Advertisment

କାୟା ମେଲାଉଛି HMPV ଭାଇରସ୍‌, ଭାରତରେ ଚିହ୍ନଟ ହେଲା ପ୍ରଥମ କେସ୍‌

ବେଙ୍ଗାଲୁରୁର ଏକ ହସ୍ପିଟାଲରେ ୮ ମାସର ଛୁଆ ଦେହରେ HMPV ଜୀବାଣୁ ଚିହ୍ନଟ ହୋଇଛି।

author-image
Madhupriya Mistry
ଅଦ୍ୟତନ ହୋଇଛି
HMPV Virus

HMPV Virus

କୋଭିଡ-୧୯ ମହାମାରୀ ପରେ ଏବେ HMPV ଭାଇରାସକୁ ନେଇ ସାରା ବିଶ୍ୱରେ ପଶିଛି ଛନକା। ଚୀନ୍‌ରେ ଏହି ଜୀବାଣୁ କାୟା ମେଳାଇବାରେ ଲାଗିଛି। ଏବେ ଭାରତରେ ମଧ୍ୟ ଏହି ଭାଇରାସ ଏଣ୍ଟ୍ରି ମାରିଛି। ଚିହ୍ନଟ ହୋଇଛି ପ୍ରଥମ ସଂକ୍ରମିତ।

Advertisment

ବେଙ୍ଗାଲୁରୁର ଏକ ହସ୍ପିଟାଲରେ ୮ ମାସର ଛୁଆ ଦେହରେ HMPV ଜୀବାଣୁ ଚିହ୍ନଟ ହୋଇଛି। କର୍ଣ୍ଣାଟକର ସ୍ୱାସ୍ଥ୍ୟ ବିଭାଗ କହିଛି ଯେ ଆମେ ଏହାକୁ ଆମ ଲ୍ୟାବରେ ପରୀକ୍ଷା କରିନାହୁଁ। ଏକ ଘରୋଇ ଡାକ୍ତରଖାନାରେ ଏହି ମାମଲାର ଏକ ରିପୋର୍ଟ ଆସିଛି। ଘରୋଇ ଡାକ୍ତରଖାନାର ଏହି ରିପୋର୍ଟ ଉପରେ ସନ୍ଦେହ କରିବାର କୌଣସି କାରଣ ନାହିଁ।

ଭାରତରେ ଏହା ଏଚ୍‌ଏମ୍‌ପିଭି ଭାଇରସ୍‌ ପ୍ରଥମ ମାମଲା। HMPV ସାଧାରଣତ ପିଲାମାନଙ୍କଠାରେ ହିଁ ଚିହ୍ନଟ ହୁଏ। ସମସ୍ତ ଫ୍ଲୁ ନମୁନାରେ HMPV ୦.୭ % ଥାଏ। ଏହି ଜୀବାଣୁଙ୍କର ଷ୍ଟ୍ରେନ୍ କ’ଣ ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ।

Advertisment

କର୍ଣ୍ଣାଟକ ସ୍ୱାସ୍ଥ୍ୟ ବିଭାଗ କହିଛି ଯେ ଏପର୍ଯ୍ୟନ୍ତ କୌଣସି ସରକାରୀ ନିଶ୍ଚିତତା ନାହିଁ, ଏହି ଜୀବାଣୁ ପରିବେଶରେ ଦେଖିବାକୁ ମିଳେ ଏବଂ ଯଦି ପରୀକ୍ଷା କରାଯାଏ, ତେବେ ଅଧିକାଂଶ ଲୋକ ପଜିଟିଭ୍ ମିଳିବେ, ଏହା ଏକ ସାଧାରଣ ଜୀବାଣୁ। ବର୍ତ୍ତମାନ ଏହା ପାଇଁ କୌଣସି ଟିକା ନାହିଁ, କିନ୍ତୁ ଏହାର ଲକ୍ଷଣ ଥଣ୍ଡା ଭଳି। ୨୦୨୩ ମସିହାରେ ନେଦରଲ୍ୟାଣ୍ଡ, ବ୍ରିଟେନ, ଫିନଲ୍ୟାଣ୍ଡ, ଅଷ୍ଟ୍ରେଲିଆ, କାନାଡା, ଆମେରିକା ଏବଂ ଚାଇନାରେ HMPV ଚିହ୍ନଟ ହୋଇଥିଲା।

Bengaluru HMPV Virus