Advertisment

ଘରେ ଲାଗିଲା ନିଆଁ, ଜୀଅନ୍ତା ଜଳିଗଲେ ୩ ଭାଇଭଉଣୀ

ହଠାତ୍‌ ଘରେ ନିଆଁ ଲାଗିବାରୁ ୩ ଭାଇଭଉଣୀ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି। ଏହି ଅଗ୍ନିକାଣ୍ଡରେ ମୃତ ପିଲାଙ୍କ ବାପା ଗୁରୁତର ହୋଇଛନ୍ତି।

Fire

Fire

Advertisment

ଉତ୍ତରପ୍ରଦେଶର ନୋଏଡା ସେକ୍ଟର-୮ରେ ଏକ ଦୁଃଖଦ ଘଟଣା ଘଟିଛି। ହଠାତ୍‌ ଘରେ ନିଆଁ ଲାଗିବାରୁ ୩ ଭାଇଭଉଣୀ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି। ଏହି ଅଗ୍ନିକାଣ୍ଡରେ ମୃତ ପିଲାଙ୍କ ବାପା ଗୁରୁତର ହୋଇଛନ୍ତି। ମୃତ ପିଲାଙ୍କ ମଧ୍ୟରେ ୧୦ ଓ ୭ ବର୍ଷର ଦୁଇ ଝିଅ ଓ ୫ ବର୍ଷର ପୁଅ ରହିଛି।

Advertisment

ନୋଏଡା ଅଗ୍ନିଶମ ବିଭାଗ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଗତ ରାତିରେ ଏକ ଘରେ ୩ ଭାଉଭଉଣୀ ଖଟ ଉପରେ ଶୋଇଥିବା ବେଳେ ତଳେ ଚଟାଣରେ ବାପାମା’ ଶୋଇଥିଲେ। ବ୍ୟକ୍ତିଜଣକ ବ୍ୟାଟେରୀ ଅଟୋ ଚଳାଉଥିବାରୁ ସେ ଉକ୍ତ ରୁମ୍‌ରେ ବ୍ୟାଟେରି ଚାର୍ଜ ପାଇଁ ବସାଇଥିଲେ।

ରାତି ଅଧରେ ହଠାତ୍‌ ଉକ୍ତ ଘରୁ ନିଆଁ ବାହାରୁଥିବା ପଡ଼ୋଶୀମାନେ ଦେଖିବାକୁ ପାଇଥିଲେ। ଏଥିସହ ଜୀବନ ରକ୍ଷା ପାଇଁ ପରିବାର ସଦସ୍ୟ ଆକୁଳ ଚିତ୍କାର କରୁଥିଲେ।

Advertisment

ସୂଚନା ପାଇ ତୁରନ୍ତ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏହାପରେ ଘର ଭିତରୁ ବିଛଣା ଉପରୁ ୩ ଭାଉଭଉଣୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରିଥିଲେ।  ଏଥିସହ ନିଆଁରେ ପୋଡ଼ି ହୋଇ ବ୍ୟକ୍ତିଜଣକ ଗୁରୁତର ହୋଇ ପଡ଼ିଥିବା ବେଳେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ମୃତକଙ୍କ ମା’ଙ୍କ ଅବସ୍ଥା କିପରି ଅଛି ସେ ନେଇ କିଛି ସୂଚନା ମିଳିନି।

ଘଟଣା ଘଟିଥିବା ରୁମ୍‌ରେ ବ୍ୟାଟେରୀ ଚାର୍ଜରେ ବସିଥିବାରୁ ସର୍ଟ ସର୍କିଟ ହୋଇ ସେଥିରେ ନିଆଁ ଲାଗି ଏପରି ପରିସ୍ଥିତି ଉପୁଜିଥାଇ ପାରେ ବୋଲି ଅଗ୍ନିଶମ ଅଧିକାରୀ କହିଛନ୍ତି। ତେବେ ଘଟଣାର ତଦନ୍ତ ଚାଲିଛି। ଖୁବ୍‌ ଶୀଘ୍ର ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିବ ବୋଲି ସେ କହିଛନ୍ତି।

Uttar Pradesh Fire Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe