Advertisment

ବଦଳିଲା ହୋଶଙ୍ଗାବାଦ ରେଳ ଷ୍ଟେସନର ନାମ

ଗତକାଲି ମୋଗଲ ଗାର୍ଡ଼େନ। ଆଜି ହୋଶଙ୍ଗାବାଦ ରେଳ ଷ୍ଟେସନ।

author-image
Tapas Behera
hoshangabad

hoshangabad

ଭୋପାଳ: ଗତକାଲି ମୋଗଲ ଗାର୍ଡ଼େନ। ଆଜି ହୋଶଙ୍ଗାବାଦ ରେଳ ଷ୍ଟେସନ। ଗତକାଲି ରାଷ୍ଟ୍ରପତି ଭବନରେ ମୋଗଗଲ ଗାର୍ଡ଼େନର ନାମ ପରିବର୍ତ୍ତନ କରାଯାଇଥିବା ବେଳେ ଆଜି ପଶ୍ଚିମ କେନ୍ଦ୍ରୀୟ ରେଳବାଇର ଭୋପାଳ ରେଳ ଡିଭିଜନର ହୋଶଙ୍ଗାବାଦ ରେଳ ଷ୍ଟେସନର ନାମ ବଦଳାଇ ନର୍ମଦାପୁରମ ନାମରେ ନାମିତ କରାଯାଇଛି। ଷ୍ଟେସନର ନାମ ବଦଳାଇବା ସହିତ କୋଡ୍ ମଧ୍ୟ ପରିବର୍ତ୍ତନ କରାଯାଇଛି। ପଶ୍ଚିମ କେନ୍ଦ୍ରୀୟ ରେଳବାଇ ପକ୍ଷରୁ ହୋଶଙ୍ଗାବାଦ ରେଳ ଷ୍ଟେସନର ନାମ ପରିବର୍ତ୍ତନ ବାବଦରେ ବିଜ୍ଞପ୍ତି ଜାରି କରାଯାଇଛି।

Advertisment

ବର୍ତ୍ତମାନ ଏହି ଷ୍ଟେସନ୍ ନର୍ମଦାପୁରମ ଭାବରେ ପରିଚିତ ହେବ। ସୂଚନା ଥାଉ କି ୨୦୨୧ ମସିହାରେ ହବିବଗଞ୍ଜ ଷ୍ଟେସନର ନାମ ବଦଳାଇ ରାନୀ କମଲାପତି ଷ୍ଟେସନ କରାଯାଇଥିଲା। ଗତକାଲି କେନ୍ଦ୍ରସରକାର ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନରେ ଥିବା ମୋଗଲ ଗାର୍ଡେନର ନାମ ପରିବର୍ତ୍ତନ କରିଛନ୍ତି। ଏହାକୁ ଅମୃତ ଉଦ୍ୟାନ ନାମରେ ନାମିତ କରିଛନ୍ତି କେନ୍ଦ୍ର ସରକାର । ସାଧାରଣତଃ ଫେବୃଆରୀରୁ ମାର୍ଚ୍ଚ ମଧ୍ୟରେ ଏହି ଗାର୍ଡ଼େନରେ ଫୁଲ ଫୁଟି ଥାଏ। ଏହି ଗାର୍ଡେନରେ ୧୨ ପ୍ରକାରର ଟ୍ୟୁଲିପ ଫୁଲ ରହିଛି । ୧୩୮ ପ୍ରକାରର ଗୋଲାପ, ୭୦ ଅଲଗା ଅଲଗା ପ୍ରଜାତିର ବିଭିନ୍ନ ଫୁଲ ରହିଛି । ଏହି ଉଦ୍ୟାନକୁ ଦେଶର ପ୍ରଥମ ରାଷ୍ଟ୍ରପତି ଡା ରାଜେନ୍ଦ୍ର ପ୍ରସାଦ ସାଧାରଣ ଲୋକଙ୍କ ପାଇଁ ଖୋଲିଥିଲେ । ଏହାର ରୋଜ ଗାର୍ଡେନରେ ପ୍ରାୟ ୧୩୫ ପ୍ରକାରର ଗୋଲାପ ଅଛି। ଏହି ରୋଜ ଗାର୍ଡେନକୁ ଦୁନିଆର ସବୁଠାରୁ ସୁନ୍ଦର ଏବଂ ସର୍ବୋତ୍ତମ ଉଦ୍ୟାନ କୁହାଯାଏ ।