Advertisment

ଅନ୍‌ଲାଇନ୍ ଗେମିଂ ନିଶା, ମା'କୁ ମାରିଦେଲା ପୁଅ

ଅନ୍‌ଲାଇନ୍‌ ଗେମ୍‌ ଖେଳି ଋଣ କରିଥିଲା ପୁଅ। ଏହି ଋଣ ଟଙ୍କା ସୁଝିବା ପାଇଁ ମା'କୁ ହତ୍ୟା କରିଥିବା ସୂଚନା ମିଳିଛି।

author-image
Madhupriya Mistry
Son Killed Mother

Son Killed Mother

ପିଶାଚ ପାଲଟିଲା ପୁଅ। ଭୁଲିଗଲା ମା'ର ମମତା। ଅନ୍‌ଲାଇନ୍‌ ଗେମିଂ ନିଶାରେ ପାଗଳ ପୁଅ ପାଲଟିଲା ହତ୍ୟାକାରୀ। ପେଟି କାଟି ଜନ୍ମ କରିଥିବା ମା'କୁ କଲା ହତ୍ୟା। ଉତ୍ତରପ୍ରଦେଶର ଫେତହପୁରରେ ଘଟିଛି ଏଭଳି କିଛି ଅଭାବନୀୟ ଘଟଣା।

Advertisment

ଫତେହପୁରର ହିମାଂଶୁ ସିଂହ। ସେ ଅନ୍‌ଲାଇନ୍‌ ଗେମିଂ ପାଇଁ ପାଗଳ। ସେ ଲୋକପ୍ରିୟ ପ୍ଲାଟଫର୍ମ ଜୁମ୍ପିରେ ଖେଳ ଖେଳିବାରେ ଅଭ୍ୟସ୍ତ ଥିଲେ। ତେବେ ଏହି ଅନ୍‌ଲାଇନ୍‌ ଗେମ୍‌ ଖେଳି ସେ ଅନେକ ଧାର କରଜ କରିନେଇଥିଲେ। ପାଖାପାଖି ସେ ୪ ଲକ୍ଷ ଟଙ୍କା ଋଣ କରି ଏହି ଅନ୍‌ଲାଇନ୍‌ ଗେମ୍‌ ଖେଳିବାରେ ଖର୍ଚ୍ଚ କରିଦେଇଥିଲେ। ପରେ ସେ ଏହି ଋଣକୁ କିଭଳି ସୁଝିବେ ସେଥିପାଇଁ ଚିନ୍ତାରେ ପଡିଯାଇଥିଲେ। ଏହାପରେ ରଚିଥିଲେ ଷଡ଼ଯନ୍ତ୍ର।

ହିମାଂଶୁ ନିଜ ମାଉସୀଙ୍କ ଘରୁ ଅଳଙ୍କାର ଚୋରୀ କରି ତାକୁ ବିକ୍ରି କରି ସେହି ଟଙ୍କାରେ ବାପା-ମା'ଙ୍କ ନାଁରେ ୫୦ ଲକ୍ଷ ଟଙ୍କାର ଏଲ୍‌ଆଇସି ବିମା କରିଥିଲେ। ଏହାପରେ ଏହି ଟଙ୍କା ହାତେଇବା ପାଇଁ ମା'ଙ୍କୁ ହତ୍ୟା କରିବା ପାଇଁ କରିଥିଲେ ଯୋଜନା। ଘରେ ବାପା ନଥିବା ବେଳେ ମା'ଙ୍କ ଗଳା ଚିପି ମା'କୁ ହତ୍ୟା କରିଥିଲେ। ପରେ ତାଙ୍କ ମୃତଦେହକୁ ଏକ ଅଖାରେ ଭରି କରି ଯମୁନା ନଦୀ କୂଳରେ ଫିଙ୍ଗି ଦେଇଥିଲେ ହିମାଂଶୁ।

Advertisment

ତେବେ ବାପା ରୋଶନ ସିଂହ ଫେରିବା ପରେ ପୁଅ ହିମାଂଶୁ ଓ ପତ୍ନୀ ପ୍ରଭାଙ୍କୁ ଘରେ ପାଇନଥିଲେ। ଆଖପାଖ ଲୋକଙ୍କୁ ଉଭୟଙ୍କ ବିଷୟରେ ପଚାରିଥିଲେ। ଏହାପରେ ଜଣେ ପଡୋଶୀ ହିଂମାଶୁଙ୍କ ବିଷୟରେ ସୂଚନା ଦେଇଥିଲେ। ପରେ ପୁଲିସକୁ ବାପା ରୋଶନ ସମସ୍ତ କଥା ଜଣାଇବା ପରେ ଘଟଣାସ୍ଥଳକୁ ଯାଇ ପୁଲିସ ଅଖା ଭିତରକୁ ପ୍ରଭାଙ୍କ ମୃତଦେହ ଜବତ କରିବା ସହ ହିଂମାଶୁଙ୍କୁ ଗିରଫ କରିଥିଲା।

ପୁଲିସ ସୂଚନା ମୁତାବକ, ଅଭିଯୁକ୍ତ ପୁଅ ନିଜ ମା'କୁ ହତ୍ୟା କରିବା ପରେ ଫେରାର ହେବାକୁ ଚେଷ୍ଟା କରୁଥିଲା। ତେବେ ଏହା ପୂର୍ବରୁ ତାକୁ ଗିରଫ କରାଯାଇଛି। ତାକୁ ପଚରାଉଚରା ପରେ ଏହି ପୂରା ଘଟଣା ସାମ୍ନାକୁ ଆସିଛି। 

UP Police Uttar Pradesh Man Killed His Mother