Advertisment

ସୁନା ଚାଲାଣ କରୁଥିଲେ DGPଙ୍କ ସାବତ ଝିଅ, କେମିତି ନାଟକୀୟ ଢଙ୍ଗରେ ଧରାପଡ଼ିଲେ?

ଏକାଧିକ କନ୍ନଡ ଫିଲ୍ମରେ ଅଭିନୟ କରିଥିବା ରନୟା ରାଓ ସୋମବାର ଦୁବାଇରୁ କେମ୍ପେଗୌଡ଼ା ଏୟାରପୋର୍ଟରେ ପହଞ୍ଚିଥିଲେ।

author-image
Hemant Lenka
ଅଦ୍ୟତନ ହୋଇଛି
Ranya Rao

Ranya Rao

କନ୍ନଡ ଅଭିନେତ୍ରୀ ତଥା କର୍ଣ୍ଣାଟକା ଡିଜିପି(ପୁଲିସ ହାଉସିଂ କର୍ପୋରେସନ) କେ ରାମଚନ୍ଦ୍ର ରାଓଙ୍କ ସାବତ ଝିଅ ରନୟା ରାଓଙ୍କ ଖେଳ ଖତମ। ସେ ଚଳାଇଥିବା ସୁନା ଚୋରା ଚାଲାଣ ରାକେଟର ପର୍ଦ୍ଦାଫାସ ହୋଇଛି। ଡିରେକ୍ଟୋରେଟ ଅଫ ରେଭିନ୍ୟୁ ଇଣ୍ଟଲିଜେନ୍ସ(ଡିଆରଆଇ) ତାଙ୍କୁ ନାଟକୀୟ ଢଙ୍ଗରେ କେମ୍ପେଗୌଡ଼ା ଅନ୍ତର୍ଜାତୀୟ ଏୟାରପୋର୍ଟରୁ ସୋମବାର ରାତିରେ ଗିରଫ କରିଛି। ସେ ପିନ୍ଧିଥିବା ସ୍ୱତନ୍ତ୍ର ବେଲ୍ଟ ଭିତରେ ୧୪ କେଜି ଓଜନର ସୁନା ବାର୍‌ ରଖିଥିଲେ। ଏୟାରପୋର୍ଟର ପ୍ରସ୍ଥାନ ଗେଟ ଠାରୁ ମାତ୍ର ଗୋଟିଏ ପାଦ ପଛରେ ଥିବା ବେଳେ ଡିଆରଆଇ ଅଧିକାରୀମାନେ ତାଙ୍କୁ ଗିରଫ କରିଛନ୍ତି।

Advertisment

ଏକାଧିକ କନ୍ନଡ ଫିଲ୍ମରେ ଅଭିନୟ କରିଥିବା ରନୟା ରାଓ ସୋମବାର ଦୁବାଇରୁ କେମ୍ପେଗୌଡ଼ା ଏୟାରପୋର୍ଟରେ ପହଞ୍ଚିଥିଲେ। ସେ ପିନ୍ଧିଥିବା ବେଲ୍ଟରେ ୧୪ କେଜି ଓଜନର ୧୪ଟି ସୁନା ବାର ବେଶ ଗୁପ୍ତ ଭାବେ ଖଞ୍ଜା ହୋଇ ରହିଥିଲା। ସେହିପରି ତାଙ୍କ ପାଖରୁ ୮୦୦ ଗ୍ରାମ ଓଜନର ସୁନା ଅଳଙ୍କାର ମଧ୍ୟ ଜବତ ହୋଇଛି। ଗିରଫ ପରେ ମଙ୍ଗଳବାର ତାଙ୍କୁ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରାଯାଇଥିଲା।

ମାଜିଷ୍ଟ୍ରେଟ ତାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ଅଧିକାରୀମାନେ ସନ୍ଦେହ କରୁଛନ୍ତି ଯେ ବେଙ୍ଗାଲୁରୁ ଏୟାରପୋର୍ଟରେ ଚୋରା ସୁନା ଓ ଅନ୍ୟାନ୍ୟ ଜିନିଷ ଚାଲାଣ କରୁଥିବା ସିଣ୍ଡିକେଟ ବା ଗ୍ୟାଙ୍ଗର ସଦସ୍ୟ ହେଉଛନ୍ତି ଅଭିନେତ୍ରୀ ରନୟା। ୩୨ ବର୍ଷୀୟ ରନୟା ଅନେକ କନ୍ନଡ ଓ ତାମିଲ ଫିଲ୍ମରେ ନଜର ଆସିଛନ୍ତି। ସୁଦୀପଙ୍କ ଅଭିନୀତ ମାନିକୟା, ଗଣେଶଙ୍କ ପାଟାକି ଓ ବିକ୍ରମ ପ୍ରଭୁଙ୍କ ୱାଘାରେ ସେ ଅଭିନୟ କରିଛନ୍ତି।

Advertisment

ଡିଆରଆଇ ପକ୍ଷରୁ କ’ଣ କୁହାଯାଇଛି?

ମହିଳା ଜଣଙ୍କ(ରନୟା) ନିଜ ଦେହରେ ବେଲ୍ଟକୁ ବାନ୍ଧି ଏହା ମଧ୍ୟରେ ୧୪.୨ କେଜି ଓଜନର ସୁନା ବାର ରଖିଥିଲା। ଏହି ସୁନା ବାରଗୁଡ଼ିକର ମୂଲ୍ୟ ୧୨.୫୬ କୋଟି ଟଙ୍କା ହେବ। କଷ୍ଟମ ଆକ୍ଟ ୧୯୬୨ ଆଧାରରେ ସେଗୁଡ଼ିକୁ ଜବତ କରାଯାଇଛି। ଏୟାରପୋର୍ଟରୁ ସୁନା ବାର ଜବତ ହେବା ପରେ ମହିଳାଙ୍କ ବେଙ୍ଗାଲୁରୁ ସ୍ଥିତ ଲାଭେଲ୍ଲେ ରୋଡ ବାସଭବନରେ ରେଡ କରାଯାଇଥିଲା। ଏଠାରେ ମହିଳା ଜଣଙ୍କ ତାଙ୍କ ସ୍ୱାମୀଙ୍କଚ ସହ ରୁହନ୍ତି। ଡିଆରଆଇ ଅଧିକାରଙ୍କ ଯାଞ୍ଚ ବେଳେ ସେଠାରୁ ୨.୦୬ କୋଟି ଟଙ୍କାର ସୁନା ଅଳଙ୍କାର ମିଳିଛି। ସେହିପରି ଘରୁ ନଗଦ ୨.୬୭ କୋଟି ଟଙ୍କା ମିଳିଛି। ଦୁବାଇରୁ ଆସିଥିବା ମହିଳାଙ୍କୁ ଗିରଫ କରି ୧୪ ଦିନ ରିମାଣ୍ଡରେ ଅଣା ଯାଇଛି। ମୋଟ ଉପରେ ୧୭.୨୯ କୋଟି ଟଙ୍କାର ଓ ସୁନେ ଜବତ ହୋଇଛି। ବେଙ୍ଗାଲୁରୁ ଏୟାରପୋର୍ଟରୁ ୧୪.୨ କେଜି ଓଜନର ସୁନା ଜବତ ହେବା ପ୍ରଥମ ଘଟଣା ବୋଲି ଏଜେନ୍ସି କହିଛି। 

ନିୟମିତ ଗଲ୍ଫ ଦେଶକୁ ଯିବା ସନ୍ଦେହ ସୃଷ୍ଟି କରିଥିଲା

ସୂତ୍ର ଅନୁସାରେ ରନୟା ବେଶ କିଛି ମାସ ହେବ ଡିଆରଆଇର ସର୍ଭେଲାନ୍ସରେ ଥିଲେ। ସେ ବର୍ଷକ ମଧ୍ୟରେ ୧୪ ଥର ବିଦେଶ ଗସ୍ତ କରିଥିବାରୁ ତାଙ୍କ ଉପରେ ଅଧିକାରୀଙ୍କ ନଜର ରହିଥିଲା। ସେହିପରି ଗଲ୍ଫ ଦେଶକୁ ସେ ଖୁବ କମ ଦିନ ପାଇଁ ନିୟମିତ ଭାବେ ଯାଉଥିଲେ। ଏହାବାଦ ତାଙ୍କ ବିଦେଶ ଗସ୍ତ ସମୟରେ ରନୟା ସମାଧରଣର ପୋଷାକ ଓ ବେଲ୍ଟ ପିନ୍ଧି ସବୁବେଳେ ଯାଉଥିଲେ। ଏସବୁ କାର୍ଯ୍ୟକଳାପକୁ ସନ୍ଦେହ ଦୃଷ୍ଟିରେ ଦେଖିଥିଲେ ଅଧିକାରୀ। ତେଣୁ ସୋମବାର ରନୟା ଦୁବାଇରୁ ଫେରୁଥିବାରୁ ତାଙ୍କର ଯାଞ୍ଚ ପାଇଁ ଡିଆରଆଇର ଗୋଟିଏ ଟିମ କେମ୍ପେଗୌଡ଼ା ଏୟାରପୋର୍ଟରେ ଡେରା ପକାଇ ବସିଥିଲା।

