Advertisment

କେମିତି ଟନେଲ ଭିତରେ ଫସିଲେ ୪୧ ଶ୍ରମିକ? କେଉଁଠି ରହିଲା ତ୍ରୁଟି?

ପ୍ରକଳ୍ପ କାମର ଦାୟିତ୍ୱ ହାଇଦ୍ରାବାଦ ଭିତ୍ତିକ ନବଯୁଗ ଇଞ୍ଜିନିୟରିଂ କମ୍ପାନୀ ଲିଃ ପାଇଛି। ପୂର୍ବରୁ ମଧ୍ୟ କମ୍ପାନୀ ଏପରି ଟନେଲ କାମ କରିବାର ନଜିର ରହିଛି।

ଅଦ୍ୟତନ ହୋଇଛି
Tunnel

Tunnel

Advertisment

ଉତ୍ତରାଖଣ୍ଡର ଉତ୍ତରକାଶୀ ଟନେଲ ଭିତରେ ୧୭ ଦିନ ହେଲା ଫସି ରହିଛନ୍ତି ୪୧ ଜଣ ଶ୍ରମିକ। ସେମାନଙ୍କୁ ଉଦ୍ଧାର କରିବା ପାଇଁ ପାରମ୍ପରିକ ରାଟ ହୋଲ ମାଇନିଂ (ମୂଷାଗାତ ଖୋଳା କୌଶଳ)କୁ ଆପଣା ଯାଇଛି। ହାତରେ ଚାଲିଥିବା ଖୋଳା କାମରୁ ସଫଳତା ମଧ୍ୟ ମିଳିଛି।

Advertisment

ଶ୍ରମିକଙ୍କ ବାଟ ବନ୍ଦ କରି ଦେଇଥିବା ଧ୍ୱଂସାବଶେଷକୁ କଢ଼ା ଯାଉଛି। ଯେକୌଣସି ମୁହୂର୍ତ୍ତରେ ଫସି ରହିଥିବା ଶ୍ରମିକମାନେ ଉଦ୍ଧାର ହୋଇପାରନ୍ତି। ଏଥିପାଇଁ ପୂଜାପାଠ ଓ ପ୍ରାର୍ଥନା ଚାଲିଛି।

ତେବେ ୧୭ ଦିନ ହେଲା ଜାରି ରହିଥିବା ଅପରେସନକୁ ଅନେକ ଘାତ ଓ ପ୍ରତିଘାତର ସାମ୍ନା କରିବାକୁ ପଡ଼ିଥିଲା। କେତେବେଳେ ଡ୍ରିଲ ମେସିନ ଭାଙ୍ଗି ଯାଉଥିଲା ତ ଆଉ କେତେବେଳେ ମାଟି ଅତଡ଼ା ଧସିବାକୁ ଲାଗୁଥିଲା। ତଥାପି ଆଜି ସଫଳତାର ବାସ୍ନା ବାରିଛନ୍ତି ଉଦ୍ଧାରକାରୀ ଟିମ। ଶ୍ରମିକମାନଙ୍କୁ ଉଦ୍ଧାର କରବାକୁ ଯାଉଥିବା ଟିମ ଆଉ ମାତ୍ର କିଛି ଦୂରତାରେ ରହିଛି।

Advertisment

କିନ୍ତୁ ୪୧ ଜଣ ଶ୍ରମିକ କେମିତି ଟନେଲ ଭିତରେ ଫସିଲେ? କେଉଁଠି ରହିଲା ତ୍ରୁଟି? ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରି ଶ୍ରମିକମାନଙ୍କୁ ଟନେଲ ଭିତରେ କାମ କରିବାକୁ ଛଡ଼ା ଯାଇଥିଲା ତ? ଏମିତି ଅନେକ ପ୍ରଶ୍ନ ଏବେ ଉଙ୍କି ମାରିବାରେ ଲାଗିଛି। ସମସ୍ତେ ଉଦ୍ଧାର କାମରେ ବ୍ୟସ୍ତ ଥିବା ବେଳେ ଏହାର ଉତ୍ତର ଏଯାଏ କେହି ଦେଇ ନାହାନ୍ତି।

ଟନେଲ

କେନ୍ଦ୍ର ସରକାରଙ୍କ ଚାରି ଧାମ ପ୍ରକଳ୍ପ ଅଧୀନରେ ଏହି ୪.୫ କିମିର ଟନେଲ ତିଆରି କରାଯାଉଛି। ଚାରି ଧାମକୁ ସବୁ ପ୍ରକାରର ଋତୁରେ ସୁରକ୍ଷିତ ଯାତ୍ରା ସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ ଟନେଲ ନିର୍ମାଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ଉତ୍ତରାଖଣ୍ଡର ବଦ୍ରିନାଥ, କେଦାରନାଥ, ଗଙ୍ଗୋତ୍ରୀ ଓ ଯମୁନୋତ୍ରୀକୁ ଶ୍ରଦ୍ଧାଳୁମାନେ ଏହି ଟନେଲ ଦ୍ୱାରା ଯିବା ଆସିବା କରିପାରିବେ। ଏହା ସିଲକାୟାର ଟନେଲ ଭାବେ ମଧ୍ୟ ଜଣାଣୁଣା।

ଟନେଲର ଗୋଟିଏ ପାର୍ଶ୍ୱ ସିଲକାୟାର ଓ ଡାଣ୍ଡାଲଗାଓଁକୁ ସଂଯୋଗ କରୁଛି। ଏହା ଗୋଟିଏ ଡବଲ ଲାଇନ ଟନେଲ। ଏଥିସହ ଚାରି ଧାମ ପ୍ରକଳ୍ପ ଅଧୀନରେ ଏହା ସବୁଠାରୁ ବଡ଼ ଟନେଲ। ସିଲକାୟାର ପାର୍ଶ୍ୱରୁ ପ୍ରାୟ ୨.୪ କିମି ଯାଏ ଟନେଲ କାମ ଜାରି ରହିଛି ଓ ଅନ୍ୟ ପାର୍ଶ୍ୱରେ ଟନେଲର ୧.୭୫ କିମି କାମ ସରିଛି।

ଟନେଲ କାମ ଶେଷ ହେବା ପରେ ଯାତାୟାତ ସମୟ ୧ ଘଣ୍ଟା ହ୍ରାସ ପାଇବ। ପ୍ରକଳ୍ପ କାମର ଦାୟିତ୍ୱ ହାଇଦ୍ରାବାଦ ଭିତ୍ତିକ ନବଯୁଗ ଇଞ୍ଜିନିୟରିଂ କମ୍ପାନୀ ଲିଃ ପାଇଛି। ପୂର୍ବରୁ ମଧ୍ୟ କମ୍ପାନୀ ଏପରି ଟନେଲ କାମ କରିବାର ନଜିର ରହିଛି।

ଦୁର୍ଘଟଣା

ନଭେମ୍ବର ୧୨ ତାରିଖରେ ସିଲକାୟାର ପାର୍ଶ୍ୱରୁ ଟନେଲର ୨୦୫ ଓ ୨୬୦ ମିଟର ମଧ୍ୟରେ ଥିବା ଅଂଶ ଭୁଶୁଡ଼ି ପଡ଼ିଥିଲା। ୨୬୦ ମିଟିର ମାର୍କ ବାହାରେ କାମ କରୁଥିବା ଶ୍ରମିକମାନେ ଟନେଲ ଭିତରେ ଫସି ଯାଇଥିଲେ। କାରଣ ସେମାନଙ୍କ ରାସ୍ତା ବନ୍ଦ ହୋଇଯାଇଥିଲା। କିନ୍ତୁ ସୌଭାଗ୍ୟବଶତଃ ଶ୍ରମିକମାନେ ଫସି ରହିଥିବା ଅଞ୍ଚଳଟିରେ ବିଜୁଳି ଓ ପାଣି ସପ୍ଲାଏ ରହିଛି। ତେଣୁ ଶ୍ରମିକମାନେ ସାମାନ୍ୟ ଭଲ ସ୍ଥିତିରେ ରହିଥିଲେ।

ସରକାର ଉଦ୍ଧାର କାର୍ଯ୍ୟ ପରେ କାହିଁକି ଟନେଲର କିଛି ଅଂଶ ଭୁଶୁଡ଼ିଲା, ତା’ର ତଦନ୍ତ କରିବେ ବୋଲି କହିଛନ୍ତି। କିନ୍ତୁ ହିମାଳୟ ଅଞ୍ଚଳରେ ମାଟି ଅତଡ଼ା ଧସିବାରୁ ଏପରି ଘଟଣା ଘଟିଥିବା କୁହାଯାଉଛି।

ସୁରକ୍ଷାରେ ତ୍ରୁଟି?

କୁହାଯାଉଛି ଯେ ନିର୍ମାଣ କାମରେ ନିୟୋଜିତ ଥିବା ଟିମ କୌଣସି ପ୍ରକାରର ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରି ନଥିଲେ। ସେମାନେ ମନଇଚ୍ଛା ବିସ୍ଫୋରଣ କରିବାରୁ ଟନେଲର କିଛି ଅଂଶ ଭୁଶୁଡ଼ି ପଡ଼ିଥିଲା। ଉତ୍ତରାଖଣ୍ଡ ବିଶ୍ୱବିଦ୍ୟାଳୟର ପରିବେଶ ବିଜ୍ଞାନୀ ପ୍ରଫେସର ଏସପି ସତୀ କହିଛନ୍ତି, “ଏଜେନ୍ସି କେବେ ହେଲେ ମାନିବ ନାହିଁ। କିନ୍ତୁ ମୁଁ ନିଶ୍ଚିତ ଯେ ବଡ଼ଧରଣର ବେଆଇନ ବିସ୍ଫୋରଣ ଯୋଗୁ ଏହି ଘଟଣା ଘଟିଛି।”

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ନିର୍ମାଣ କାମ ପୂର୍ବରୁ ଜରୁରିକାଳୀନ ଦ୍ୱାର ରଖାଯିବ ବୋଲି ନିଷ୍ପତ୍ତି ହୋଇଥିଲା। କିନ୍ତୁ ଏହାକୁ ଆଦୌ ନିର୍ମାଣ କରାଯାଇ ନାହିଁ। ଅନ୍ତର୍ଜାତୀୟ ବିଶେଷଜ୍ଞ ଆରନୋଲ୍ଡ ଡିକ୍ସ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସହାୟତା କରିଛନ୍ତି। ତାଙ୍କ କହିବା କଥା ଯେ ଏସକେପ ଟନେଲ ନିର୍ମାଣ କରିଥିଲେ ଭଲ ହୋଇଥାଆନ୍ତା।

Uttarakhand Tunnel Collapses In Uttarakhand Uttarakhand Tunnel Collapse
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe