Advertisment

ପୁଲିସ୍‌ କର୍ମଚାରୀଙ୍କ ଦାଦାଗିରି; ଚୌକିଦାରଙ୍କୁ ଘୋଷାଡ଼ି ଘୋଷାଡି ପିଟିଲେ

ପୁଲିସ୍‌ କର୍ମଚାରୀ ବିଚ୍‌ ରାସ୍ତାରେ କଲେ ଗୁଣ୍ଡାଗର୍ଦ୍ଦି। ବର୍ଦ୍ଦିର ଖାତିରି ଦେଖାଇ କଲେ ବର୍ବରତା। ଜଣେ ଚୌକିଦାରଙ୍କ ସହ ବଚସା ହେବାରୁ ୨ ହୋମଗାର୍ଡ଼ ତାଙ୍କୁ ସର୍ବ ସମ୍ମୁଖରେ ଟଣାଟଣି କରିବା ସହ ପିଟାପିଟି କଲେ ।

author-image
Niharika Rout
ଅଦ୍ୟତନ ହୋଇଛି
Police Torture

Police Torture

ପୁଲିସ୍‌ କର୍ମଚାରୀ ବିଚ୍‌ ରାସ୍ତାରେ କଲେ ଗୁଣ୍ଡାଗର୍ଦ୍ଦି। ବର୍ଦ୍ଦିର ଖାତିରି ଦେଖାଇ କଲେ ବର୍ବରତା। ଜଣେ ଚୌକିଦାରଙ୍କ ସହ ବଚସା ହେବାରୁ ୨ ହୋମଗାର୍ଡ଼ ତାଙ୍କୁ ସର୍ବ ସମ୍ମୁଖରେ ଟଣାଟଣି କରିବା ସହ ପିଟାପିଟି କଲେ। ଏପରି ଏକ ଅଭାବନୀୟ ଘଟଣା ଉତ୍ତରପ୍ରଦେଶର ବରେଲିରେ ଘଟିଛି।

Advertisment

ବରେଲି ଥାନା ନବାବଗଞ୍ଜ ଥାନାରେ ବୀରେନ୍ଦ୍ର କୁମାର ନାମକ ବ୍ୟକ୍ତି ଚୌକିଦାର ଭାବେ କାର୍ଯ୍ୟରତ ଅଛନ୍ତି। ସେ ତହସିଲ ଅଫିସ ଯାଇଥିବା ବେଳେ ସେଠାରେ ମୁତୟନ ଥିବା ଦୁଇ କନଷ୍ଟେବଳ ବୀର ବାହାଦୁର ଓ ରାମପାଳଙ୍କ ସହ ତାଙ୍କର ଉଚ୍ଚବାଚ ହୋଇଥିଲା। ଉଭୟ ପକ୍ଷ ପରସ୍ପର ବିରୋଧରେ ଟିପ୍ପଣୀ କରିଥିବା ବେଳେ ତାହା କ୍ରମଶଃ ଉଗ୍ର ରୂପ ଧାରଣ କଲା।

ଏହାପରେ ଦୁଇ କନଷ୍ଟେବଳ ସଙ୍ଗେସଙ୍ଗେ ବୀରେନ୍ଦ୍ରଙ୍କୁ ମାରପିଟ କରିବା ସହ ତାଙ୍କୁ ଘୋଷାଡ଼ି ତଳେ ଫୋପାଡ଼ି ଦେଇଥିଲେ। ଏହାପରେ ସେମାନେ ତାଙ୍କୁ ବନ୍ଧୁକ ବଟ୍‌ ସହ ତାଙ୍କୁ ବିଧା, ଗୋଇଠା ବି ମାରିଥିଲେ। ଏହାର ଭିଡିଓ ଭାଇରାଲ ହେବା ପରେ ପୁଲିସ୍‌ ଆକ୍ସନ ମୁଡକୁ ପଳାଇ ଆସିଛି।

Advertisment

ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ବେଳେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବରିଷ୍ଠ ପୁଲିସ୍‌ ଅଧିକାରୀ ସୂଚନା ଦେଇଛନ୍ତି।

Uttar Pradesh Police Torture;