Advertisment

ଦେଶରେ ଆଉ ୨ ଜଣ HMPV ପଜିଟିଭ୍ ଚିହ୍ନଟ

ଜଣେ ୭ ବର୍ଷର ଓ ଜଣେ ୧୪ ବର୍ଷର ପିଲା ଦେହରେ ଏହି ଭାଇରାସ ଚିହ୍ନଟ ହୋଇଛି।

HMPV Virus

HMPV Virus

Advertisment

ଦେଶରେ କାୟା ମେଲାଉଛି ହ୍ୟୁମନ ମେଟାନ୍ୟୁମୋଭାଇରସ ତଥା ଏଚ୍‌ଏମ୍‌ପିଭି। ଏବେ ଆଉ ଦୁଇ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ମହାରାଷ୍ଟ୍ରର ନାଗପୁରୁର ଦୁଇଟି ସଂକ୍ରମିତ ମାମଲା ସାମ୍ନାକୁ ଆସିଛି। ଜଣେ ୭ ବର୍ଷର ଓ ଜଣେ ୧୪ ବର୍ଷର ପିଲା HMPVରେ ସଂକ୍ରମିତ ହୋଇଥିବା ସୂଚନା ମିଳିଛି।

Advertisment

ପ୍ରଥମେ ଏହି ଦୁଇ ଜଣଙ୍କୁ ଥଣ୍ଡା, କାଶ ଓ ପରେ ଜ୍ୱର ହୋଇଥିଲା। ଏହାପରେ ଏମାନଙ୍କୁ ଚିକିତ୍ସା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ନମୂନା ପରୀକ୍ଷା ପରେ ଉଭୟ ଏଚ୍‌ଏମ୍‌ପିଭି ପଜିଟିଭ ଚିହ୍ନଟ ହୋଇଛନ୍ତି। ଉଭୟଙ୍କ ଚିକିତ୍ସା ଜାରି ରହିଛି।

ସୂଚନା ମୁତାବକ, ଗତକାଲି ଗୋଟିଏ ଦିନରେ ଦେଶରେ ୬ଶିଶୁ ପଜିଟିଭି ଚିହ୍ନଟ ହୋଇଥିଲେ। ଏବେ ଏହି ସଂଖ୍ୟା ୮ରେ ପହଞ୍ଚିଛି। ସୋମବାର ବେଙ୍ଗାଳୁରୁରେ ୨ ଶିଶୁ, ଚେନ୍ନାଇରେ ୨ ଏବଂ ଅହମ୍ମଦାବାଦରେ ଜଣେ ୨ ମାସର ଶିଶୁ HMPV ରେ ଆକ୍ରାନ୍ତ ହୋଇଛଥିବା ଖବର ସାମ୍ନାକୁ ଆସିଥିଲା। କୋଲକାତାରେ ମଧ୍ୟ ୬ ମାସର ଶିଶୁ ଶରୀରରେ HMPV ଚିହ୍ନଟ ହୋଇଥିଲା।

Advertisment
Maharashtra HMPV Virus
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe