Advertisment

Kite String: ମାଞ୍ଜା ସୂତା ଯୋଗୁ ଫ୍ଲାଏଓଭରରୁ ୭୦ ଫୁଟ ତଳେ କଚାଡ଼ି ହୋଇ ପଡ଼ିଲେ, ପୂରା ପରିବାର ଶେଷ

ଘଟଣା ସ୍ଥଳରେ ବାପ ଓ ଝିଅ ଆଖି ବୁଜିଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କ ପାଖକୁ ଚାଲି ଯାଇଛନ୍ତି ମା’। ମାଞ୍ଜା ସୂତା ଯୋଗୁ ଗୋଟିଏ ପରିବାର ପୂରା ଶେଷ ହୋଇଯାଇଛି।

author-image
Hemant Lenka
accident

ଘଟଣା ସ୍ଥଳର ଦୃଶ୍ୟ

ଗୋଟିଏ ପରିବାରକୁ ଉଜାଡ଼ି ଦେଇଛି ଘାତକ ମାଞ୍ଜା ସୂତା। ବାପା ମା’ ଓ ସାନ ଝିଅର ଜୀବନ ନେଇଛି ମାଞ୍ଜା ସୂତା। ମାଞ୍ଜା ସୂତା(Kite String) ଯୋଗୁ ଭାରସାମ୍ୟ ହରାଇଥିଲେ ବାଇକ ଚାଳକ। ବ୍ରିଜରେ ପିଟି ହୋଇଥିଲା ବାଇକ ଆଉ ସିଧା ଓଭରବ୍ରିଜରୁ ୭୦ ଫୁଟ ତଳକୁ ଖସିଥିଲେ ବାପା,ମା’ ଓ ୭ ବର୍ଷର ଝିଅ।

Advertisment

ଘଟଣା ସ୍ଥଳରେ ବାପ ଓ ଝିଅ ଆଖି ବୁଜିଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କ ପାଖକୁ ଚାଲି ଯାଇଛନ୍ତି ମା’। ମାଞ୍ଜା ସୂତା ଯୋଗୁ ଗୋଟିଏ ପରିବାର ପୂରା ଶେଷ ହୋଇଯାଇଛି। ଗୁଜରାଟର ସୁରଟରୁ ଏପରି ଦୁଃଖଦ ଖବର ସାମ୍ନାକୁ ଆସିଛି। 

ବୁଧବାର ମକର ସଂକ୍ରାନ୍ତିରେ ପୂରା ଘଟଣା ଘଟିଥିଲା। ସଂକ୍ରାନ୍ତି ପାଇଁ ରେହାନ ଗୋଟିଏ ବାଇକରେ ନିଜର ପତ୍ନୀ ରେହାନା ଓ ଝିଅ ଆଈଶାଙ୍କୁ ଧରି ବୁଲିବାକୁ ବାହାରିଥିଲେ। ଝିଅ ବି ବାପା ମା’ଙ୍କ ସହ ବୁଲିବାକୁ ଯାଉଥିବାରୁ ବେଶ ଖୁସି ଥିଲା। ହେଲେ ରେହାନ ନିଜର ପରିବାର ଧରି ଚନ୍ଦ୍ରଶେଖର ଆଜାଦ ଫ୍ଲାଏଓଭର ଅତିକ୍ରମ କରୁଥିବା ବେଳେ ଘଟିଥିଲା ଅଘଟଣ।

Advertisment

ହଠାତ ଗୁଡ଼ି ଉଡ଼ାଇବା ପାଇଁ ବ୍ୟବହୃତ ମାଞ୍ଜା ସୂତା ଆସି ବାଇକ ଚଳାଉଥିବା ରେହାନଙ୍କ ବେକରେ ଲାଗି ଯାଇଥିଲା। ପ୍ରଥମେ ସେ କିଛି ବୁଝି ପାରି ନଥିଲେ। ମାଞ୍ଜା ସୂତା ଲାଗିଥିବାରୁ ତାଙ୍କ ତଣ୍ଟି କଟି ଯାଇଥିଲା। ସେ ଯନ୍ତ୍ରଣାରୁ ମୁକୁଳିବା ପାଇଁ ତୁରନ୍ତ ମାଞ୍ଜା ସୂତାକୁ ନିଜ ତଣ୍ଟି ପାଖରୁ କାଢ଼ିବାକୁ ଚେଷ୍ଟା କରିଥିଲେ।

ଗୋଟିଏ ହାତରେ ଏହାକୁ ସେ ତରବରିଆ ଭାବେ କାଢ଼ିବା ପାଇଁ ଚାହିଁଥିଲେ। କିନ୍ତୁ ସେ ଭାରସାମ୍ୟ ହରାଇଥିଲେ। ବାଇକଟି ସିଧା ବ୍ରିଜର କାନ୍ଥରେ ପିଟି ହୋଇ ଯାଇଥିଲା। ଫଳରେ ରେହାନ, ରେହାନା ଓ ଝିଅ ଆଈଶା ସିଧା ବ୍ରିଜ ଉପରୁ ୭୦ ଫୁଟ ତଳକୁ ଖସି ପଡ଼ିଥିଲେ।

ବ୍ରିଜ ଉପରରୁ ସିଧା ତଳେ ପଡ଼ିବାରୁ ଘଟଣା ସ୍ଥଳରେ ହିଁ ରେହାନ ଓ ଝିଅ ଆଈଶାଙ୍କ ମୃତ୍ୟୁ ହୋଇ ଯାଇଥିଲା। ରେହାନା ବ୍ରିଜ ସାଇଡରେ ପାର୍କିଂ ହୋଇଥିବା ଗୋଟିଏ ଅଟୋ ଉପରେ ପଡ଼ିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମଧ୍ୟ ମୃତ୍ୟୁ ହୋଇଛି। ମାଞ୍ଜା ସୂତା ଯୋଗୁ ଗୋଟିଏ ପରିବାର ପୂରା ଶେଷ ହୋଇଯାଇଛି। 

Kite String