Advertisment

କେଜ୍ରିୱାଲଙ୍କ ଘର ନବୀକରଣ ଘଟଣା: ତଦନ୍ତ ପାଇଁ ସିବିଆଇକୁ ନିର୍ଦ୍ଦେଶ

ଅକ୍ଟୋବର ୩ ସୁଦ୍ଧା ତଥାକଥିତ ଅନିୟମିତତା ଘଟଣା ସହ ଜଡ଼ିତ ସମସ୍ତ ଦସ୍ତାବିଜ ହସ୍ତାନ୍ତର କରିବାକୁ ସିବିଆଇ ଦିଲ୍ଲୀ ସରକାରଙ୍କ ଅଧୀନରେ ଥିବା ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ମଧ୍ୟ ଦେଇଛି।

author-image
Hemant Lenka
AAP

AAP

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନ ନବୀକରଣରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗର ତଦନ୍ତ କରିବ ସିବିଆଇ। ଆଜି ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ। ତଦନ୍ତ ନିର୍ଦ୍ଦେଶ ପରେ ସିବିଆଇ ଅନିୟମିତତା ଅଭିଯୋଗ ଘଟଣାରେ ଦିଲ୍ଲୀ ସରକାରଙ୍କ କିଛି ଅଚିହ୍ନା ଅଧିକାରୀଙ୍କ ବିରୋଧରେ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି। 

Advertisment

ଅକ୍ଟୋବର ୩ ସୁଦ୍ଧା ତଥାକଥିତ ଅନିୟମିତତା ଘଟଣା ସହ ଜଡ଼ିତ ସମସ୍ତ ଦସ୍ତାବିଜ ହସ୍ତାନ୍ତର କରିବାକୁ ସିବିଆଇ ଦିଲ୍ଲୀ ସରକାରଙ୍କ ଅଧୀନରେ ଥିବା ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ମଧ୍ୟ ଦେଇଛି।

ଦିଲ୍ଲୀ ମୁଖ୍ୟ ଶାସନ ସଚିବ ତଦନ୍ତ କରିବା ବେଳେ ସାମ୍ନାକୁ ଆସିଥିବା ସମସ୍ତ ତଥ୍ୟର ତଦନ୍ତ ଏବେ ସିବିଆଇ କରିବ। ମେ’ ମାସରେ ଉପ ରାଜ୍ୟପାଳ ଭିକେ ସକ୍ସେନା ଏହି ଘଟଣାରେ ୫ ପୃଷ୍ଠାର ଚିଠି ସିବିଆଇ ନିର୍ଦ୍ଦେଶକଙ୍କୁ ଲେଖିଥିଲେ। ଏହି ଚିଠି ଆଧାରରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ତଦନ୍ତ ନିର୍ଦ୍ଦେଶ ଦେଇଛି। ସେହିପରି ଘଟଣାର ସ୍ୱତନ୍ତ୍ର ଅଡିଟ ପାଇଁ ମଧ୍ୟ ସିଏଜିଙ୍କୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି।

Advertisment

କେଜ୍ରିୱାଲ ତାଙ୍କ ବାସଭବନ ନବୀକରଣରେ ୪୫ କୋଟି ଟଙ୍କା ଖର୍ଚ୍ଚ କରିଥିବା ବିଜେପି ଅଭିଯୋଗ କରିଥିଲା। ଏହାପରେ ଉପ ରାଜ୍ୟପାଳ ଭିକେ ସକ୍ସେନା ମୁଖ୍ୟ ଶାସନ ସଚିବଙ୍କୁ ତଦନ୍ତ ପାଇଁ କହିଥିଲେ। ପ୍ରାଥମିକ ତଦନ୍ତରୁ ମୁଖ୍ୟ ଶାସନ ସଚିବ ଜାଣିବାକୁ ପାଇଥିଲେ ଯେ ନବୀକରଣରେ ବ୍ୟାପକ ଅନିୟମିତତା ହୋଇଛି।

Bjp CBI Arvind Kejriwal AAP