Advertisment

ଭୁଲ କାହାର? ନିତେଶକୁ ମିଳିଲା ଜାମିନ, କିନ୍ତୁ ଜେଲରୁ ଖସିଗଲା ନୀତୀଶ!

ଚିହ୍ନଟ ପ୍ରକ୍ରିୟାରେ ତ୍ରୁଟି ଯୋଗୁ ଜଣେ ଦୁଷ୍କର୍ମ ଅଭିଯୁକ୍ତ ବେଧଡ଼କ ଅନ୍ଦାଜରେ ଜେଲରୁ ଖସି ଯିବାକୁ ସକ୍ଷମ ହୋଇଛି।

author-image
Hemant Lenka
Jail

Jail

ଶୀର୍ଷକ ପଢ଼ି ଆପଣ ସାମାନ୍ୟ ଦ୍ୱନ୍ଦ୍ୱରେ ପଡ଼ୁଥିବେ। ହେଲେ ବାସ୍ତବରେ ନାଁ ଯୋଗୁ ଗୋଟିଏ ଅପ୍ରୀତିକର ସ୍ଥିତିର ସାମ୍ନା କରିଛନ୍ତି ଜେଲ କର୍ତ୍ତୃପକ୍ଷ। ନୀତୀଶ ଓ ନିତେଶ ନାଁରେ ଜେଲ କର୍ତ୍ତୃପକ୍ଷ କରିଥିବା ଭୁଲି ସାଂଘାତିକ ସ୍ଥିତି ସୃଷ୍ଟି କରିଛି। ଚିହ୍ନଟ ପ୍ରକ୍ରିୟାରେ ତ୍ରୁଟି ଯୋଗୁ ଜେଲ କର୍ତ୍ତୃପକ୍ଷ ଲଜ୍ଜାଜନକ ସ୍ଥିତିର ସମ୍ମୁଖୀନ ହୋଇଛନ୍ତି।

Advertisment

କାରାଗାର ବ୍ୟବସ୍ଥାରେ ଥିବା ଚିହ୍ନଟ ପ୍ରକ୍ରିୟାରେ ତ୍ରୁଟି ଯୋଗୁ ଜଣେ ଦୁଷ୍କର୍ମ ଅଭିଯୁକ୍ତ ବେଧଡ଼କ ଅନ୍ଦାଜରେ ଜେଲରୁ ଖସି ଯିବାକୁ ସକ୍ଷମ ହୋଇଛି। ହେଲେ ବେଲ ପାଇ ମଧ୍ୟ ଆଉ ଜଣେ ଜେଲରେ ବନ୍ଦୀ ହୋଇ ରହିବାକୁ ବାଧ୍ୟ ହୋଇଛି। ଏହା ଏବେ ପୂରା ଘଟଣା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି।

ମେ’ ୨୬ରେ ହରିୟାଣାର ଫରିଦାବାଦରେ ପୂରା ଘଟଣା ଘଟିଥିଲା। ୨୦୧୧ରୁ ଜେଲରେ ଥିବା ୨୭ ବର୍ଷୀୟ ଯୁବକ ହେଉଛି ନୀତୀଶ କୁମାର ପାଣ୍ଡେ। ସେ ରହୁଥିବା ଜେଲକୁ କିଛି ଦିନ ତଳେ ପ୍ରାୟତଃ ସମାନ ନାମ ଧାରୀ ଆଉ ଜଣେ ଯୁବକ ଆସିଥିଲା। ତା’ ନାଁ ନୀତେଶ। ସଂଯୋଗଶବତଃ ଉଭୟଙ୍କ ବାପାଙ୍କ ଜେଲ ରେକର୍ଡରେ ରବୀନ୍ଦ୍ର ବୋଲି ଉଲ୍ଲେଖ ରହିଥିଲା। ଏହା ଦୁଷ୍କର୍ମ ଅଭିଯୁକ୍ତ ନୀତୀଶ କୁମାର ପାଣ୍ଡେକୁ ଖଲାସ ହେବାରେ ବେଶ ସହାୟକ ହୋଇଥିଲା।

Advertisment

ପାଣ୍ଡେର ପ୍ରକୃତ ଘର ହେଉଛି ବିହାରର ପାଟନା ଅନ୍ତର୍ଗତ କଲ୍ୟାଣପୁର ଗାଁରେ। ସେ ଫରିଦାବାଦର ସେକ୍ଟର ୫୮ରେ ଜଣେ ୯ ବର୍ଷର ବାଳକଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ୨୦୧୧ରୁ ଜେଲରେ ରହିଛି। ତା’ ନାଁ ସହ ମେଳ ଖାଉଥିବା ୨୪ ବର୍ଷୀୟ ଯୁବକ ନିତେଶ କିଛି ଦିନ ତଳେ ଜେଲକୁ ଆସିଥିଲା। ଜଣଙ୍କ ଘରେ ସେ ଅନାଧିକାର ଭାବେ ପ୍ରବେଶ କରିବା ଅଭିଯୋଗରେ ଗିରଫ ହୋଇଥିଲା। ମାମଲା ଗମ୍ଭୀର ନଥିବାରୁ ମେ’ ୨୬ରେ ଗୋଟିଏ ଜିଲ୍ଲା କୋର୍ଟ ନୀତେଶକୁ ଜାମିନ ଦେଇଥିଲେ। ଦୁଷ୍କର୍ମ ଅଭିଯୁକ୍ତ ନୀତୀଶକୁ ଜାମିନ ମିଳି ନଥିଲା।

