Advertisment

ବାଇକ୍‌ରେ ଯାଉଥିଲେ ୬ ଜଣ, ପିଟିଦେଲା ଅଜଣା ଗାଡ଼ି

ଏକ ବାଇକ୍‌ରେ ୨ ଜଣ ଯିବାକୁ ଅନୁମତି ଥିବା ବେଳେ ଯାଉଥିଲେ ୬ ଜଣ। ଫଳରେ ରାତି ଅଧରେ ଏକ ଅଜଣା ଗାଡ଼ି ପିଟିଦେଲା।

author-image
Niharika Rout
undefined

Accident

ସଡ଼କ ସୁରକ୍ଷା ନିୟମକୁ ନ ମାନିବାର ଭୟାବହତା ଭୋଗିଛି ଏକ ପରିବାର। ଏକ ବାଇକ୍‌ରେ ୨ ଜଣ ଯିବାକୁ ଅନୁମତି ଥିବା ବେଳେ ଯାଉଥିଲେ ୬ ଜଣ। ଫଳରେ ରାତି ଅଧରେ ଏକ ଅଜଣା ଗାଡ଼ି ପିଟିଦେଲା। ଆଉ ଏହି ଦୁର୍ଘଟଣାରେ ଏକ ସଙ୍ଗେ ଚାଲିଗଲା ପରିବାରର ୫ ଜୀବନ । ମୃତକଙ୍କ ମଧ୍ୟରେ ୩ ପୁରୁଷ, ଜଣେ ମହିଳା ଓ ଏକ ଛୋଟ ଛୁଆ ରହିଛି। ଏହି ଦୁର୍ଘଟଣାରୁ ଆଉ ଏକ ଛୋଟ ଛୁଆ ଅଳ୍ପକେ ବର୍ତ୍ତି ଯାଇଛି। ଏପରି ଏକ ଦୁର୍ଘଟଣା ରାଜସ୍ଥାନର ଚିତୌଡ଼ଗଡ଼ର ନିମ୍ବାହେଡାରେ ଘଟିଛି।

Advertisment

ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ରାସ୍ତାରେ ପଡ଼ିଥିବା କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ ଗୁରୁତର ଛୋଟ ଛୁଆକୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି।

ଚିତୌଡ଼ଗଡ଼-ନିମ୍ବାହେଡା ଜାତୀୟ ରାଜପଥରେ ଏହି ଘଟଣା ଘଟିଛି। ଗତ ରାତିରେ ଏକ ବାଇକ୍‌ରେ ୬ ଜଣ ଚିତୌଡ଼ଗଡ଼-ନିମ୍ବାହେଡା ଏନଏଚ୍‌ରେ ଯାଉଥିଲେ। ମାତ୍ର ରାତିର ଅନ୍ଧକାରରେ ଏକ ଅଜଣା ଗାଡ଼ି ବାଇକ୍‌କୁ ପିଟି ଦେଇଥିଲା। ଫଳରେ ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସେମାନେ ରାସ୍ତାରେ ଏଣେତେଣା ଛିଟିକି ପଡ଼ିଥିଲେ।

Advertisment

ବାଇକ୍‌ରେ ବସିଥିବା ଏକ ଛୋଟ ଛୁଆ ଦୂରକୁ ଛିଟିକି ପଡ଼ି ଅଳ୍ପକେ ବର୍ତ୍ତି ଯାଇଥିବା ଜଣାଯାଇଛି। ମୃତକ ବାଇକ୍‌ ଚାଳକ ଚିତୌଡ଼ଗଡ଼ ଅଞ୍ଚଳର କେସରପୁରା ଗାଁର ସୁରେଶ ବୋଲି ଜଣାଯାଇଛି। ଅନ୍ୟ ମୃତକମାନେ ବି ତାଙ୍କ ପରିବାରର ବୋଲି ଜଣାଯାଇଛି।

ଏହି ଦୁର୍ଘଟଣା ପରେ ରାସ୍ତା ଜାମ୍‌ ହୋଇଯାଇଥିଲା। ପୁଲିସ୍ ପହଞ୍ଚି ରାସ୍ତାରେ ପଡ଼ିଥିବା ମୃତଦେହଗୁଡ଼ିକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହାପରେ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଥିବା ଜଣାଯାଇଛି।

ପୁଲିସ୍‌ ଏନେଇ ଏକ ମାମଲା ରୁଜୁ କରି ଦୁର୍ଘଟଣା ଘଟାଇଥିବା ଗାଡ଼ିର ସନ୍ଧାନ କରୁଛି।

Accident Rajasthan