Advertisment

ମୋଦି ୩.୦: ବିଜେପି ହାତରେ ରହିବ ୪ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରାଳୟ

ମୋଦିଙ୍କ ତୃତୀୟ ପାଳିରେ ବିଜେପି ନିଜ ପାଖରେ ସ୍ୱରାଷ୍ଟ୍ର, ପ୍ରତିରକ୍ଷା, ଅର୍ଥ ଓ ବିଦେଶ ମନ୍ତ୍ରାଳୟ ରଖିବ।

author-image
Madhupriya Mistry
Modi

Modi

ଆଜି ଶପଥ ନେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତାଙ୍କ ସହ ୧୮ ଜଣ ସାଂସଦ ମଧ୍ୟ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଶପଥ ନେବେ। ତେବେ କାହାକୁ କେଉଁ ମନ୍ତ୍ରୀ ପଦ ମିଳିବ। କେଉଁ ଦଳ ଭାଗରେ କେତେ ମନ୍ତ୍ରୀ ପଦ ରହିବ? ତାକୁ ନେଇ ଚାଲିଛି ଚର୍ଚ୍ଚା। ନେତାମାନଙ୍କୁ ଶପଥ ନେବା ପାଇଁ ଫୋନ୍ କଲ୍ ଯିବା ମଧ୍ୟ ଆରମ୍ଭ ହେଇଗଲାଣି। ଏହାରି ଭିତରେ ବିଜେପି ନିଜ ପାଖରେ ୪ଟି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରାଳୟ ରଖିବ। ଅନ୍ୟ ମନ୍ତ୍ରାଳୟରେ ସହଯୋଗୀ ଦଳର ନେତାଙ୍କୁ ମନ୍ତ୍ରୀ କରାଯିବ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି।

Advertisment

ସୂଚନା ମୁତାବକ, ମୋଦିଙ୍କ ତୃତୀୟ ପାଳିରେ ବିଜେପି ନିଜ ପାଖରେ ସ୍ୱରାଷ୍ଟ୍ର, ପ୍ରତିରକ୍ଷା, ଅର୍ଥ ଓ ବିଦେଶ ମନ୍ତ୍ରାଳୟ ରଖିବ। ମୋଦି ସରକାରଙ୍କ ଶେଷ ଦୁଇ କାର୍ଯ୍ୟକାଳ ମଧ୍ୟରେ ବି ଏହି ସବୁ ମନ୍ତ୍ରଣାଳୟ ବିଜେପି ପାଖରେ ଥିଲା। ଶିକ୍ଷା ଓ ସଂସ୍କୃତି ବିଭାଗକୁ ମଧ୍ୟ ବିଜେପି ନିଜ ପାଖରେ ରଖିବ। ତେବେ ରେଳ, କୃଷି, ଶିକ୍ଷା ଭଳି କିଛି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀ ପଦ ଏଥର ବିଜେପି ନିଜ ପାଖରେ ନରଖି, ନିଜ ସହଯୋଗୀଙ୍କୁ ଦେଇପାରେ। ସହଯୋଗୀମାନେ ୫ରୁ ୮ଟି କ୍ୟାବିନେଟ ପଦ ପାଇପାରନ୍ତି ବୋଲି ଅନୁମାନ କରାଯାଉଛି।

ଶିବରାଜ ସିଂହ ଚୌହାନ, ବାସବରାଜ ବୋମ୍ମାଇ, ମନୋହର ଲାଲ ଖଟ୍ଟରଙ୍କ ପରି ଲୋକସଭା ନିର୍ବାଚନରେ ଜିତିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀମାନେ ମଧ୍ୟ ନୂତନ ସରକାରରେ ଯୋଗ ଦେବେ। ମିଳିଥିବା ସୂଚନା ମୁତାବକ, ବର୍ତ୍ତମାନ ସୁଦ୍ଧା ବିଜେପି ନେତା ପିୟୁଷ ଗୋଏଲ, ରାଜନାଥ ସିଂହ, ନୀତିନ ଗଡକରୀ, ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଫୋନ୍ ଯାଇଛି।

Advertisment

ଏହାସହ ଜେଡିଏସ୍ ନେତା କୁମାରସ୍ୱାମୀ, ହାମ୍ ନେତା ଜିତନ ରାମ ମାଞ୍ଝୀ, ଆରଏଲଡି ନେତା ଜୟନ୍ତ ଚୌଧୁରୀ, ଏଲଜେପି(ଆର୍) ନେତା ଚିରାଗ ପାଶୱାନ୍, ଜେଡିୟୁ ନେତା ରାମନାଥ ଠାକୁର ଏବଂ ଅପନା ଦଳ ନେତ୍ରୀ ଅନୁପ୍ରିୟା ପଟେଲଙ୍କ ପାଖକୁ ଫୋନ୍ ଯାଇଛି। ଏହି ସବୁ ନେତା ଆଜି ମୋଦିଙ୍କ ସହ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି।

ଗତ ଦୁଇ ସରକାରରେ ବିଜେପି ନେତା ସୁମିତ୍ରା ମହାଜନ ଏବଂ ଓମ ବିର୍ଲା ଲୋକସଭା ବାଚସ୍ପତି ଥିଲେ। ତେବେ ମୋଦିଙ୍କ ତୃତୀୟ ପାଳିରେ ଲୋକସଭା ବାଚସ୍ପତି କିଏ ହେବ? ସେ ନେଇ କୌଣସି ନିଷ୍ପତ୍ତି ଏପର୍ଯ୍ୟନ୍ତ ନିଆଯାଇ ନାହିଁ। ଏହା ଉପରେ ସହଯୋଗୀ ଦଳର ମଧ୍ୟ ନଜର ରହିଛି।

Bjp PM Modi Modi Cabinet