Advertisment

ଦିଲ୍ଲୀରେ ହିଟ୍ ଆଣ୍ଡ ରନ୍ ମାମଲା; ଜଣେ ମୃତ, ୬ ଗୁରୁତର

ଏହି ହିଟ୍ ଆଣ୍ଡ ରନ୍ ମାମଲାରେ ଜଣେ ୨୨ ବର୍ଷୀୟା ଯୁବତୀଙ୍କ ମୃତ୍ୟୁ ହୋଇଥିବା ବେଳ ୬ ଜଣ ଗୁରୁତର ଆହତ ହୋଇଛନ୍ତି।

Accident

Accident

Advertisment

ଦିଲ୍ଲୀ ଗାଜିପୁରରେ ଘଟିଛି ଗତ ରାତିରେ ହିଟ୍ ଆଣ୍ଡ ରନ୍ ମାମଲା। ହଠାତ୍‌ ରାସ୍ତାରେ ଯାଉଥିବା ଲୋକଙ୍କୁ ଧକ୍କା ଦେଲା ଦ୍ରୁତ ଗତିରେ ମାଡ଼ି ଆସୁଥିବା କାର୍।  ଏହି ହିଟ୍ ଆଣ୍ଡ ରନ୍ ମାମଲାରେ ଜଣେ ୨୨ ବର୍ଷୀୟା ଯୁବତୀଙ୍କ ମୃତ୍ୟୁ ହୋଇଥିବା ବେଳ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣାର ସିସିଟିଭି ଭିଡିଓ ସାମ୍ନାକୁ ଆସିଛି।

Advertisment

ଏଥିରେ ଦେଖିବାକୁ ମିଳିଛି ଦ୍ରୁତ ଗତିରେ ଆସୁଥିବା ଏକ କାର୍‌ଟି  ଜଣକ ପରେ ଜଣଙ୍କୁ ଧକ୍କା ମାରିଥିଲେ।  ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ତୁରନ୍ତ ଆହତ ଏବଂ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରିଛନ୍ତି। ଏହାପରେ ଉତ୍ତ୍ୟକ୍ତ ଲୋକେ କାର୍‌କୁ ଭଙ୍ଗାରୁଜା କରିବା ସହ ଡ୍ରାଇଭରଙ୍କୁ ଟାଣି ପ୍ରବଳ ପିଟିଥିଲେ।  

ଖବର ପାଇ ପୁଲିସ୍‌ ପହଞ୍ଚି ଗୁରୁତର ଡ୍ରାଇଭରଙ୍କୁ ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ମୁକୁଳାଇ ହସ୍ପିଟାଲ ପଠାଇଛି। ପୁଲିସ୍‌ ଏ ନେଇ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତ କାର୍ ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି।

Advertisment
Delhi Road Accident Hit And Run
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe