Advertisment

ଜେସିବି ସହ ପିଟି ହେଲା ଅଟୋ, ୭ ମୃତ

ମୃତକଙ୍କ ମଧ୍ୟରେ ମହିଳା ଓ ଶିଶୁ ମଧ୍ୟ ସାମିଲ ଅଛନ୍ତି।

Accident

Accident

Advertisment

ଭୟଙ୍କର ଦୁର୍ଘଟଣା। ଜେସିବି ସହ ପିଟିଲା ଯାତ୍ରୀବାହୀ ଅଟୋ। ଘଟଣାସ୍ଥଳରେ ହିଁ ୭ ଜଣଙ୍କ ଜୀବନ। ବିବହାର ପାଟନାରେ ଘଟିଛି ଏଭଳି କିଛି ସଡକ ଦୁର୍ଘଟଣା। ଏଥିରେ କିଛି ଲୋକ ଆହତ ହୋଇଥିବା ମଧ୍ୟ ସୂଚନା ରହିଛି।

Advertisment

ସୂଚନା ମୁତାବକ, ପାଟନାର କଙ୍କଡବାଗ ଥାନା ସ୍ଥିତ ରାମଲଖନ ରୋଡ୍‌ରେ ଏହି ଦୁର୍ଘଟଣା ଘଟିଛି। ଦ୍ରୁତ ଗତିରେ ଆସି ନିୟନ୍ତ୍ରଣ ହରାଇ ଏକ ଯାତ୍ରୀବାହୀ ଅଟୋ ମେଟ୍ରୋ କାମରେ ନିୟୋଜିତ ଥିବା ଏକ ଜିସିବିକୁ ଧକ୍କା ଦେଇଛି। ଫଳରେ ଘଟଣାସ୍ଥଳରେ ହିଁ ଅଟୋରେ ବସିଥିବା ୭ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ସେହିପରି ଅନ୍ୟ ଜଣେ ଗୁରୁତର ଅଛନ୍ତି। ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଜେସିବି ସହ ଧକ୍କା ହେବା ପରେ ଅଟୋର ଉପର ଛାତ ଉଡିଯିବା ସହ ଖଣ୍ଡ ହୋଇଯାଇଛି। ପୁଲିସ ସୂଚନା ମୁତାବକ, ଅଟୋରେ ୮ ଜଣ ଯାତ୍ରୀ ଥିଲେ। ଏହା ପୁରୁଣା ବସ୍‌ ଷ୍ଟାଣ୍ଡ ଆଡକୁ ଯାଉଥିଲା। ମୃତକଙ୍କ ମଧ୍ୟରେ ମହିଳା ଓ ଶିଶୁ ମଧ୍ୟ ସାମିଲ ଅଛନ୍ତି।

Advertisment

ଏହି ପୂରା ଦୁର୍ଘଟଣାର ଦୃଶ୍ୟ ସିସିଟିଭିରେ କଏଦ୍‌ ହୋଇଛି। ପାଟନା ମେଟ୍ରୋ କାମରେ ନିୟୋଜିତ ଥିବା ଜେସିବି ନିକଟରେ କୌଣସି ଗାର୍ଡ ଉପସ୍ଥିତ ନଥିଲେ ଏବଂ ଦୁର୍ଘଟଣା ପରେ ଜେସିବି ଡ୍ରାଇଭର ତାଙ୍କ ମେସିନ୍ ନେଇ ଫେରାର ହୋଇ ଯାଇଥିଲେ। ଏପରିକି ଡ୍ରାଇଭର ଦୁର୍ଘଟଣା ବିଷୟରେ କାହାକୁ ମଧ୍ୟ ଜଣାଇ ନଥିଲେ। ଦୁର୍ଘଟଣା ପରେ ସିସିଟିଭି ଫୁଟେଜ୍ ଯାଞ୍ଚ ବେଳେ ଏହି କଥା ସାମ୍ନାକୁ ଆସିଛି।  ପୁଲିସ ପୂରା ମାମଲାର ତଦନ୍ତ ଜାରି ରଖିଛି। 

Accident Bihar Patna
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe