Advertisment

'ଫୋନରେ ମିଛ ଧମକ ହେବ ଧର୍ତ୍ତବ୍ୟ ଅପରାଧ'

ଏପରି ଅପରାଧକୁ ରୋକିବା ପାଇଁ ଆଇନରେ ସଂଶୋଧନ ଆଣିବାକୁ ଆଲୋଚନା ଚାଲିଥିବା ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ କହିଛନ୍ତି।

author-image
Debibandita Barick
Aviation Minister

Aviation Minister

ଲଗାତାର ଭାବେ ଭାରତୀୟ ବିମାନଗୁଡିକୁ ବୋମା ଧମକ ମିଳିବାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ। ଏପରି ଅପରାଧକୁ ରୋକିବା ପାଇଁ ଆଇନରେ ସଂଶୋଧନ ଆଣିବାକୁ ଆଲୋଚନା ଚାଲିଥିବା ସେ କହିଛନ୍ତି। 

Advertisment

ବର୍ତ୍ତମାନ ସମୟରେ ଯେଉଁପରି ଭାବେ ବିମାନଗୁଡ଼ିକୁ ବୋମା ଥିବା ନେଇ ମିଛ କଲ୍ ମିଳୁଛି ଏକ ସମ୍ବେଦନଶୀଳ ପରିସ୍ଥିତି ସୃଷ୍ଟି କରିଛି। ଏପରି କାର୍ଯ୍ୟକଳାପକୁ ଆମେ 'ଧର୍ତ୍ତବ୍ୟ ଅପରାଧ' ତାଲିକାରେ ରଖିବାକୁ ଆଲୋଚନା କରୁଛୁ। ଯେଉଁମାନେ ଧରାପଡ଼ିବେ, ସେମାନଙ୍କୁ ତୁରନ୍ତ ନୋ-ଫ୍ଲାଏ ଲିଷ୍ଟରେ ରଖାଯିବ ବୋଲି ରାମ ମୋହର ନାଇଡୁ କହିଛନ୍ତି। 

ଏକ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ନାଇଡୁ କହିଛନ୍ତି, "ଆମେ ଏହି ପ୍ରସଙ୍ଗରେ ଏକାଧିକ ବୈଠକ କରିଛୁ। ନିୟମେର ସଂଶୋଧନ କରାଯିବା ଆବଶ୍ୟକ ବୋଲି ବିଚାର କରାଯାଇଛି। ପରିବର୍ତ୍ତନ ଆସିବା ପରେ ଏପରି ସମସ୍ୟାର ସମାଧାନ ହେବ। ଅପରାଧୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏଥିପାଇଁ ବିମାନ ମନ୍ତ୍ରଣାଳୟ ଅନ୍ୟ ମନ୍ତ୍ରଣାଳୟ ସହ କଥାବାର୍ତ୍ତା କରୁଛି। ଫୋନରେ ଦିଆଯାଉଥିବା ମିଛ ଧମକକୁ 'ଧର୍ତ୍ତବ୍ୟ ଅପରାଧ' ତାଲିକାରେ ରଖିବାକୁ ଆଲୋଚନା ଚାଲିଛି।"

Advertisment

ସେ ଆହୁରି କହିଛନ୍ତି, ଏପରି ମିଛ କଲ୍ ପାଇଁ ଦେଶ ଭରି ଅନେକ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ବିମାନ କମ୍ପାନୀମାନେ ଆର୍ଥିକ ସମସ୍ୟା ସହ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଯେଉଁମାନେ ଏପରି ଅପରାଧ ଘଟାଉଛନ୍ତି, ସେମାନଙ୍କୁ ବିମାନ ସେବାରୁ ବଞ୍ଚିତ କରାଯିବ।  

ପ୍ରକାଶ ଥାଉକି, କିଛି ଦିନ ହେବ ଭାରତର ଅନେକ ଏୟାରଲାଇନ୍ସକୁ ବୋମା ବିସ୍ଫୋରଣ ନେଇ ଧମକ ମିଳୁଛି। ଫଳରେ ଏକାଧିକ ବିମାନର ଜରୁରୀ ଅବତରଣ କରାଯିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଉଛି। ସପ୍ତାହ ମଧ୍ୟରେ ପାଖାପାଖି ୧୦୦ରୁ ଅଧିକ ଭାରତୀୟ ବିମାନକୁ ବୋମା ଧମକ ମିଳି ସାରିଲାଣି। ଏହି କାରଣରୁ ବିମାନ କମ୍ପାନୀଙ୍କୁ କୋଟି କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ୁଛି। 

Aviation Minister Cognisable Offence Hoax Calls