Advertisment

ମହିଳାଙ୍କୁ ସ୍ୱାମୀଙ୍କ ବଦଳରେ ମିଳିଥିଲା ଅଜଣା ବ୍ୟକ୍ତିଙ୍କ ସ୍ପର୍ମ, ହସ୍ପିଟାଲ ଗଣିବ ଦେ‍ଢ଼ କୋଟି

ଆଇଭିଏଫ ଚିକିତ୍ସା ପଦ୍ଧତି ଜରିଆରେ ପ୍ରାୟ ୧୫ ବର୍ଷ ତଳେ ମହିଳାଙ୍କ କୋଳକୁ ଆସିଥିଲେ ଯମଜ ସନ୍ତାନ । ଏହାପରେ ଦମ୍ପତିଙ୍କ ପରିବାର ହସଖୁସିରେ ପୂରି ଉଠିଥିଲା । ମାତ୍ର ଏବେ ଯେଉଁ ସତ ପଦାକୁ ଆସିଛି ତାହା ଶୁଣି ଦମ୍ପତିଙ୍କ ଗୋଡ଼ ତଳୁ ମାଟି ଖସି ଯାଇଛି।

ଅଦ୍ୟତନ ହୋଇଛି
Hospital

Hospital

Advertisment

ଆଇଭିଏଫ ଚିକିତ୍ସା ପଦ୍ଧତି ଜରିଆରେ ପ୍ରାୟ ୧୫ ବର୍ଷ ତଳେ ମହିଳାଙ୍କ କୋଳକୁ ଆସିଥିଲେ ଯମଜ ସନ୍ତାନ । ଏହାପରେ ଦମ୍ପତିଙ୍କ ପରିବାର ହସଖୁସିରେ ପୂରି ଉଠିଥିଲା । ମାତ୍ର ଏବେ ଯେଉଁ ସତ ପଦାକୁ ଆସିଛି ତାହା ଶୁଣି ଦମ୍ପତିଙ୍କ ଗୋଡ଼ ତଳୁ ମାଟି ଖସି ଯାଇଛି। କାରଣ ଯମଜ ସନ୍ତାନଙ୍କ ମଧ୍ୟରୁ ଜଣେ ମହିଳାଙ୍କ ସ୍ୱାମୀଙ୍କର ହୋଇଥିବା ବେଳେ ଅନ୍ୟ ପିଲାଟିର ବାପାର ପରିଚୟ ଜଣାପଡ଼ୁନି। ଏପରି ଏକ ଅଭିଯୋଗର ଶୁଣାଣି କରି କୋର୍ଟ ଦକ୍ଷିଣ ଦିଲ୍ଲୀସ୍ଥିତ ଭାଟିଆ ଗ୍ଲୋବାଲ ହସ୍ପିଟାଲ ଉପରେ ସ୍ପର୍ମ ମିକ୍ସ ଅଭିଯୋଗରେ ଦେଢ କୋଟି ଟଙ୍କା ଫାଇନ ପକାଇଛନ୍ତି କୋର୍ଟ ।

Advertisment

ଭାଟିଆ ଗ୍ଲୋବାଲ ହସ୍ପିଟାଲର ଡାଇରେକ୍ଟର ଓ ଚେୟାରମ୍ୟାନଙ୍କୁ କୋଟିଏ ଟଙ୍କା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ବିଚାରପତି। ଜାତୀୟ ଖାଉଟି ବିବାଦ ସମାଧାନ କମିଶନ ( NCDRC) ରେ ୨୦ ଲକ୍ଷ ଡିପୋଜିଟ କରିବାକୁ କୁହାଯାଇଛି। ଏହାବାଦ ଏଥିରେ ସମ୍ପୃକ୍ତ ଡାକ୍ତରଙ୍କ ସମେତ ୩ ଜଣଙ୍କୁ ୧୦ ଲକ୍ଷ ଲେଖାଏ ଦେବାକୁ କୁହାଯାଇଛି।

ଦୁଇ ଯାଆଁଳା ଛୁଆଙ୍କ ନାମରେ ଏହି ଦେଢ କୋଟି ଟଙ୍କା ଫିକ୍ସଡ ଡିପୋଜିଟ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁଥିରୁ ଉଭୟ ସନ୍ତାନ ସମାନ ଭାଗ ପାଇପାରିବେ। ଆସନ୍ତା ୬ ସପ୍ତାହ ମଧ୍ୟରେ ଜରିମାନା ରାଶି ଦେବାକୁ କୋର୍ଟ ପକ୍ଷରୁ ମେଡିକାଲକୁ ନିର୍ଦ୍ଦେଶ ଦିଅଯାଇଛି। ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଦେଡ କୋଟି ଡିପୋଜିଟ ନ ହେଲେ ବାର୍ଷିକ ୮% ସୁଧହାର ଦେବାକୁ କହିଛନ୍ତି କୋର୍ଟ।

Advertisment

ଗତ ୨୦୦୮-୦୯ ମସିହାରେ ମହିଳାଜଣକ ଆଇଭିଏଫ ଚିକିତ୍ସା ପଦ୍ଧତି କରାଇ ଯମଜ ସନ୍ତାନଙ୍କ ମା’ ହୋଇଥିଲେ। ହେଲେ ଯେତେବେଳେ ସେ ନିଜ ପିଲାମାନଙ୍କର ଡିଏନଏ ଟେଷ୍ଟ କରାଇଲେ, ରିପୋର୍ଟ ଦେଖି ଉଭୟ ସ୍ୱାମୀସ୍ତ୍ରୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଲା। କାରଣ ରିପୋର୍ଟରେ ଜଣେ ସନ୍ତାନର ବ୍ଲଡ ରିପୋର୍ଟ AB+ ଥିବା ଜଣାଯାଇଛି। କାରଣ ପିତାମାତାଙ୍କ ମଧ୍ୟରୁ ଜଣଙ୍କର ବ୍ଲଡ ଗ୍ରୁପ B+ ଥିବା ବେଳେ ଅନ୍ୟଜଣଙ୍କର O negative। ତେଣୁ ପିଲାଟିର କିପରି ଏପରି ବ୍ଲଡ ଗ୍ରୁପ୍‌ ଆସିଲା ତାହା ସେମାନେ ବୁଝି ପାରିଲେନି।

ଏନେଇ ସେମାନେ ଥାନାରେ ଅଭିଯୋଗ କରିଥିବା ବେଳେ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଏହାପରେ ଚିକିତ୍ସା ସମୟରେ ମହିଳାଙ୍କୁ ତାଙ୍କ ସ୍ୱାମୀଙ୍କ ସମେତ ଅନ୍ୟ ଜଣେ ବ୍ୟକ୍ତିଙ୍କ ସ୍ପର୍ମର ଇଞ୍ଜେକସନ ଦିଆଯାଇଥିବା ଜଣାପଡ଼ିଲା।

ଏହି ଘଟଣା ପଦାକୁ ଆସିବା ପରେ ମହିଳାଙ୍କ ସ୍ୱାମୀ ମାନସିକ ନିର୍ଯାତନା ଅଭିଯୋଗ ଆଣି ସମ୍ପୃକ୍ତ ହସ୍ପିଟାଲ ନିକଟରୁ ୨ କୋଟି ଟଙ୍କା ଦାବି କରିଥିଲେ । ମାତ୍ର କୋର୍ଟ ଏହାର ଶୁଣାଣି କରି ଦେଢ କୋଟି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

Delhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe