Advertisment

ଭୁଶୁଡ଼ିଲା ହସ୍ପିଟାଲ କାନ୍ଥ; ଚାଲିଗଲା ମହିଳାଙ୍କ ଜୀବନ, ୯ ଗୁରୁତର

ଦିଲ୍ଲୀର ଦ୍ୱାରକା ସେକ୍ଟର ୧୨ରେ ଏକ ନିର୍ମାଣାଧୀନ ହସ୍ପିଟାଲର କାନ୍ଥ ଭୁଶୁଡ଼ି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି।

author-image
Niharika Rout
ଅଦ୍ୟତନ ହୋଇଛି
Dead Body

Dead Body

ଦିଲ୍ଲୀର ଦ୍ୱାରକା ସେକ୍ଟର ୧୨ରେ ଏକ ନିର୍ମାଣାଧୀନ ହସ୍ପିଟାଲର କାନ୍ଥ ଭୁଶୁଡ଼ି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତ ମହିଳାଙ୍କ ନାମ ଦେବୀ ଓ ତାଙ୍କ ଘର ଉତ୍ତରପ୍ରଦେଶର ଝାନସୀରେ ବୋଲି ଜଣାଯାଇଛି। ଏହି ଦୁର୍ଘଟଣାରେ ୯ ଜଣ ଗୁରୁତର ହୋଇଛନ୍ତି। 

Advertisment

ଦିଲ୍ଲୀ ପୁଲିସ୍‌ ଘଟଣାର ସୂଚନା ଦେବାକୁ ଯାଇ କହିଛି, ହସ୍ପିଟାଲରେ ବେସମେଣ୍ଟରେ କିଛି ଶ୍ରମିକ କାମ କରୁଥିଲେ। ଉକ୍ତ ସମୟରେ ବେସମେଣ୍ଟର କାନ୍ଥ ଭୁଶୁଡ଼ିଗଲା ଓ ତା’ ତଳେ କିଛି ଶ୍ରମିକ ଚାପି ହୋଇ ଯାଇଥିଲେ। ତୁରନ୍ତ ସମସ୍ତ ଶ୍ରମିକଙ୍କୁ ବାହାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ଦେବୀଙ୍କ ମୃତ୍ୟୁ ଘଟିଥିବା ବେଳେ ୯ ଜଣଙ୍କ ଅବସ୍ଥା ଗୁରୁତର ରହିଛି। 

ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଯାଞ୍ଚ କରିଛି ଓ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ କାହାକୁ ଗିରଫ କରାଯାଇନି। 

Advertisment
Delhi