Advertisment

ବୋହୂ ପାଲଟିଲା ପିଶାଚିନୀ; ୩ଶହ କୋଟି ପାଇଁ ଶ୍ୱଶୁରଙ୍କ ଉପରେ ଚଢ଼ାଇ ଦେଲା କାର୍‌

ସମ୍ପତ୍ତି ଲୋଭ ହେଲା କାଳ। ଶ୍ୱଶୁରଙ୍କୁ ରାସ୍ତାରୁ ହଟାଇ ତାଙ୍କ ୩ଶହ କୋଟିର ସମ୍ପତ୍ତି ହାତେଇବାକୁ ବୋହୂ ପାଲଟିଗଲେ ପିଶାଚିନୀ ।

author-image
Niharika Rout
undefined

Murder

ସମ୍ପତ୍ତି ଲୋଭ ହେଲା କାଳ। ଶ୍ୱଶୁରଙ୍କୁ ରାସ୍ତାରୁ ହଟାଇ ତାଙ୍କ ୩ଶହ କୋଟିର ସମ୍ପତ୍ତି ହାତେଇବାକୁ ବୋହୂ ପାଲଟିଗଲେ ପିଶାଚିନୀ । ସୁପାରୀ କିଲରଙ୍କ ଦ୍ୱାରା ବିଚ୍‌ ରାସ୍ତାରେ କାର୍‌ ମଡ଼ାଇ ଅତି ନିର୍ମମ ଭାବେ ଶ୍ୱଶୁରଙ୍କୁ ହତ୍ୟା କଲେ। ଏହି ଘଟଣାରେ ପୁଲିସ୍ ଅଭିଯୁକ୍ତା ବୋହୂଙ୍କୁ ଗିରଫ କରିଛି।

Advertisment

ଏପରି ଏକ ଲୋମଟାଙ୍କୁରା ଘଟଣା ମହାରାଷ୍ଟ୍ରର ନାଗପୁରରେ ଘଟିଛି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତା ଅର୍ଚ୍ଚନା ପୁଟ୍ଟେୱାରଙ୍କୁ ବାନ୍ଧିଛି ପୁଲିସ୍‌। ଅର୍ଚ୍ଚନାଙ୍କୁ ନିଜ ଶ୍ୱଶୁର ପୁରୁଷୋତ୍ତମ ପୁଟ୍ଟେୱାରଙ୍କ ହତ୍ୟା ମାମଲାରେ ଗିରଫ କରାଯାଇଛି।

୮୨ ବର୍ଷୀୟ ପୁରୁଷୋତ୍ତମ ନାଗପୁରର ଜଣେ ବିତ୍ତଶାଳୀ ବ୍ୟକ୍ତି ହୋଇଥିବା ବେଳେ ତାଙ୍କ ପୁଅ ସହରର ଜଣେ ପ୍ରତିଷ୍ଠିତ ଡାକ୍ତର ଥିଲେ। ଏଥିସହ ବୋହୂ ଅର୍ଚ୍ଚନା ବି ମହାରାଷ୍ଟ୍ର ସରକାରରେ ଜଣେ ଉଚ୍ଚ ପଦସ୍ଥ ଅଧିକାରୀ ଭାବେ କାମ କରୁଥିଲେ।

Advertisment

ମାତ୍ର ପୁରୁଷୋତ୍ତମଙ୍କ ସମ୍ପତ୍ତିକୁ ନେଇ ସବୁବେଳେ ପରିବାରରେ କଳହ ଲାଗି ରହୁଥିଲା । ଗତ ମେ’ ୨୨ ତାରିଖରେ ପୁରୁଷୋତ୍ତମ ନିକଟରେ ଥିବା ନିଜ ଝିଅ ଘରକୁ ଚାଲି ଚାଲି ଯାଉଥିଲେ। ଉକ୍ତ ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ କାର୍‌ ପୁରୁଷୋତ୍ତମଙ୍କୁ ଧକ୍କା ଦେଇଥିଲା। ସେ ତଳେ ପଡ଼ି ଯିବାରୁ ଡ୍ରାଇଭର ତାଙ୍କ ଉପରେ ଗାଡ଼ି ଚଢ଼ାଇ ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏହା ଏକ ହତ୍ୟାକାଣ୍ଡ ବୋଲି ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ଏହାପରେ ପୁଲିସ୍‌ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଆରମ୍ଭ କରି ଉକ୍ତ ସମୟରେ ଗାଡ଼ି ଚଳାଉଥିବା ଡ୍ରାଇଭରଙ୍କୁ ଗିରଫ କରିଥିଲା। ତାଙ୍କୁ ପଚରାଉଚରା କରାଯିବାରୁ ଏଥିନିମନ୍ତେ ପୁରୁଷୋତ୍ତମଙ୍କ ପୁଅଙ୍କ ଡ୍ରାଇଭର ତାଙ୍କୁ ଟଙ୍କା ଦେଇଥିବା କହିଥିଲେ। ଏହାପରେ ପୁଲିସ୍ ତୁରନ୍ତ ପୁରୁଷୋତ୍ତମଙ୍କ ପୁଅଙ୍କ ଡ୍ରାଇଭରଙ୍କୁ ଗିରଫ କରିବାରୁ ଏଥିନିମନ୍ତେ ପୁରୁଷୋତ୍ତମଙ୍କ ବୋହୂ ସୁପାରି ଦେଇଥିବା କହିଥିଲେ।

ଏହି ଘଟଣାରେ ପୁଲିସ୍ ଅର୍ଚ୍ଚନାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ ତାଙ୍କ ସ୍ୱାମୀଙ୍କ ଏଥିରେ ସମ୍ପୃକ୍ତି ଅଛି ନା ନାହିଁ ତାହାର ତଦନ୍ତ ଆରମ୍ଭ କରିଛି ପୁଲିସ୍‌। ୩ଶହ କୋଟି ହାତେଇବାକୁ ନିଜ ଶ୍ୱଶୁରଙ୍କୁ ଏପରି ନିର୍ମମ ଭାବେ ହତ୍ୟା କରିଥିବା ଅର୍ଚ୍ଚନା ସ୍ୱୀକାର କରିଥିବା ଜଣାଯାଇଛି।

Murder Maharashtra Family Dispute