Advertisment

HMPV ନୂଆ ଭାଇରସ ନୁହେଁ, ଆତଙ୍କିତ ନ ହେବାକୁ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ପରାମର୍ଶ

ଏଚଏମପିଭି କୌଣସି ନୂଆ ପ୍ରକାରର ଭାଇରସ ନୁହେଁ। ତେଣୁ ଦେଶବାସୀ ବ୍ୟସ୍ତ ହୁଅନ୍ତୁ ନାହିଁ। ଏହି ଭାଇରସ ପ୍ରଥମେ ୨୦୦୧ରେ ଚିହ୍ନଟ ହୋଇଥିଲା। ସେବେଠାରୁ ଏହା ବିଶ୍ୱର ବିଭିନ୍ନ ସ୍ଥାନରେ ରହିଛି ବୋଲି ନଡ୍ଡା କହିଛନ୍ତି।

JP Nadda

JP Nadda

Advertisment

ଚାଇନା ଭାଇରସ ଏଚଏମପିଭିକୁ ନେଇ ଭାରତରେ ଚିନ୍ତା ବଢ଼ିଛି। ବେଙ୍ଗାଲୁରୁରୁ ୨ଟି ଓ ଗୁଜରାଟରୁ ଜଣେ ଏଚଏମପିଭି ଆକ୍ରାନ୍ତ ଚିହ୍ନଟ ହେବା ପରେ ସାରା ଦେଶରେ ଆତଙ୍କ ଖେଳି ଯାଇଛି। ଲୋକମାନେ ଆଶା ଓ ଆଶଙ୍କାରେ ଥିବା ବେଳେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଲୋକଙ୍କୁ ଆତଙ୍କିତ ନ ହେବା ପାଇଁ ପରାମର୍ଶ ଦେଇଛନ୍ତି।

Advertisment

ତାଙ୍କ କହିବା କଥା ଯେ ଏଚଏମପିଭି କୌଣସି ନୂଆ ପ୍ରକାରର ଭାଇରସ ନୁହେଁ। ତେଣୁ ଦେଶବାସୀ ବ୍ୟସ୍ତ ହୁଅନ୍ତୁ ନାହିଁ। ଏହି ଭାଇରସ ପ୍ରଥମେ ୨୦୦୧ରେ ଚିହ୍ନଟ ହୋଇଥିଲା। ସେବେଠାରୁ ଏହା ବିଶ୍ୱର ବିଭିନ୍ନ ସ୍ଥାନରେ ରହିଛି ବୋଲି ନଡ୍ଡା କହିଛନ୍ତି।

ଭାଇରସକୁ ନେଇ ସୋଶାଲ ମିଡିଆରେ ବିଭିନ୍ନ ପ୍ରକାରର ଆଲୋଚନା ଚାଲିଛି। ଏହାକୁ ଦେଖି ଲୋକ ଆତଙ୍କିତ ହେବାରେ ଲାଗିଛନ୍ତି। ଲୋକଙ୍କ ଆଶଙ୍କା ଦୂର କରିବା ପାଇଁ ନଡ୍ଡା ଗୋଟିଏ ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ ସରକାର ସକ୍ରିୟ ଭାବେ ସ୍ଥିତି ଉପରେ ନଜର ରଖିଛନ୍ତି ଓ ଲୋକଙ୍କ ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନେଉଛନ୍ତି।

Advertisment

ଶ୍ରୀ ନଡ୍ଡା କହିଛନ୍ତି, “ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ସ୍ପଷ୍ଟ କରିଛନ୍ତି ଯେ ଏହା କୌଣସି ନୂଆ ପ୍ରକାରର ଭାଇରସ ନୁହେଁ। ଏହା ପ୍ରଥମେ ୨୦୦୧ରେ ଚିହ୍ନଟ ହୋଇଥିଲା ଓ ବିଶ୍ୱର ଅନେକ ସ୍ଥାନରେ ଏହା ସେବେଠାରୁ ରହି ଆସିଛି। ଏଚଏମପିଭି ବାୟୁ ମଣ୍ଡଳରେ ସଂକ୍ରମଣ କରିଥାଏ। ଏହା ସବୁ ବର୍ଗର ଲୋକଙ୍କୁ ପ୍ରଭାବିତ କରିପାରିବ। ଏହି ଭାଇରସ ଶୀତ ଦିନେ ଅଧିକ ବ୍ୟାପିଥାଏ।”

ଚାଇନାରେ ବଢ଼ୁଥିବା ଏଚଏମପିଭି ସଂକ୍ରମଣ ସମ୍ପର୍କରେ ନଡ୍ଡା କହିଛନ୍ତି ଯେ “ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ, ଆଇସିଏମଆର ଓ ଏନସିଡିସି ଚାଇନା ଓ ଅନ୍ୟ ପଡ଼ୋଶୀ ରାଷ୍ଟ୍ରରେ ଘଟୁଥିବା ଘଟଣା ଉପରେ ନଜର ରଖିଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ସ୍ଥିତିକୁ ପରିଖିଛି ଓ ଏ ସଂକ୍ରାନ୍ତରେ ବିସ୍ତୃତ ରିପୋର୍ଟ ଖୁବଶୀଘ୍ର ମିଳିବ।

ଦେଶର ସ୍ୱାସ୍ଥ୍ୟ ବ୍ୟବସ୍ଥା ଓ ସର୍ଭେଲାନ୍ସ ନେଟୱର୍କ ପୂରା ସଜାଗ ରହିଛି। ସବୁ ପ୍ରକାରର ଚ୍ୟାଲେଞ୍ଜକୁ ମୁକାବିଲା କରିବାକୁ ସମସ୍ତେ ପ୍ରସ୍ତୁତ। ଆତଙ୍କିତ ହେବାର କୌଣସି ଆବଶ୍ୟକ ନାହିଁ। ଆମେ ସ୍ଥିତି ଉପରେ ନଜର ରଖିଛୁ।”

Jp Nadda HMPV HMPV Virus
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe