Advertisment

ଖାଲି ଫ୍ଲାଟକୁ ୨ କୋଟିରେ ବିକିଦେଲେ, ବୃଦ୍ଧା ସମେତ ୩ ଗିରଫ

ବୃଦ୍ଧ ଦମ୍ପତିଙ୍କ ମୃତ୍ୟୁ ପରେ ଖାଲି ପଡ଼ିଥିବା ତାଙ୍କ ଫ୍ଲାଟ ଉପରେ ଆଖି ପକାଇଲେ ଠକ । ଆଉ ଜାଲ୍‌ କାଗଜପତ୍ର କରି ତାହାକୁ ୧ କୋଟି ୮୫ ଲକ୍ଷ ଟଙ୍କାରେ ବିକିଦେଲେ।

Arrest

Arrest

Advertisment

ବୃଦ୍ଧ ଦମ୍ପତିଙ୍କ ମୃତ୍ୟୁ ପରେ ଖାଲି ପଡ଼ିଥିବା ତାଙ୍କ ଫ୍ଲାଟ ଉପରେ ଆଖି ପକାଇଲେ ଠକ । ଆଉ ଜାଲ୍‌ କାଗଜପତ୍ର କରି ତାହାକୁ ୧ କୋଟି ୮୫ ଲକ୍ଷ ଟଙ୍କାରେ ବିକିଦେଲେ। ଏହି ମାମଲାରେ ପୁଲିସ୍ ଜଣେ ୭୦ ବର୍ଷୀୟା ମହିଳାଙ୍କ ସମେତ ୩ ଜଣଙ୍କୁ ବାନ୍ଧିଛି। ଏପରି ଏକ ଘଟଣା ରାଜଧାନୀ ଦିଲ୍ଲୀର ଦ୍ୱାରକାରେ ଘଟିଛି।

Advertisment

ଦିଲ୍ଲୀରେ ରହୁଥିବା ଜଣେ ଅବସରପ୍ରାପ୍ତ ଅଧିକାରୀ ଦ୍ୱାରକା ଅଞ୍ଚଳରେ ପତ୍ନୀଙ୍କ ସହ ରହୁଥିଲେ। ୫ ବର୍ଷ ତଳେ ପତ୍ନୀଙ୍କ ମୃତ୍ୟୁ ହୋଇ ସାରିଥିବା ବେଳେ କିଛି ମାସ ତଳେ ତାଙ୍କ ମୃତ୍ୟୁ ହୋଇଛି। ଫଳରେ ତାଙ୍କ ଫ୍ଲାଟ୍‌ଟି ଖାଲି ପଡ଼ିଥିବା ବେଳେ ତାହା ଉପରେ କିଛି ଲୋକ ନଜର ପକାଇଥିଲେ।

ସେମାନେ ଉକ୍ତ ଫ୍ଲାଟର ଜାଲ କାଗଜପତ୍ର ପ୍ରସ୍ତୁତ କରିଥିଲେ। ଏହାପରେ ସନି ଯାଦବ ନାମକ ବ୍ୟକ୍ତିଙ୍କୁ ସେମାନେ ଉକ୍ତ ଫ୍ଲାଟ୍‌କୁ ୧ କୋଟି ୮୫ ଲକ୍ଷ ଟଙ୍କାରେ ବିକିଦେଲେ।

Advertisment

ଗତ ଅକ୍ଟୋବର ମାସରେ ଏନେଇ ଜଣେ ବ୍ୟକ୍ତି ଦ୍ୱାରକା ଥାନାରେ ଅଭିଯୋଗ କରିଥିଲେ। ଏହାପରେ ପୁଲିସ୍‌ ଘଟଣାର ଛାନଭିନ ଆରମ୍ଭ କରିଥିଲା। ଏହି ମାମଲାରେ ଗିରଫ ୩ ଜଣ ହେଲେ ମାଷ୍ଟର ମାଇଣ୍ଡ ପବନଦୀପ, ସରବଜିତ ଓ ତାଙ୍କ ୭୦ ବର୍ଷୀୟ ମା’ ରାଜେନ୍ଦ୍ର କୌର।

ପୁଲିସ୍‌ ସୂଚନା ଅନୁଯାୟୀ, ଏହି ମାମଲାର ମାଷ୍ଟର ମାଇଣ୍ଡ ପବନଦୀପ ପୂର୍ବରୁ ଏକ ହତ୍ୟା ମାମଲାରେ ଗିରଫ ହୋଇଥିବା ବେଳେ ଜାଲି କାଗଜପତ୍ର କରୁଥିବା ଲୋକଙ୍କ ସଂସ୍ପର୍ଶରେ ଆସିଥିଲେ। ଏହାପରେ ଦ୍ୱାରକା ଅଞ୍ଚଳରେ ଏକ ଫ୍ଲାଟ ଖାଲି ଥିବା ସୂଚନା ପାଇ ତାହାର ଜାଲ କାଗଜପତ୍ର ପ୍ରସ୍ତୁତ କରିଥିଲେ। ଉକ୍ତ କାଗଜପତ୍ରରେ ସେ ସରବଜିତଙ୍କ ମା’ ରାଜେନ୍ଦ୍ର କୌରଙ୍କୁ ଉକ୍ତ ଫ୍ଲାଟ୍‌ର ମାଲିକ ଭାବେ ଦେଖାଇ ତାହାକୁ ୧ କୋଟି ୮୫ ଲକ୍ଷରେ ବିକ୍ରି କରିଥିଲେ।

ପୁଲିସ୍‌ ସରବଜିତଙ୍କୁ ଗିରଫ କରିଥିବା ସୂଚନା ପାଇ ପବନଦୀପ ଓ ରାଜେନ୍ଦ୍ର କୌର ଫେରାର ହୋଇ ଯାଇଥିଲେ। ପୁଲିସ୍‌ ପବନଦୀପଙ୍କୁ ହିମାଚଳ ପ୍ରଦେଶରୁ ଗିରଫ କରିଥିବା ବେଳେ ରାଜେନ୍ଦ୍ର କୌରଙ୍କୁ ଦିଲ୍ଲୀରୁ ଗିରଫ କରାଯାଇଛି।

Delhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe