Advertisment

ବିବାହ ପ୍ରୋସେସନ ବେଳେ ବାଣ ପଡ଼ି ଜଳିଗଲା ଘର; ଗୋଟିଏ ପରିବାରର ୬ ଜୀବନ୍ତ ଦଗ୍ଧ

ଦେଖୁ ଦେଖି ଘରେ ଥିବା ଗ୍ୟାସ୍‌ ସିଲିଣ୍ଡରରେ ନିଆଁ ଲାଗି ତାହା ବିସ୍ଫୋରଣ ହୋଇଥିଲା। ଏହାପରେ ଦୁଆରେ ଥିବା ଏକ ଡିଜେଲ ଡ୍ରମରେ ନିଆଁ ଲାଗି ଯାଇଥିଲା।

author-image
Niharika Rout
Fire

Fire

ବିହାରର ଦରଭଙ୍ଗା ଅଞ୍ଚଳରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ବିବାହ ଉତ୍ସବରେ ଫୁଟୁଥିବା ବାଣ ପଡ଼ି ଏକ ଘର ଜଳିଯିବା ସହ ଘରେ ଥିବା ୬ ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି। ମୃତକ ସମସ୍ତେ ଏକ ପରିବାରର ବୋଲି ଜଣା ଯାଇଛି। ଦରଭଙ୍ଗା ଜିଲ୍ଲାର ଅଣ୍ଟୋର ଗାଁରେ ଏହି ଅଘଟଣ ଘଟିଛି।

Advertisment

ଗାଁରେ ଏକ ବିବାହ ପ୍ରୋସେସନ ଚାଲିଥିଲା। ବରଯାତ୍ରୀ ଆସୁଥିବା ବେଳେ ରୋଷଣୀରେ ଗାଁ ଦାଣ୍ଡ ଫାଟି ପଡ଼ୁଥିବା ବେଳେ ଭଳିକି ଭଳି ବାଣ ଫୁଟା ଯାଉଥିଲା। ଉକ୍ତ ସମୟରେ ଏକ ବାଣ ଏକ ଘର ଉପରେ ପଡ଼ି ଯାଇଥିଲା। ଫଳରେ ଉକ୍ତ ଘରେ ସଙ୍ଗେ ସଙ୍ଗେ ନିଆଁ ବ୍ୟାପି ଯାଇଥିଲା।

ଦେଖୁ ଦେଖି ଘରେ ଥିବା ଗ୍ୟାସ୍‌ ସିଲିଣ୍ଡରରେ ନିଆଁ ଲାଗି ତାହା ବିସ୍ଫୋରଣ ହୋଇଥିଲା। ଏହାପରେ ଦୁଆରେ ଥିବା ଏକ ଡିଜେଲ ଡ୍ରମରେ ନିଆଁ ଲାଗି ଯାଇଥିଲା। ଫଳରେ ଘରେ ରହି ଯାଇଥିବା ୬ ଜଣଙ୍କୁ ବାହାର କରିବା ସମ୍ଭବପର ହୋଇ ପାରି ନ ଥିଲା। ଗ୍ରାମବାସୀଙ୍କ ଆଖି ଆଗରେ ଏକ ପରିବାରର ୬ ଜଣ ଜୀବନ୍ତ ଜଳି ଯାଇଥିଲେ। ଏଥିସହ ନିଆଁ ଆଖପାଖ ଘରକୁ ବି ବ୍ୟାପିବାକୁ ଲାଗିଲା। 

Advertisment

ଖବର ପାଇ ତୁରନ୍ତ ପୁଲିସ୍‌ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚିଥିଲେ। ବହୁ ପରିଶ୍ରମ ପରେ ସେମାନେ ନିଆଁକୁ ଆୟତ୍ତ କରିଥିଲେ। ଏହାପରେ ତୁରନ୍ତ ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଛି।

ଏହି ଘଟଣାର ଯାଞ୍ଚ ସମେତ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏହାର ଯାଞ୍ଚ ନିମନ୍ତେ ଏକ କମିଟି ଗଠିତ ହୋଇଥିବା ଦରଭଙ୍ଗା ଜିଲ୍ଲାପାଳ ସୂଚନା ଦେଇଛନ୍ତି।

Bihar Fire Accident Firecracker Explosion