Advertisment

ମେଡିକାଲରେ ନ ଥିଲା ୟୁରିନ୍‌ ବ୍ୟାଗ; ଅଚେତ ରୋଗୀଙ୍କୁ ଲଗାଇଦେଲେ ସ୍ପ୍ରାଇଟ୍‌ ବୋତଲ

କିଛି ଦିନ ହେବ ଉକ୍ତ ମେଡିକାଲରେ ୟୁରିନ ବ୍ୟାଗ୍‌ ଷ୍ଟୋର ନ ଥିବା ବେଳେ ଏହା ବଦଳରେ ସେଠାରେ ଥିବା କର୍ମଚାରୀ ରୋଗୀଙ୍କ ଶରୀରରେ ସ୍ପିରିଟ ବୋତଲ ଲଗାଇଦେଲେ।

author-image
Niharika Rout
ଅଦ୍ୟତନ ହୋଇଛି
undefined

doctor

ମେଡିକାଲରେ ନ ଥିଲା ୟୁରିନ୍‌ ବ୍ୟାଗ୍‌। ଏହା ବଦଳରେ ରୋଗୀଙ୍କ ଶରୀରରେ ବ୍ୟବହାର କରାଯାଉଛି ସ୍ପ୍ରାଇଟ୍‌ ବୋତଲ। ମେଡିକାଲ କର୍ତ୍ତୃପକ୍ଷଙ୍କ ଚରମ ଅବହେଳାର ଏହି ଦୃଶ୍ୟ ବିହାରରେ ଦେଖିବାକୁ ମିଳିଛି।

Advertisment

ବିହାର ସଦର ହସ୍ପିଟାଲରେ ଗତ ସୋମବାର ରାତିରେ ଅଚେତ ଅବସ୍ଥାରେ ଜଣେ ରୋଗୀଙ୍କୁ ଆଡମିଟ କରାଯାଇଛି। ସେତେବେଳେ ଦାୟିତ୍ୱରେ ଥିବା ଡାକ୍ତର ରୋଗୀଙ୍କ ପାଇଁ କିଛି ଇଞ୍ଜେସନ୍‌ ସହ ୟୁରିନ ବ୍ୟାଗ୍‌ ପାଇଁ ବି ଲେଖି ଦେଇଥିଲେ।

ମାତ୍ର କିଛି ଦିନ ହେବ ଉକ୍ତ ମେଡିକାଲରେ ୟୁରିନ୍‌ ବ୍ୟାଗ୍‌ ଷ୍ଟୋର ନ ଥିବା ବେଳେ ଏହା ବଦଳରେ ସେଠାରେ ଥିବା କର୍ମଚାରୀ ରୋଗୀଙ୍କ ଶରୀରରେ ସ୍ପ୍ରାଇଟ୍‌ ବୋତଲ ଲଗାଇଦେଲେ।

Advertisment

ମଙ୍ଗଳବାର ସକାଳେ ରୋଗୀଙ୍କ ପରିବାର ଲୋକେ ପହଞ୍ଚି ଏହାଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ସେମାନେ ତୁରନ୍ତ ଏନେଇ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଅବଗତ କରିଥିଲେ। ମାତ୍ର କେହି ଧରାଛୁଆଁ ଦେଇ ନ ଥିଲେ।

ଦୀର୍ଘ ସମୟ ପରେ ହସ୍ପିଟାଲ ମ୍ୟାନେଜର ରମେଶ ପାଣ୍ଡେଙ୍କୁ ଯୋଗାଯୋଗ କରାଯିବାରୁ ଏହି ଘଟଣା ସମ୍ପର୍କରେ ସେ ଅବଗତ ନ ଥିବା କହିଥିଲେ। ଏପରିକି ଏହି ସୂଚନା ପାଇ ତୁରନ୍ତ ଉକ୍ତ ରୋଗୀଙ୍କ ନିମନ୍ତେ ଏକ ୟୁରିନ ବ୍ୟାଗ୍‌ ଯୋଗାଡ଼ କରାଯାଇଥିବା ସଫେଇ ଦେଇଛନ୍ତି।

ସରକାରୀ ହସ୍ପିଟାଲରେ ରୋଗୀଙ୍କ ଜୀବନ ସହ ଖେଳ ଖେଳାଯାଉଥିବା ବେଳେ ଏପରି ଦାୟିତ୍ୱହୀନତା ପାଇଁ ଅସନ୍ତୋଷ ଝାଡ଼ିଛନ୍ତି ରୋଗୀଙ୍କ ସମ୍ପର୍କୀୟ ।

Medical Negligence Bihar Patient