Advertisment

ପୁଅର ମୁଣ୍ଡନ ସାରି ଫେରିବା ବେଳେ ଦୁର୍ଘଟଣା; ଚାଲିଗଲା ୫ ଜୀବନ

ହସଖୁସିରେ ପୁଅର ମୁଣ୍ଡନ ନିମନ୍ତେ ପୂରା ପରିବାର ଯାଇଥିଲେ ମଥୁରା । ସେଠାରୁ ସୁରୁଖୁରୁରେ ସବୁ କାମ ସାରି ଫେରୁଥିବା ବେଳେ ଘଟିଲା ଭୟଙ୍କର ଦୁର୍ଘଟଣା। ଆଉ ଆଖି ପିଛୁଳାକେ ଚାଲିଗଲା ୫ ଜୀବନ ।

author-image
Niharika Rout
Accident

Accident

ହସଖୁସିରେ ପୁଅର ମୁଣ୍ଡନ ନିମନ୍ତେ ପୂରା ପରିବାର ଯାଇଥିଲେ ମଥୁରା । ସେଠାରୁ ସୁରୁଖୁରୁରେ ସବୁ କାମ ସାରି ଫେରୁଥିବା ବେଳେ ଘଟିଲା ଭୟଙ୍କର ଦୁର୍ଘଟଣା। ଆଉ ଆଖି ପିଛୁଳାକେ ଚାଲିଗଲା ୫ ଜୀବନ । ଏପରି ଏକ ମର୍ମନ୍ତୁଦ ଦୁର୍ଘଟଣା ଉତ୍ତରପ୍ରଦେଶର ଫିରୋଜାବାଦରେ ଘଟିଛି।

Advertisment

ଦ୍ରୁତ ଗତିରେ ଯାଉଥିବା ଏକ ଯାତ୍ରୀବାହୀ ବସ୍‌ ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ଏକ ଡମ୍ପରକୁ ପିଟିବାରୁ ଏହି ଦୁର୍ଘଟଣା ଘଟିଥିଲା। ବସ୍‌ ଡ୍ରାଇଭରଙ୍କ ଆଖି ଲାଖିଯିବାରୁ ଏହି ଦୁର୍ଘଟଣା ଘଟିଥିବା ଜଣାଯାଇଛି।

ଲକ୍ଷ୍ନୌର ସନ୍ଦୀପ ନିଜ ୪ ବର୍ଷୀୟ ପୁଅର ମୁଣ୍ଡନ ନିମନ୍ତେ ବନ୍ଧୁବାନ୍ଧବଙ୍କୁ ଧରି ଏକ ବସ୍‌ରେ ମଥୁରା ଯାଇଥିଲେ। ବସ୍‌ରେ ପ୍ରାୟ ୨୦ ଜଣ ଥିଲେ। ମଥୁରାରୁ ଫେରୁଥିବା ବେଳେ ବସ୍‌ଟି ଫିରୋଜାବାଦ ଅତିକ୍ରମ କରୁଥିଲା। ଉକ୍ତ ସମୟରେ ଡ୍ରାଇଭରଙ୍କ ଆଖି ଲାଖିଯିବାରୁ ଗାଡ଼ିଟି ରାସ୍ତା ପାର୍ଶ୍ୱରେ ଥିବା ଡମ୍ଫରରେ ପିଟି ହୋଇଥିଲା।

Advertisment

ଫଳରେ ଘଟଣାସ୍ଥଳରେ ସନ୍ଦୀପଙ୍କ ପତ୍ନୀ ବଡ଼ ପୁଅ, ଝିଅଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ସେଠାରେ ପହଞ୍ଚି ପୁଲିସ୍‌କୁ ଖବର ଦେଇଥିଲେ।

ପୁଲିସ୍‌ ବସ୍‌ ମଧ୍ୟରୁ ଗୁରୁତରଙ୍କୁ ବାହାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି। ଏଥିସହ ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।

Accident Uttar Pradesh