ହେଲେ ଜେଲ କର୍ତ୍ତୃପକ୍ଷ ବିନା ଯାଞ୍ଚରେ ନୀତେଶ ବଦଳରେ ନୀତୀଶକୁ ଜାମିନ କାଗଜ ପାଇବା ପରେ ଛାଡ଼ି ଦେଇଥିଲେ। କିନ୍ତୁ ତ୍ରୁଟି ସାମ୍ନାକୁ ଆସିବା ବେଳକୁ ୪୮ ଘଣ୍ଟା ବିତି ସାରିଥିଲା। ଜାମିନ ପାଇବା ସତ୍ତ୍ୱେ ପୁଲିସ୍‌ ତା’କୁ କାହିଁକି ଜେଲରେ ୨ ଦିନ ହେଲା ବନ୍ଦୀ କରି ରଖିଛି ବୋଲି ନୀତେଶ ପ୍ରଶ୍ନ କରିଥିଲା।

ଜେଲ କର୍ତ୍ତୃପକ୍ଷ ନିଜର ତ୍ରୁଟି ବୁଝିବା ଆଗରୁ ପାଣ୍ଡେ ସେଠାରୁ ଅନ୍ତର୍ଧାନ ହୋଇ ସାରିଥିଲା। ତେଣୁ ଏମର୍ଜେନ୍ସି ସୁରକ୍ଷା ଆଲର୍ଟ ଜାରି କରାଯିବା ସହ ପୁଲିସ୍‌ କର୍ମଚାରୀଙ୍କ ନିଦ ହଜି ଯାଇଥିଲା। ସେମାନେ ତୁରନ୍ତ ପାଣ୍ଡେକୁ ଧରିବାକୁ ବାହାରି ଯାଇଥିଲେ।

ଜଣେ ବରିଷ୍ଠ ପୁଲିସ୍‌ ଅଧିକାରୀ କହିଛନ୍ତି, “ହଁ, ପ୍ରମୁଖ ଯାଞ୍ଚ ଓ ଚିହ୍ନଟ ବ୍ୟବସ୍ଥାକୁ ସ୍ପଷ୍ଟ ଭାବେ ଅଣଦେଖା କରାଯାଇଥିଲା। ନୀତୀଶ ଓ ନୀତେଶର ଠିକଣା ଓ କେସ୍‌ ଅଲଗା ଥିଲେ ହେଁ ଆମ ସୁରକ୍ଷା କର୍ମୀଚାରୀ ଭଲ ଭାବେ ଏହାକୁ ଯାଞ୍ଚ କରି ନଥିଲେ। କଏଦୀର ପରିଚୟକୁ ନ ଜାଣି ତା’କୁ ଛାଡ଼ି ଦେଇଥିଲେ।”

ପାଣ୍ଡେର ଘର ଜେଲ ରେକର୍ଡ ଅନୁସାରେ ପାଟଣା ବୋଲି ଉଲ୍ଲେଖ ରହିଥିବା ବେଳେ ନୀତେଶ ପୁରୁଣା ଫରିଦାବାଦର ଶାସ୍ତ୍ରୀ କଲୋନୀର ଲୋକ। ଘଟଣା ପରେ ଦୁଇ ଜଣ ଜେଲ କର୍ତ୍ତୃପକ୍ଷଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ତଦନ୍ତ ମଧ୍ୟ ଆରମ୍ଭ ହୋଇଛି। ସିସିଟିଭିକୁ ଯାଞ୍ଚ କରାଯାଉଛି। ୨୦୨୨ ଅକ୍ଟୋବର ମାସରେ ପାଣ୍ଡେର ଜାମିନ ଆବେଦନକୁ ଅତିରିକ୍ତ ସେସନ୍ସ ଜଜ ଖାରଜ କରିଥିଲେ।

ଏବେ ତା’ ନାଁରେ ଜେଲ କର୍ତ୍ତୃପକ୍ଷଙ୍କ ଅଭିଯୋଗ ଆଧାରରେ ଆଉ ଏକ ମାମଲା ରୁଜୁ କରାଯାଇଛି। ସର୍ଦାର ବଲ୍ଲଭଗଡ଼ ପୁଲିସ୍‌ ମାମଲା ରୁଜୁ କରି ପାଣ୍ଡେକୁ ଧରିବା ପାଇଁ ଏକାଧିକ ଟିମ ଗଠନ କରିଛି। ଗୋଟିଏ ଟିମ ବିହାର ଯାଇ ପାଣ୍ଡେ ସମ୍ପର୍କରେ ତଥ୍ୟ ଯୋଗାଡ଼ କରୁଥିବା ଜଣାପଡ଼ିଛି।

Bihar Jail Warden Faridabad