Advertisment

ଉପେନ୍ଦ୍ର କୁଶୱାହାଙ୍କୁ Y+ ସୁରକ୍ଷା

କୁଶୱାହାଙ୍କ ସୁରକ୍ଷାରେ ୧୧ ଜଣ କମାଣ୍ଡୋ ନିୟୋଜିତ ହେବେ।

Upendra Kushwaha

Upendra Kushwaha

Advertisment

ଜେଡିୟୁରୁ ଅଗଲା ହୋଇ ଏକ ନୂତନ ଦଳ ଗଠନ କରିଥିବା ଉପେନ୍ଦ୍ର କୁଶୱାହାଙ୍କ ବଢ଼ିଲା ସୁରକ୍ଷା। କେନ୍ଦ୍ର ସରକାରଙ୍କ ତରଫରୁ ତାଙ୍କୁ ଭିଆଇପି ସୁରକ୍ଷା ପ୍ରଦାନ କରିଛନ୍ତି। କୁଶୱାହାଙ୍କୁ ୱାଇ ପ୍ଲସ କ୍ୟାଟେଗୋରୀ ସୁରକ୍ଷା ମିଳିଛି। ଜେଡିୟୁରୁ ଭିନ୍ନ ହେବା ପରେ ଉପେନ୍ଦ୍ର କୁଶୱାହାଙ୍କୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା। 

Advertisment

Y+ ବର୍ଗର ସୁରକ୍ଷାରେ କୁଶୱାହାଙ୍କ ସୁରକ୍ଷାରେ ୧୧ ଜଣ କମାଣ୍ଡୋ ନିୟୋଜିତ ହେବେ। ଏଥିରେ ୫ ଷ୍ଟାଟିକ୍ ପୋଲିସ୍ କର୍ମଚାରୀ ସୁରକ୍ଷା ପାଇଁ ଭିଆଇପିଙ୍କ ଘରେ ଏବଂ ଆଖପାଖରେ ରହିବେ। ଏଥିସହ ୬ ଜଣ ପିଏସ୍‌ଓ ତିନୋଟି ସିଫ୍ଟରେ ସୁରକ୍ଷା ଯୋଗାଇଦେବେ। 

ଏହାପୂର୍ବରୁ ଗୃହ ମନ୍ତ୍ରଣାଳୟ ଦ୍ୱାରା ଚିରାଗ ପାସୱାନଙ୍କୁ Z ବର୍ଗର ସୁରକ୍ଷା ଦେବା ବ୍ୟତୀତ ବିକାଶଶୀଳ ଇନସାନ ପାର୍ଟିର ନେତା ମୁକେଶ ସାହନିଙ୍କୁ Y + ବର୍ଗର ସୁରକ୍ଷା ଦିଆଯାଇଛି। କେନ୍ଦ୍ର ସରକାର କୁଶୱାହାଙ୍କୁ Y+ ସୁରକ୍ଷା ଦେବା ପରେ ବିଭିନ୍ନ ରାଜନୈତିକ କଳ୍ପନାଜଳ୍ପନା ମଧ୍ୟ ଆରମ୍ଭ ହୋଇଯାଇଛି। ସୂଚନାନୁସାରେ, ଜିତାନ ରାମ ମଞ୍ଝୀ ମଧ୍ୟ ଖୁବ ଶୀଘ୍ର କେନ୍ଦ୍ରର ସୁରକ୍ଷା ପାଇପାରନ୍ତି।

Advertisment

ଉଲ୍ଲେଖଯୋଗ୍ୟ, ଗତ ମାସରେ ନୀତୀଶ କୁମାରଙ୍କ ଉପରେ ଅସନ୍ତୋଷ ଥିବା ଉପେନ୍ଦ୍ର କୁଶୱାହା ଜେଡିୟୁ ଠାରୁ ଅଲଗା ହୋଇଥିଲେ ଏବଂ ଏକ ନୂତନ ଦଳ ଗଠନ କରିବାକୁ ଘୋଷଣା କରିଥିଲେ। ଏହା ସହିତ ସେ ଏମଏଲସି ପଦରୁ ମଧ୍ୟ ଇସ୍ତଫା ଦେଇଥିଲେ। ୨ ବର୍ଷ ପୂର୍ବେ ଜେଡିୟୁରେ ଯୋଗ ଦେଇଥିବା କୁଶୱାହା ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଉପରେ ଦୀର୍ଘ ଦିନ ଧରି ଅସନ୍ତୋଷ ଥିଲେ।

କୁଶୱାହା ନୀତୀଶ ସରକାରରେ କୌଣସି ମନ୍ତ୍ରୀ ପଦ ପାଇନଥିଲେ ଏବଂ କ୍ୟାବିନେଟ୍ ବିସ୍ତାର ହେଲେ ମଧ୍ୟ ତାଙ୍କୁ ଅଣଦେଖା କରାଯାଇଥିଲା। ଏହା ପରେ ଧୀରେ ଧୀରେ କୁଶୱାହା  ନୀତୀଶଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିବାକୁ ଲାଗିଥିଲେ ଏବଂ ପରେ ସେ ନୀତୀଶ କୁମାରଙ୍କୁ କଡ଼ା ସମାଲୋଚନା କରି ଇସ୍ତଫା ଦେଇଥିଲେ।

JDU Upendra Kushwaha Nitish Kumar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe