Advertisment

ଟଙ୍କା ଗାଦିରେ ଶୋଇ ରିଲ୍ସ କଲେ ହୋମ୍‌ ଗାର୍ଡ, ତଦନ୍ତ ଆରମ୍ଭ

ଭିଡିଓ ସାମ୍ନାକୁ ଆସିବା ପରେ ଆକ୍ସନ ମୁଡ୍‌କୁ ଆସିଛି ପୁଲିସ। ତାଙ୍କ ବିରୋଧରେ ତଦନ୍ତ ଆରମ୍ଭ ହୋଇଛି।

home guard

home guard

Advertisment

ଖଟ ଉପରେ ପଡିଛି ବିଡା ବିଡା ଟଙ୍କା। ଆଉ ଟଙ୍କା ଗାଦିରେ ଶୋଇଛନ୍ତି ହୋମଗାର୍ଡ। କରୁଛନ୍ତି ରିଲ୍ସ ଭିଡିଓ। ଏଭଳି କିଛି ରିଲ୍ସ ଭିଡିଓ ତିଆରି କରିବା ଏବେ ଜଣେ ହୋମ ଗାର୍ଡଙ୍କୁ ମହଙ୍ଗା ପଡିଛି। ତାଙ୍କ ବିରୋଧରେ ଆରମ୍ଭ ହୋଇଛି ତଦନ୍ତ।

Advertisment

ଖଟ ଉପରେ ବିଛେଇ ହୋଇ ପଡିଛି ୨୦୦ ଓ ୫୦୦ ଟଙ୍କିଆ ବଣ୍ଡଲ। ବ୍ୟାକ୍‌ଗ୍ରାଉଣ୍ଡରେ 'କ୍ୟା ହୋତା ପେସେ କା.. ପେସେ କି ଲଗା ଦୁଁ ଢ଼େରୀ' ବାଜୁଛି ଗୀତ। ଆଉ ଟଙ୍କା ଗାଦି ଉପରେ ଆରାମରେ ଶୋଇ ଇନ୍‌ଷ୍ଟା ରିଲ୍ସ କରୁଛନ୍ତି ହୋମ୍‌ ଗାର୍ଡ। ଏଭଳି କିଛି ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହୋଉଛି। ଏହି ଭିଡିଓ ସାମ୍ନାକୁ ଆସିବା ପରେ ଆକ୍ସନ ମୁଡ୍‌କୁ ଆସିଛି ପୁଲିସ।

ଏହି ଘଟଣା ହେଉଛି ମଧ୍ୟପ୍ରଦେଶର ଉଜ୍ଜୟିନୀର। ଖଟ ଉପରେ ଟଙ୍କା ଗାଦି ଉପରେ ରିଲ୍ସ ତିଆରି କରୁଥିବା ହୋମଗାର୍ଡ ଜଣକ ହେଉଛନ୍ତି ରବି ଶର୍ମା। ତାଙ୍କ ରିଲ୍ସ ଭିଡିଓ ଭାଇରାଲ ହେବା ପରେ ପୁଲିସ ତାଙ୍କ ବିରୋଧରେ ଯାଞ୍ଚ ଆରମ୍ଭ କରିଛି। ସେ ଏତେ ଟଙ୍କା କେଉଁଠୁ ଆଣିଲେ ସେ ନେଇ ଚାଲିଛି ଖୋଲତାଡ।

Advertisment

କୁହାଯାଉଛି ଯେ, ନିକଟରେ ହୋମଗାର୍ଡ ରବି ଶର୍ମା ନିଜର ଘର ବିକ୍ରି କରିଥିଲେ। ସେହି ଟଙ୍କାକୁ ହିଁ ସେ ଖଟ ଉପରେ ସଜାଇ ରିଲ୍ସ ତିଆରି କରିଥିଲେ। ସେପଟେ ଡିଷ୍ଟ୍ରିକ୍ଟ ହୋମାଗର୍ଡ କମାଣ୍ଡେଣ୍ଟ ରବିଙ୍କୁ ତାଙ୍କ ବ୍ୟାଙ୍କ ଆକାଉଣ୍ଟର ସମ୍ପୂର୍ଣ୍ଣ ତଥ୍ୟ ମାଗିଛନ୍ତି। ବର୍ତ୍ତମାନ ପୁଲିସ ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଆଡିସନାଲ ଏସ୍‌ପି ଘଟଣାର ତଦନ୍ତ ଜାରି ରଖିଛନ୍ତି।

Viral Video Madhya Pradesh Home Guard
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe