ଅଂଶୁଲ ଓ ମହକ (ଫାଇଲ ଫଟୋ)
ମାତ୍ର ୫ ମାସ ତଳେ ହୋଇଥିଲା ବାହାଘର। ସ୍ୱାମୀ ଜଣେ CA ହୋଇଥିବା ବେଳେ ପତ୍ନୀ ବ୍ୟାଙ୍କ କର୍ମଚାରୀ। ଦୁଇ ଜଣଙ୍କ ମଧ୍ୟରେ ସବୁ କିଛି ଠିକଠାକ ରହିଥିଲେ। ଏହି ଭିତରେ ଗର୍ଭବତୀ ହୋଇଥିଲେ ପତ୍ନୀ। କିନ୍ତୁ ଏଥିରେ ଖୁସି ହେବା ବଦଳରେ ପତ୍ନୀଙ୍କ ଚରିତ୍ରକୁ ନେଇ ସନ୍ଦେହ କରିଥିଲେ ସ୍ୱାମୀ। ଏହି ସନ୍ଦେହ ପରିବାର ଭିତରେ ସୃଷ୍ଟି କରିଥିଲା ଝଡ଼।
ତଥାପି ଫେବୃଆରୀ ୧୪ ଭାଲେଣ୍ଟାଇନ ଡେ’ରେ ପତ୍ନୀଙ୍କୁ ଧରି ଡିନର କରିବାକୁ ଯାଇଥିଲେ ସ୍ୱାମୀ। ଗୋଟିଏ ହୋଟେଲରେ ରାତି ମଧ୍ୟ କାଟିଥିଲେ। କିନ୍ତୁ ଦିନକ ପରେ ସେଠାରୁ ଫେରିବା ବେଳେ ଯାହା ଘଟିଲା, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
ପତ୍ନୀଙ୍କୁ ଗାଡ଼ି ଭିତରେ ତଣ୍ଟି କାଟି ହତ୍ୟା(Murder) କରିଛନ୍ତି ସ୍ୱାମୀ। ଏହାକୁ ଲୁଟର ରୂପ ଦେବାକୁ ମଧ୍ୟ ସେ ଭରପୂର ଚେଷ୍ଟା କରିଥିଲେ। କିନ୍ତୁ ପୁଲିସ୍ ଘଟଣା ଘଟିବାର ୧୮ ଘଣ୍ଟା ମଧ୍ୟରେ ସବୁ କିଛିର ପର୍ଦ୍ଦାଫାସ କରି ଦେଇଛି। ଏଥିସହ ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ କରିଛି।
ହରିୟାଣା(Haryana)ରୁ ଏପରି ଏକ ଖବର ସାମ୍ନାକୁ ଆସିଛି। ହରିୟାଣର ବାହାଦୂରଗଡ଼ରେ ଘଟିଥିବା ବ୍ୟାଙ୍କ କର୍ମଚାରୀ ମହକଙ୍କ ହତ୍ୟା ଉପରୁ ଝାଜର ପୁଲିସ ପରଦା ହଟାଇ ସାଂଘାତିକ ତଥ୍ୟ ଦେଇଛି। ପ୍ରଥମେ ପୂରା ଘଟଣା ଲୁଟ ସହ ଜଡ଼ିତ ବୋଲି କୁହାଯାଉଥିଲେ ହେଁ ମହକଙ୍କୁ ତାଙ୍କ ସ୍ୱାମୀ ହିଁ ହତ୍ୟା କରି ସମସ୍ତଙ୍କୁ ବିଭ୍ରାନ୍ତ କରିବାକୁ ଚାହୁଁଥିବା ପୁଲିସ୍ କହିଛି।
ମହକଙ୍କ ସ୍ୱାମୀ ହେଉଛନ୍ତି ଅଂଶୁଲ ଧୱନ। ସେ ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ। ଉଭୟ ଗୁରୁଗ୍ରାମରେ କାମ କରିବା ସହ ସେଠାରେ ରୁହନ୍ତି। ଗତ ରବିବାର ରାତି ପ୍ରାୟ ୧୧ଟାରେ ଗୁରୁଗ୍ରାମରେ କାମ କରୁଥିବା ଅଂଶୁଲ ପୁଲିସ୍କୁ ଫୋନ କରିଥିଲେ। ସେ କହିଥିଲେ ଯେ କିଛି ଦୁର୍ବୃତ୍ତ ବିଚ ରାସ୍ତାରେ ସେମାନଙ୍କୁ ଲୁଟ କରିବାକୁ ଚେଷ୍ଟା କରିଛନ୍ତି ଓ ତାଙ୍କ ପତ୍ନୀଙ୍କ ତଣ୍ଟି କାଟି ଦେଇଛନ୍ତି।
