Advertisment

ଭୟଙ୍କର ଦୁର୍ଘଟଣା, ଦୁଇ କାର୍‌ ମଧ୍ୟରେ ଧକ୍କା, ୭ ମୃତ

ସେହିପରି ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।

Accident

Accident

Advertisment

ଜାତୀୟ ରାଜପଥରେ ମୁହାଁମୁହିଁ ହେଲେ ଦୁଇ କାର୍‌। ଭୟଙ୍କର ଧକ୍କାରେ ଘଟଣାସ୍ଥଳରେ ହିଁ ଚାଲିଗଲା ୭ ଜଣଙ୍କ ଜୀବନ। ସେହିପରି ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏଭଳି କିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ମୁମ୍ବାଇ-ନାଗପୁର ସମୃଦ୍ଧ ଜାତୀୟ ରାଜପଥରେ।

Advertisment

ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ସମୃଦ୍ଧ ଜାତୀୟ ରାଜପଥର କନାବଞ୍ଚି ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି। ଏକ ଏର୍ଟିଗା କାର ନାଗପୁରରୁ ମୁମ୍ବାଇ ଯାଉଥିବାବେଳେ ଭୁଲ ପାର୍ଶ୍ୱରୁ ଆସୁଥିବା ଏକ ସ୍ୱିଫ୍ଟ ଡିଜାଇର କାର ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଏହା ଏତେ ଭୟଙ୍କର ଥିଲା ଯେ କାର୍ରେ ବସିଥିବା ଯାତ୍ରୀମାନେ ବହାରକୁ ଛିଟିକି ପଡିଥିଲେ। ଘଟଣାସ୍ଥଳରେ ହିଁ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଗୁରୁତର ହୋଇଛନ୍ତି।

ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଛି। ସରକାରୀ ହସ୍ପିଟାଲର ଡାକ୍ତରଙ୍କ କହିବା ମୁତାବକ, ୧୦ ଜଣ ଗୁରୁତରଙ୍କ ମଧ୍ୟରୁ ୫ ଜଣଙ୍କୁ ଆହତ ଛତ୍ରପତି ସାମ୍ବାଜୀନଗର ସ୍ଥାନାନ୍ତର କରାଯାଇଛି। ସେପଟେ ରାଜପଥ ଉପରେ ଦୁର୍ଘଟଣାଗ୍ରସ୍ତ କାର୍‌କୁ କ୍ରେନ୍‌ ସହାୟତାରେ ହଟାଇଛି ପୁଲିସ। ପୂରା ଘଟଣାର ତଦନ୍ତ ଜାରି ରଖିଛି ପୁଲିସ।

Advertisment
Accident Car Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe