Advertisment

୩୩ ବର୍ଷ ପରେ ଧରା ପଡ଼ିଲେ ମିରୱାଇଜ ଫାରୁକଙ୍କୁ ହତ୍ୟା କରିଥିବା ଦୁଇ ଆତଙ୍କୀ

ଜମ୍ମୁ-କଶ୍ମୀରର ସ୍ପେଶାଲ ସିଆଇଡି ଡିଜି ଆରଆର ସ୍ୱାଇଁ ଏସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ପୂରା ହତ୍ୟାକାଣ୍ଡରେ ୫ ଜଣ ଅଭିଯୁକ୍ତ ଥିଲେ। ଏହି ୫ ଜଣଙ୍କ ମଧ୍ୟରୁ ୪ ଜଣ ଫେରାର ଥିଲେ।

author-image
Hemant Lenka
Mirwaiz Farooq

Mirwaiz Farooq

ମିରୱାଇଜ ଫାରୁକଙ୍କ ହତ୍ୟା ଘଟଣାରେ ଜମ୍ମୁ-କଶ୍ମୀର ପୁଲିସ୍‌କୁ ମିଳିଛି ବଡ଼ ସଫଳତା। ପୁଲିସ୍‌ ଏହି ଘଟଣାରେ ଦୁଇ ଜଣ ହିଜବୁଲ ଆତଙ୍କବାଦୀଙ୍କୁ ଗିରଫ କରିଛି। ୧୯୯୦ ମସିହା ମେ’ ୨୧ ତାରିଖରା ଫାରୁକଙ୍କୁ ହତ୍ୟା କରାଯାଇଥିଲା। ଘଟଣାର ୩୩ ବର୍ଷ ପରେ ପୁଲିସ୍‌ ୨ ଆତଙ୍କୀଙ୍କୁ ଧରିବାକୁ ସକ୍ଷମ ହୋଇଛି।

Advertisment

ଜମ୍ମୁ-କଶ୍ମୀରର ସ୍ପେଶାଲ ସିଆଇଡି ଡିଜି ଆରଆର ସ୍ୱାଇଁ ଏସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ପୂରା ହତ୍ୟାକାଣ୍ଡରେ ୫ ଜଣ ଅଭିଯୁକ୍ତ ଥିଲେ। ଏହି ୫ ଜଣଙ୍କ ମଧ୍ୟରୁ ୪ ଜଣ ଫେରାର ଥିଲେ। ଘଟଣା ମୁଖ୍ୟ ଅଭିଯୁକ୍ତ ଅବଦୁଲ୍ଲା ବାଙ୍ଗାରୋ ଓ ତା’ର ସହଯୋଗୀ ଏବି ରେହମାନ ଶିଗାନ ଏନକାଉଣ୍ଟରରେ ନିହତ ହୋଇଥିଲେ।

ଆଉ ଜଣେ ଅଭିଯୁକ୍ତ ଆୟୁବ ଧାରକୁ ୨୦୧୦ରେ ଜମ୍ମୁ-କଶ୍ମୀର ଟାଡା କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲା। ତାକୁ ଆଜୀବନ ଜେଲଦଣ୍ଡ ମିଳିଛି। ଜାଭେଦ ଭଟ ଓରଫ ଅଜମତ ଖାନ ଓ ଜହୋର ଭଟ ଓରଫ ବିଲାଲ ଘଟଣା ପରଠାରୁ ଫେରାର ଥିଲେ। ଜହୋର ହିଁ ମିରୱାଇଜଙ୍କ ବେଡରୁମରେ ଫସି ଗୁଳି ମାଡ଼ କରିଥିଲା।

Advertisment

ଏବେ ସେମାନଙ୍କୁ ଗିରଫ କରାଯାଇଛି। ଫଳରେ ଘଟଣାରେ ସମସ୍ତ ୫ ଅଭିଯୁକ୍ତ ଏବେ ଆଇନ ହାତରେ ଧରାପଡ଼ିଛନ୍ତି। ଦୁଇ ଅଭିଯୁକ୍ତ ବର୍ତ୍ତମାନ ଠାରୁ ଟ୍ରାଏଲର ସମ୍ମୁଖୀନ ହେବେ ବୋଲି ସେ କହିଛନ୍ତି।

ପୁଲିସ୍‌ର କହିବା କଥା, ହତ୍ୟାକାଣ୍ଡ ପରେ ଜାଭେଦ ଓ ଜହୋର ଅଣ୍ଡର ଗ୍ରାଉଣ୍ଡ ହୋଇଯାଇଥିଲେ। ସେମାନେ ନେପାଳ ଓ ପାକିସ୍ତାନରେ ରହିବା ପରେ ପୁଣି ଜମ୍ମୁ-କଶ୍ମୀରକୁ ଫେରିଥିଲେ। ସେମାନେ ନିୟମିତ ନିଜର ପରିଚୟ ବଦଳାଇବା ସହ ଠିକଣା ବଦଳାଉଥିଲେ। ତେଣୁ ସୁରକ୍ଷାକର୍ମୀମାନେ ଉଭୟଙ୍କୁ ଧରିବାରେ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଥିଲେ। କିନ୍ତୁ ଚୋର ଘର ସବୁବେଳେ ଅନ୍ଧାର ନଥିବା ବେଳେ ଏବେ ପୁଲିସ୍‌ ହାତରେ ଦୁଇ ଆତଙ୍କୀ ଧରାପଡ଼ିଛନ୍ତି।

ଅଲ ଜମ୍ମୁ-କଶ୍ମୀର ଆୱାମି ଆକ୍ସନ କମିଟି ଅଧ୍ୟକ୍ଷ ମିରୱାଇଜ ଫାରୁକଙ୍କୁ ହିଜବୁଲ ଆତଙ୍କବାଦୀମାନେ ତାଙ୍କ ଶ୍ରୀନଗର ବାସଭବନ ଭିତରେ ପଶି ହତ୍ୟା କରିଥିଲେ।

Police Jammu Kashmir Terrorist