ଏହି ଖବର ପାଇ ପୁଲିସ ଟିମ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିଥିଲା। ଅଂଶୁଲ ଓ ତାଙ୍କ ପତ୍ନୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲା। କିନ୍ତୁ ସେଠାରେ ଡାକ୍ତର ମହକଙ୍କୁ ମୃତ ଘୋଷଣା କରିଥିଲେ। ଏହାପରେ ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଯାଞ୍ଚ ବେଳେ ଅଂଶୁଲଙ୍କ ବୟାନରେ ତାଳମେଳ ନଥିବା ଜାଣିବାକୁ ପାଇଥିଲା। ଅଂଶୁଲ ନିୟମିତ ନିଜ କଥା ବଦଳାଇବା ସହ ଆକ୍ରମଣକାରୀଙ୍କ ସମ୍ପର୍କରେ ଠିକ ଭାବେ ସୂଚନା ଦେଇ ପାରି ନଥିଲେ। ଏହାକୁ ନେଇ ପୁଲିସ୍ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା।
ପୁଲିସ୍ ଚାପ ପ୍ରୟୋଗ କରି ଜେରା କରିବାରୁ ଶେଷରେ ଅଂଶୁଲ କାନ୍ଦି ପକାଇଥିଲେ ଓ ସେ ହିଁ ପତ୍ନୀ ମହକଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଥିଲେ। ପୁଲିସ୍ କହିଛି ଯେ ପତ୍ନୀ ମହକଙ୍କ ଚରିତ୍ରକୁ ବେଶ କିଛି ଦିନ ହେବ ସନ୍ଦେହ କରୁଥିଲେ ଅଂଶୁଲ। ଗୁରୁଗ୍ରାମ ସ୍ଥିତ ଏଚଡିଏଫସି ବ୍ୟାଙ୍କରେ କାମ କରୁଥିବା ମହକଙ୍କ ସମ୍ପର୍କ ପରପୁରୁଷଙ୍କ ସହ ଥିବା ଅଂଶୁଲ ସନ୍ଦେହ କରିବାରୁ ଉଭୟଙ୍କ ମଧ୍ୟରେ ତିକ୍ତତା ଆରମ୍ଭ ହୋଇଥିଲା। ଏହି ସନ୍ଦେହ ଯୋଗୁ ଅଂଶୁଲ ପତ୍ନୀଙ୍କୁ ହତ୍ୟା କରିଛନ୍ତି।
ଫେବୃଆରୀ ୧୪ରେ ଅଂଶୁଲ ଓ ମହକ ଭାଲେଣ୍ଟାଇନ ଡେ’ ପାଇଁ ହିସରା ଯାଇଥିଲେ। ସେଠାରୁ ଦିନକ ପରେ ଅର୍ଥାତ ରବିବାର ସନ୍ଧ୍ୟା ୭ଟା ବେଳେ ଗୁରୁଗ୍ରାମ ଅଭିମୁଖେ କାରରେ ବାହାରିଥିଲେ। କିନ୍ତୁ ଏହାର କିଛି ଘଣ୍ଟା ପରେ ପୁଲିସ୍କୁ ଫୋନ କରି ଅଂଶୁଲ ଲୁଟର ନାଟକ ସମ୍ପର୍କରେ ତଥ୍ୟ ଦେଇଥିଲେ। ବାସ୍ତବରେ ସେ ହିଁ ପତ୍ନୀଙ୍କୁ ହତ୍ୟା କରିଥିଲେ।
ହତ୍ୟା ବେଳେ ଅଂଶୁଲ ହାତରେ ଗ୍ଲୋବ୍ସ ପିନ୍ଧିଥିଲେ। ସେହିପରି ସେ ପ୍ରଥମେ ମହକଙ୍କୁ ତଣ୍ଟି ଚିପି ମାରିବା ପରେ ଗୋଟିଏ କଇଁଚିରେ ତାଙ୍କ ତଣ୍ଟିକୁ କାଟି ଦେଇଥିଲେ। ଗତବର୍ଷ ସେପ୍ଟେମ୍ବର ୨୫ରେ ହିଁ ଦୁଇ ପରିବାରର ସହମତିରେ ଅଂଶୁଲ ଓ ମହକଙ୍କ ବିବାହ ହୋଇଥିଲା। ହେଲେ ବାହାଘରର ୫ ମାସରେ ମହକଙ୍କୁ ମାରି ଦେଇଛନ୍ତି ଅଂଶୁଲ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/02/17/anshul-2026-02-17-15-50-35.jpg)