ଏୟାରପୋର୍ଟରେ ପହଞ୍ଚିବା ପରେ ରନୟା ନର୍ଭସ ଥିବା ଜଣାପଡ଼ି ନଥିଲେ। ସେ ବେଧଡ଼କ ଅନ୍ଦାଜରେ ଏୟାରପୋର୍ଟର ପ୍ରସ୍ଥାନ ଆଡ଼େ ଯାଇଥିଲେ। ତେବେ ସେ ପ୍ରସ୍ଥାନ ଦ୍ୱାର ନିକଟରେ ପହଞ୍ଚିବା କ୍ଷଣି ତାଙ୍କୁ ଡିଆରଆଇ ଅଧିକାରୀମାନେ ଅଟକାଇଥିଲେ। ଏହାପରେ ତାଙ୍କର ଯାଞ୍ଚ ଆରମ୍ଭ ହୋଇଥିଲା। ଯାଞ୍ଚ ବେଳେ ସେ ପିନ୍ଧିଥିବା ସ୍ୱତନ୍ତ୍ର ବେଲ୍ଟରେ ୧୪ଟି ସୁନା ବାର ପରସ୍ପର ସହ ଗୁନ୍ଥା ହୋଇ ରହିଥିଲା। ଏହାକୁ ଦେଖି ସମସ୍ତେ ପୂରା ଚକିତ ହୋଇ ଯାଇଥିଲେ।

୧୪ କେଜି ଓଜନର ସୁନାକୁ ଧରି ରନୟା କେମିତି ଦୁବାଇରୁ ବେଶ ଆତ୍ମବିଶ୍ୱାସର ସହ ଏୟାରପୋର୍ଟରେ ପହଞ୍ଚିଲେ ଓ ବିନା ଭୟରେ ଏଠାରୁ କେମିତି ବାହାରିବାକୁ ଚେଷ୍ଟା କରିଥିଲେ, ତାହା ଅଧିକାରୀଙ୍କୁ ବିସ୍ମିତ କରିଥିଲା। ଏବେ ଅଧିକାରୀମାନେ ପୂର୍ବରୁ ରନୟା ସାମନ ଢଙ୍ଗରେ ସୁନା ଚୋରା ଚାଲାଣ କରିଥିଲେ କି ନାହିଁ, ତା’ର ଯାଞ୍ଚ କରୁଛି। ଗଲା ୧୫ ଦିନ ମଧ୍ୟରେ ରନୟା ୪ଥର ବିଦେଶ ଗସ୍ତ କରିଥିଲେ। ସବୁଥର ସେ ସମାନ ଷ୍ଟାଇଲରେ ଡ୍ରେସ ପିନ୍ଧିଥିଲେ। ସେ ତାଙ୍କ ବେଲ୍ଟକୁ ମଧ୍ୟ ଅତ୍ୟନ୍ତ ଗୁପ୍ତ ଭାବେ ବ୍ୟବହାର କରୁଥିଲେ ବୋଲି ଜଣେ ଅଧିକାରୀ କହିଛନ୍ତି।

ଚେକିଂରୁ କେମିତି ବର୍ତ୍ତି ଯାଉଥିଲେ?

ତଦନ୍ତକାରୀ ଅଧିକାରୀ ଜାଣିବାକୁ ପାଇଛନ୍ତି ଯେ ରନୟା ବେଶ ଚତୁରତାର ସହ ପ୍ରୋଟକଲରେ ଥିବା ଗଳା ବାଟ ଦ୍ୱାରା ଖସି ଯାଉଥିଲେ। ଏୟାରପୋର୍ଟରେ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସହ ଆଇପିଏସ ଅଧିକାରୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି। ଏହାର ଫାଇଦା ରନୟା ଉଠାଉଥିଲେ। ତାଙ୍କ ବାପା ଆଇପିଏସ ଅଫିସର ହେଇଥିବାରୁ ଜଣେ ପ୍ରୋଟକଲ ଅଫିସର ତାଙ୍କୁ ଟର୍ମିନାଲରେ ଭେଟୁଥିଲେ। ଏହାପରେ ତାଙ୍କୁ ସେ ଏସକର୍ଟ କରି ବାହାରେ ଛାଡ଼ୁଥିଲେ। ଫଳରେ ତାଙ୍କର ନିୟମ ଅନୁସାରେ ଶାରୀରିକ ସ୍କ୍ରିନିଂ ହେଉ ନଥିଲା। ବାହାରକୁ ଆସିବା ପରେ ସେ ସରକାରୀ ଗାଡ଼ିରେ ଯାଉଥିଲା। ଫଳରେ ସମସ୍ତ ପ୍ରକାରର ଯାଞ୍ଚ ବ୍ୟବସ୍ଥାରୁ ସେ ବର୍ତ୍ତି ଯାଉଥିଲେ।

ଝିଅ ଠାରୁ ନିଜକୁ ଦୂରେଇ ରଖିଲେ ଡିଜିପି

ସୁନା ଚୋରା ଚାଲାଣ ଘଟଣାରେ ଝିଅ ଗିଫ ହେବା ପରେ ଡିଜିପି ରାମଚନ୍ଦ୍ର ରାଓ ନିଜକୁ ପୂରା ବିବାଦ ଠାରୁ ଦୂରେଇ ରଖିଛନ୍ତି। ରାମଚନ୍ଦ୍ର ହେଉଛନ୍ତି ରନୟାଙ୍କ ସାବତ ବାପା। ପ୍ରଥମ ପତ୍ନୀଙ୍କ ଦେହାନ୍ତ ହେବାର ଶ୍ରୀ ରାଓ ଦ୍ୱିତୀୟ ବିବାହ କରିଥିଲେ। ସେ ବିବାହ କରିଥିବା ମହିଳାଙ୍କ ଦୁଇ ଜଣ ଝିଅ ଥିଲେ। ସେମାନଙ୍କ ମଧ୍ୟରୁ ରନୟା ଅନ୍ୟତମ। ଘଟଣା ସମ୍ପର୍କରେ ଶ୍ରୀ ରାଓ କହିଛନ୍ତି, “ରନୟା ୪ ମାସ ତଳେ ଯତୀନ ହୁକ୍କେରିଙ୍କୁ ବିବାହ କରିଛି। ଯତୀନ ହେଉଛନ୍ତି ଜଣେ ଆର୍କିଟେ। ସେ ପବ୍ସ ଓ ମାଇକ୍ରୋବ୍ରେୱେରିଜର ଡିଜାଇନିଂ କରନ୍ତି। ବାହାଘର ପର ଠାରୁ ରନୟା ଆମ ଘରକୁ ଆସି ନାହିଁ। ତା’ର କିମ୍ବା ତା’ ସ୍ୱାମୀଙ୍କ ବ୍ୟବସାୟ ସମ୍ପର୍କରେ ଆମକୁ କିଛି ଜଣାନାହିଁ। ଏହି ଖବର ଆମକୁ ଚକିତ ଓ ନିରାଶ କରିଛି। ସେ ଆମ ମୁଣ୍ଡ ତଳକୁ କରି ଦେଇଛି। ଯଦି ସେ କୌଣସି ଭୁଲ କରିଛି, ତା’ହେଲେ ଆଇନ ଉପଯୁକ୍ତ ପଦକ୍ଷେପ ନେବ।”

ପୂର୍ବର ବିବାଦୀୟ ଘଟଣା

୨୦୧୪ ମସିହାରେ ରାମଚନ୍ଦ୍ର ରାଓ ଆଇଜିପି(ଦକ୍ଷିଣ ରେଞ୍ଜ) ମହୀଶୂର ପୁଲିସ୍‌ ବିବାଦରେ ଫସିଥିଲା। ମହୀଶୂର ପୁଲିସ୍‌ କେରଳର ଜଣେ ସୁନା ଦୋକାନୀଙ୍କ ଠାରୁ ୨ କୋଟି ଟଙ୍କା ଜବତ କରିଥିବା କରିଥିବା କୁହାଯାଇଥିଲା। କିନ୍ତୁ ସରକାରୀ ଭାବେ ୨୦ ଲକ୍ଷ ଜବତ ହୋଇଥିବା ଉଲ୍ଲେଖ କରାଯାଇଥିଲା। ଘଟଣାକୁ ନେଇ ବିବାଦ ସୃଷ୍ଟି ହେବାକୁ ସିଆଇଡି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ବେଳେ ରାଓଙ୍କ ଗନମ୍ୟାନଙ୍କୁ ଡକାୟତି ଅଭିଯୋଗରେ ଗିରଫ ହେବାକୁ ପଡ଼ିଥିଲା।

Gold Smuggling Gold Seized Ranya Rao