥିଲେ। ଅଯୋଧ୍ୟାକୁ ରାମଙ୍କ ଦର୍ଶନ ପାଇଁ ଯାଇଥିବା ପ୍ରିୟଙ୍କା ସେଠାରେ ରାଜସ୍ଥାନର ମଙ୍ଗଳ ଚନ୍ଦ୍ରଙ୍କୁ ଭେଟିଥିଲେ। ପ୍ରଥମ ଦେଖାରେ ସେମାନଙ୍କ ମଧ୍ୟରେ ପ୍ରେମ ହୋଇ ଯାଇଥିଲା ଓ ଉଭୟ ରାଜସ୍ଥାନରେ ସ୍ୱାମୀ-ସ୍ତ୍ରୀ ଭଳି ରହିବା ଆରମ୍ଭ କରିଥିଲେ। 

ରାଜସ୍ଥାନ ଠାରୁ ଅନେକ ଦୂରରେ ଥିବା ଉତ୍ତର ପ୍ରଦେଶର ବସ୍ତି ଜିଲ୍ଲାରେ ରହୁଥିବା ସନ୍ଦୀପଙ୍କୁ ସବୁବେଳେ ପତ୍ନୀଙ୍କ ଚିନ୍ତା ଘାରୁଥିଲା। ପତ୍ନୀ ଓ ପୁଅ ସମ୍ପର୍କରେ ଜାଣିବା ପାଇଁ ସେ ଶ୍ୱଶୁର ଘର ଗାଁରେ ପହଞ୍ଚିଥିଲେ। ସେଠାରେ କିଛି ଲୋକ ତାଙ୍କୁ କହିଥିଲେ ଯେ ପ୍ରିୟଙ୍କା ଓ ତାଙ୍କ ପୁଅଙ୍କୁ ହତ୍ୟା କରି ଦିଆଯାଇଛି। ସୁନା ଗହଣା ପାଇଁ ଉଭୟଙ୍କୁ ପ୍ରିୟଙ୍କା ପ୍ରଜାପତିଙ୍କ ବାପା ହତ୍ୟା କରି ସରୟୁ ନଦୀରେ ଫିଙ୍ଗି ଦେଇଛନ୍ତି। 

ଏହା ଶୁଣି ସନ୍ଦୀପ କୁମାର ସିଧା କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ୨୦୨୪ ନଭେମ୍ବର ୪ରେ କୋର୍ଟଙ୍କ ନିର୍ଦ୍ଦେଶ ପରେ ପ୍ରିୟଙ୍କା ପ୍ରଜାପତିଙ୍କ ବାପା ଦୟାରାମ, ମା’ ସୁଭବତୀ ଦେବୀ, ମାମୁଙ୍କ ଝିଅ ସଞ୍ଜନା ଓ ଗାଁର ଅଶୋକ କୁମାର ମୌର୍ଯ୍ୟଙ୍କ ବିରୋଧରେ ପୁଲିସ୍‌ ହତ୍ୟା ଓ ପ୍ରାମଣ ନଷ୍ଟ ଭଳି ମାମଲା ରୁଜୁ କରିଥିଲା।

ପ୍ରାୟ ୨ ବର୍ଷ ଧରି ପୁଲିସ୍‌ ପ୍ରିୟଙ୍କା ପ୍ରଜାପତିଙ୍କ ହତ୍ୟା ଓ ନିଖୋଜ ମାମଲାର ତଦନ୍ତ ମଧ୍ୟ ଜାରି ରଖିଥିଲା। ଏସବୁ ଭିତରେ ନିକଟରେ ସନ୍ଦୀପ କୁମାରଙ୍କ ମୋବାଇଲକୁ ଆସିଥିଲା ଗୋଟିଏ ଓଟିପି। ପ୍ରିୟଙ୍କା ପ୍ରଜାପତିଙ୍କ ଆଧାର କାର୍ଡ ଅପଡେଟ ପାଇଁ ଓଟିପି ଆସିବା ପରେ ଚକିତ ହୋଇଯାଇଥିଲେ ସନ୍ଦୀପ।

ସେ ତୁରନ୍ତ ପୁଲିସ୍‌କୁ ଏହା ଜଣାଇଥିଲେ। ପୁଲିସ୍‌ ମଧ୍ୟ ଆକ୍ସନ ମୋଡକୁ ଆସି ରାଜସ୍ଥାନ ଯାଇଥିଲା। ସେଠାରେ ପୂର୍ବରୁ ପ୍ରାଣ ହରାଇ ସାରିଥିବା ପ୍ରିୟଙ୍କା ପ୍ରଜାପତିଙ୍କୁ ଖୋଜିବା ଆରମ୍ଭ କରିଥିଲା। ପ୍ରିୟଙ୍କା ଧରାପଡ଼ିବା ପରେ ସବୁ ତଥ୍ୟ ସାମ୍ନାକୁ ଆସିଛି। 

ସନ୍ଦୀପ ନିଜ ପୁଅକୁ ଆଣିବାକୁ ଆବେଦନ କରିଥିବା ବେଳେ ପ୍ରିୟଙ୍କାଙ୍କୁ ତାଙ୍କ ପରିବାର ଲୋକ ଗ୍ରହଣ କରିବାକୁ ମନା କରିଦେଇଛନ୍ତି। ପୁଲିସ୍‌ ଏବେ ପୂରା ଘଟଣାର ତଦନ୍ତ ଜାରି ରଖିଛି। 

Uttar Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe