Advertisment

ପ୍ରସ୍ତୁତ ହୋଇ ରହିଥିଲା ନୂଆ ଘର, କିନ୍ତୁ ଅଧା ରହିଗଲା ସହିଦ ଆଶିଷଙ୍କ ସ୍ୱପ୍ନ

୧୯ ରାଷ୍ଟ୍ରୀୟ ରାଇଫଲ୍ସର ମେଜେର ଭାବେ କାମ କରୁଥିବା ଆଶିଷ ନିଜର ସାଥୀମାନଙ୍କ ସହ ଅନନ୍ତନାଗରେ ଅପରେସନ ପାଇଁ ଯାଇଥିଲେ। କିନ୍ତୁ ଆତଙ୍କବାଦୀଙ୍କ ସହ ଲଢ଼େଇ କରିବା ବେଳେ ମେଜରଙ୍କ ସମେତ କର୍ଣ୍ଣେଲ ମନପ୍ରୀତ ସିଂହ ଓ ଡିଏସ୍‌ପି ହିମାୟୁନ ଭଟ ସହିଦ ହୋଇଛନ୍ତି।

author-image
Hemant Lenka
Major

Major

ଦୀର୍ଘଦିନର ପରିଶ୍ରମ ପରେ ଶେଷରେ ସେ ସବୁ ମଧ୍ୟବିତ୍ତ ଦେଖୁଥିବା ସ୍ୱପ୍ନକୁ ପୂରଣ କରିଥିଲେ। ନିଜ ପରିବାର ପାଇଁ ହରିଆଣାର ପାନିପତରେ ୩ ମହଲାର ଘର ତିଆରି କରିଥିଲେ। ଏହି ନୂଆ ଘରକୁ ସମସ୍ତେ ଏକାଠି ଯିବାକୁ ମଧ୍ୟ ଦିନ ସ୍ଥିର ହୋଇ ସାରିଥିଲା।

Advertisment

କେବଳ ଦେଶ ସେବାରୁ ବିରତି ନେଇ ଜମ୍ମୁ-କଶ୍ମୀରରୁ ଫେରିବାର ଥିଲା। ନିଜର ଜନ୍ମ ଦିନ ଅର୍ଥାତ ଅକ୍ଟୋବର ୨୩ରେ ମେଜର ଆଶିଷ ଧୋନଚାକ ପରିବାର ଲୋକଙ୍କୁ ସାଙ୍ଗରେ ଧରି ନୂଆ ଘରକୁ ଯାଇଥାଆନ୍ତି। ଏଥିପାଇଁ ନୂଆ ଘରେ ସବୁ ପ୍ରକାରର ପ୍ରସ୍ତୁତି ଶେଷ ହୋଇଥିଲା।

କିନ୍ତୁ ଏବେ ଆଉ କେବେ ବି ମେଜର ଆଶିଷ ନୂଆ ଘରେ ପ୍ରବେଶ କରିପାରିବେ ନାହିଁ। ଆଶିଷଙ୍କ ବଦଳରେ ତାଙ୍କ ପାର୍ଥିବ ଶରୀର ନୂଆ ଘରେ ପହଞ୍ଚିବ। କାରଣ ଦେଶ ମା’ର ସେବା କରିବା ବେଳେ ଆତଙ୍କୀଙ୍କ ଗୁଳିରେ ସହିଦ ହୋଇଛନ୍ତି ମେଜର ଆଶିଷ।

Advertisment

୧୯ ରାଷ୍ଟ୍ରୀୟ ରାଇଫଲ୍ସର ମେଜେର ଭାବେ କାମ କରୁଥିବା ଆଶିଷ ନିଜର ସାଥୀମାନଙ୍କ ସହ ଅନନ୍ତନାଗରେ ଅପରେସନ ପାଇଁ ଯାଇଥିଲେ। କିନ୍ତୁ ଆତଙ୍କବାଦୀଙ୍କ ସହ ଲଢ଼େଇ କରିବା ବେଳେ ମେଜରଙ୍କ ସମେତ କର୍ଣ୍ଣେଲ ମନପ୍ରୀତ ସିଂହ ଓ ଡିଏସ୍‌ପି ହିମାୟୁନ ଭଟ ସହିଦ ହୋଇଛନ୍ତି।

ଏନକାଉଣ୍ଟର ପୂର୍ବରୁ ମେଜର ଆଶିଷ ପରିବାର ଲୋକଙ୍କ ସହ କଥା ହୋଇଥିଲେ। ଅପରେସନରୁ ଫେରିବା ପରେ ପୁଣି କଥା ହେବେ ବୋଲି କହିଥିଲେ। କିନ୍ତୁ ଆଉ ତାଙ୍କ ଫୋନ ଆସି ନାହିଁ। ସେ ଦେଶ ପାଇଁ ସହିଦ ହୋଇ ସାରିଥିବା ଖବର ପରିବାର ଲୋକଙ୍କ ପାଖରେ ପହଞ୍ଚିଛି। ଏଥିସହ ନୂଆ ଘରେ ପ୍ରବେଶ ପାଇଁ ମେଜର ଦେଖିଥିବା ସ୍ୱପ୍ନ ମଧ୍ୟ ଅଧା ରହି ଯାଇଛି।

ପାନିପତର ସେକ୍ଟର ୭ରେ ମେଜର ଆଶିଷ ନିଜର ନୂଆ ଘର ତିଆରି କରିଛନ୍ତି। ନିକଟରେ ଏହାର ନିର୍ମାଣ କାମ ଶେଷ ହୋଇଥିଲା। ଗଲା ସ୍ୱାଧୀନତା ଦିବସରେ ଦେଶର ସେବା ପାଇଁ ତାଙ୍କୁ ସମ୍ମାନଜନକ ସେନା ମେଡାଲ ମଧ୍ୟ ମିଳିଥିଲା। ସେ ତାଙ୍କ ପରିବାର ଓ ବନ୍ଧୁମାନଙ୍କୁ କହିଥିଲେ ଯେ ଜମ୍ମୁ-କଶ୍ମୀରରୁ ଅକ୍ଟୋବର ୧୩ରେ ଫେରିବେ।

ଅକ୍ଟୋବର ୨୩ରେ ମେଡାଲ, ଜନ୍ମଦିନ ଓ ଗୃହ ପ୍ରବେଶ ପାର୍ଟି ସମସ୍ତେ ମିଳିତ ଭାବେ ସେଲିବ୍ରେଟ କରିବା। ପତ୍ନୀ, ଅଢ଼େଇ ବର୍ଷର ଝିଅ, ବାପା ମା’ ଓ ୩ ଭଉଣୀ ମିଳିତ ଭାବେ ନୂଆ ଘରେ ଅକ୍ଟୋବର ୨୩ ପରଠାରୁ ରହିବା ବୋଲି କହିଥିଲେ। କିନ୍ତୁ ଏବେ ଦୁଃଖରେ ସଂପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଥିବା ତାଙ୍କ ପରିବାର ଲୋକ ମରଶରୀରକୁ ଗ୍ରହଣ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଶୁକ୍ରବାର ସକାଳେ ପାନିପତରେ ସହିଦ ଆଶିଷଙ୍କ ପାର୍ଥିବ ଶରୀର ପହଞ୍ଚିବ।

ଅନ୍ତିମ ଶ୍ରଦ୍ଧାଞ୍ଜଳି ପାଇଁ ତାଙ୍କ ମରଶରୀରକୁ ଘରେ ରଖାଯିବ। ଏହାପରେ ଶୁକ୍ରବାର ମଧ୍ୟାହ୍ନରେ ପାନିପତ ଠାରୁ ୧୫ କିମି ଦୂର ପୈତୃକ ଗାଁରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ।

ମେଜର ଆଶିଷଙ୍କ ଶାଳକ ସୁରେଶ କହିଛନ୍ତି, “ଆଶିଷଙ୍କ ବାପାଙ୍କ ଦେହ ଭଲ ନାହିଁ। ସେ ୬ ଦିନ ହେଲା ହସ୍ପିଟାଲରେ ରହିଛନ୍ତି। ତେଣୁ ତାଙ୍କୁ ଘରକୁ ଆସିବା ପାଇଁ ତାଙ୍କ ଭଉଣୀ କହିଥିଲେ। ତେବେ ଜମ୍ମୁ-କଶ୍ମୀରରେ ଚାଲିଥିବା ଅପରେସନରେ ଆଶିଷ ବ୍ୟସ୍ତ ଥିବାରୁ ଅକ୍ଟୋବର ମାସରେ ଆସିବେ ବୋଲି କହିଥିଲେ।

ଏବେ ଆଉ ମୋ ଉଭଣୀକୁ ସାମ୍ନା କରିପାରିବି ନାହିଁ। ସେ ସାହାସ ମୋର ନାହିଁ। ସେନା ମେଡାଲ ପାଇବା ପରେ ମୁଁ ଆଶିଷଙ୍କ ସହ କଥା ହୋଇଥିଲି। ସେ ମୋତେ କହିଥିଲେ ଯେ ଦେଶର ଆଉ କିଛି ଶତ୍ରୁ ଅଛନ୍ତି।

ମଙ୍ଗଳବାର ସେ ତାଙ୍କ ଭଉଣୀଙ୍କ ସହ କଥା ହୋଇଥିଲେ। ସେମାନେ ସମସ୍ତେ ନୂଆ ଘରକୁ ଯିବାର ଥିଲା। କିନ୍ତୁ ଆଶିଷଙ୍କ ପାଇଁ ଏହାକୁ ସ୍ଥଗିତ ରଖାଯାଇଥିଲା। ଅକ୍ଟୋବର ୨୩ରେ ସମସ୍ତେ ନୂଆ ଘରକୁ ଯିବାକୁ ଯୋଜନା କରିଥିଲେ।

ଅପରେସନକୁ ଯିବା ପୂର୍ବରୁ ଆଶିଷ ତାଙ୍କ ଭଉଣୀଙ୍କୁ ଫୋନ କରିଥିଲେ। ୨ରୁ ୪ ଘଣ୍ଟା ପରେ ଫୋନ କରିବେ ବୋଲି କହିଥିଲେ। କିନ୍ତୁ ଆଉ ତାଙ୍କ କଲ ଆସିଲାନି।”

Jammu Kashmir Jammu And Kashmir Encounter J&K Encounter