Advertisment

ହନୀ ସିଂହଙ୍କୁ ହତ୍ୟା ଧମକ, ପୁଲିସ୍‌ରେ କଲେ ଅଭିଯୋଗ

ସେ ଧମକପୂର୍ଣ୍ଣ କଲ ପାଇବା କ୍ଷଣି ଦିଲ୍ଲୀ ପୁଲିସ୍‌ରେ ଅଭିଯୋଗ କରିଛନ୍ତି। ଅଭିଯୋଗ କରିବା ପରେ ସେ ଗଣମାଧ୍ୟମକୁ ମଧ୍ୟ ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି।

Honey Singh

Honey Singh

Advertisment

ବଲିଉଡ କଣ୍ଠଶିଳ୍ପୀ ହନୀ ସିଂହଙ୍କୁ ମିଳିଛି ହତ୍ୟା ଧମକ। ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ଘଟଣାର ଅଭିଯୁକ୍ତ ତଥା ଗ୍ୟାଙ୍ଗଷ୍ଟର ଗୋଲ୍ଡୀ ବ୍ରାର ସିଧାସଳଖ ହନୀ ସିଂହଙ୍କୁ ଧମକ ଦେଇଥିବା ଅଭିଯୋଗ ହୋଇଛି। ଏନେଇ ହନୀ ସିଂହ ଦିଲ୍ଲୀ ପୁଲିସ୍‌ର ମୁଖ୍ୟାଳୟରେ ପହଞ୍ଚି ସୁରକ୍ଷା ମାଗିଛନ୍ତି।

Advertisment

ସେ ଧମକପୂର୍ଣ୍ଣ କଲ ପାଇବା କ୍ଷଣି ଦିଲ୍ଲୀ ପୁଲିସ୍‌ରେ ଅଭିଯୋଗ କରିଛନ୍ତି। ଅଭିଯୋଗ କରିବା ପରେ ସେ ଗଣମାଧ୍ୟମକୁ ମଧ୍ୟ ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି। ମାମଲା ପୁଲିସ୍‌ ପାଖରେ ପହଞ୍ଚିଥିବାରୁ ସେ ବିସ୍ତୃତ ତଥ୍ୟ ଦେବାକୁ ମନା କରିଛନ୍ତି।

ହେଲେ ତାଙ୍କର ଜଣେ କର୍ମଚାରୀଙ୍କ ପାଖକୁ ଗୋଲ୍ଡୀ ବ୍ରାର ନାମକ କେହି ଜଣେ ଫୋନ କରି ଧମକ ଦେଇଥିବା ହନୀ ସିଂହ କହିଛନ୍ତି। ସେ କହିଛନ୍ତି, “ଏଯାଏ ଲୋକମାନଙ୍କ ପକ୍ଷରୁ ମୋତେ ଭଲ ପାଇବା ମିଳୁଥିଲା। ହେଲେ ପ୍ରଥମଥର ପାଇଁ ଧମକପୂର୍ଣ୍ଣ କଲ୍‌ ମିଳିଛି। ମୁଁ ଭୟବୀତ ଥିବାରୁ ପୁଲିସ୍‌ ସୁରକ୍ଷା ମାଗିଛି।”

Advertisment

ଏହାପୂର୍ବରୁ ଗୋଲ୍ଡୀ ବ୍ରାର ବଲିଉଡର ଭାଇଜାନ ସଲମାନ ଖାନଙ୍କୁ ମଧ୍ୟ ଧମକ ଦେଇଥିଲା। ତାଙ୍କ ସହ ମିଟିଂ କରି ସବୁ କିଛି ରଫାଦଫା କରିବାକୁ ସେ ପ୍ରସ୍ତାବ ଦେଇଥିଲା।

Honey Singh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe