Advertisment

Ajit Pawar: ଅଜିତ ପାୱାରଙ୍କ ମୃତ୍ୟୁ ପରେ ସବୁଠାରୁ ବଡ଼ ଦୋଛକିରେ ମହାରାଷ୍ଟ୍ର ରାଜନୀତି

ମହାୟୁତି ସରକାରରେ ଏନସିପିର ଉପ ମୁଖ୍ୟମନ୍ତ୍ରୀ କିଏ ହେବେ? କ’ଣ ଦୁଇ ଏନସିପି ଗୋଷ୍ଠୀ ମିଶିଯିବେ? ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହେଲା, କ’ଣ ଅଜିତ ପାୱାରଙ୍କ ଏନସିପି ଗୋଟିଏ ଏକକ ଦଳ ହୋଇ ପ୍ରମୁଖ ପରିସ୍ଥିତିରେ ଘୋଡ଼ା ବେପାର ଠାରୁ ଦୂରେଇ ରହିପାରିବ?

ajit12

ଅଜିତ ପାୱାର

Advertisment

ଅଜିତ ପାୱାର(Ajit Pawar)ଙ୍କ ବିନା ମହାରାଷ୍ଟ୍ରର ରାଜନୀତିକ ସମୀକରଣକୁ କଳ୍ପନା କରିବା ବେଶ କଷ୍ଟକର। ପିଢ଼ି ପରେ ପିଢ଼ି ଏହାକୁ ସମସ୍ତେ ଦେଖିଛନ୍ତି। ମହାରାଷ୍ଟ୍ରରେ ସବୁଠାରୁ ଅଧିକ ସମୟ ଧରି ଉପ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ ଅଜିତ ପାୱାର।

Advertisment

ସେ ଥିଲେ କ୍ଷମତା କେନ୍ଦ୍ରର ଗୋଟିଏ ବିକଳ୍ପ। ବାରାମତୀ ବିମାନ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଏବେ ମହାରାଷ୍ଟ୍ର ରାଜନୀତି ବିଶେଷ କରି ଏନସିପିର ଦୁଇ ଗୋଷ୍ଠୀଙ୍କୁ ଦୋ ଛକିରେ ଛଡ଼ା କରି ଦେଇଛି। ମହାରାଷ୍ଟ୍ର ରାଜନୀତିରେ ଗୋଟିଏ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। 

ଅଜିତ ପାୱାର ପରିସ୍ଥିତି ଅନୁସାରେ ବଦଳିବାରେ ବେଶ ମାହିର। ଗାଡ଼ିର ଡ୍ରାଇଭର ଯିଏ ହେଲେ ମଧ୍ୟ ସେ ନିଜକୁ ବେଶ ଭଲ ଭାବେ ସେଥିରେ ଫିଟ କରି ଦିଅନ୍ତି। ଏଥିପାଇଁ ସେ ୬ଥର ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ରହିଥିଲେ। ପୃଥ୍ୱୀରାଜ ଚୌହାନ, ଉଦ୍ଧବ ଠାକରେ, ଏକନାଥ ସିନ୍ଦେ ଓ ଦେବେନ୍ଦ୍ର ଫଡନାଭିସଙ୍କ ସରକାରରେ ସେ ଉପ ମୁଖ୍ୟମନ୍ତ୍ରୀ ହୋଇଥିଲେ। 

Advertisment

ତାଙ୍କ ପାଖରେ ଥିବା ଏନସିପି ଏବେ ମହାରାଷ୍ଟ୍ରର କ୍ଷମତାସୀନ ଦେବେନ୍ଦ୍ର ଫଡନାଭିସ ସରକାରଙ୍କ ଅଂଶବିଶେଷ। ଏହି ସରକାରରେ ‌ଉପ ମୁଖ୍ୟମନ୍ତ୍ରୀ ଥିବା ବେଳେ ଅଜିତ ପାୱାରଙ୍କ ଦେହାନ୍ତ ହୋଇଛି। ତାଙ୍କ ଦେହାନ୍ତର ପ୍ରଭାବ ମହାୟୁତି ସରକାର ଉପରେ ପଡ଼ିପାରେ। ମହାୟୁତି ସରକାରରେ ବିଜେପି, ଏନନାଥ ସିନ୍ଦେଙ୍କ ଶିବସେନା ଓ ଅଜିତ ପାୱାରଙ୍କ ଏନସିପି ରହିଛନ୍ତି। ବର୍ତ୍ତମାନର ସରକାରରେ ଏନସିପିର ୪୧ ଜଣ ବିଧାୟକ ରହିଛନ୍ତି। 

ତେବେ ଅଜିତ ପାୱାରଙ୍କ ଦେହାନ୍ତର ସବୁଠାରୁ ବଡ଼ ପ୍ରଭାବ ଏନସିପି ଉପରେ ପଡ଼ିବ। ଅଜିତ ପାୱାରଙ୍କ ଏନସିପି ଓ ଦାଦା ଶରଦ ପାୱାରଙ୍କ ଏନସିପି(ଏସପି) ଏହାଦ୍ୱାରା ମଧ୍ୟ ପ୍ରଭାବିତ ହେବେ। 

ମିଶିଯିବେ କି ଏନସିପିର ଦୁଇ ଗୋଷ୍ଠୀ?

ମହାରାଷ୍ଟ୍ର ରାଜନୀତିରେ ଅଜିତ ପାୱାରଙ୍କ ଗୋଷ୍ଠୀର ଓଜନ ବେଶ ଅଧିକ। କାରଣ ଦଳ ପାଖରେ ରହିଛନ୍ତି ୪୧ ବିଧାୟକ ଓ ଜଣେ ଲୋକସଭା ସାଂସଦ। ଶରଦ ପାୱାର ପ୍ରତିଷ୍ଠା କରିଥିବା ଏନସିପି ୨୦୨୩ରେ ଅଜିତ ପାୱାରଙ୍କ ପାଇଁ ବିଭାଜନ ହୋଇଥିଲା। ଦାଦାଙ୍କ ଠାରୁ ଅଲଗା ହୋଇ ଅଜିତ ପାୱାର ବିଜେପି ଓ ସିନ୍ଦେ ସେନା ସହ ହାତ ମିଳାଇଥିଲେ। 

ଏହାପୂର୍ବରୁ ୨୦୧୯ରେ ମଧ୍ୟ ଅଜିତ ପାୱାର ବିଜେପି ସହ ହାତ ମିଳାଇ ଭୋର ସମୟରେ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। କିନ୍ତୁ ଶରଦ ପାୱାରଙ୍କ ଡାକରାରେ ସେ ପୁଣି ଏନସିପିକୁ ଫେରିଥିଲେ। ହେଲେ ପୁଣି ୪ ବର୍ଷ ପରେ ସେ ପଟ ବଦଳାଇ ଦେଇଥିଲେ। 

ନିକଟରେ ଦାଦା ଶରଦ ପାୱାରଙ୍କ ପାଖକୁ ଅଜିତ ପାୱାର ଫେରିବାର ସଙ୍କେତ ମିଳିଥିଲା। ଏନସିପିର ପ୍ରଥମ ପରିବାର ପ୍ରତି ସେ ଢଳିଥିଲେ। ଏହା ସ୍ପଷ୍ଟ ଭାବେ ମହାରାଷ୍ଟ୍ର ନଗର ନିଗମ ନିର୍ବାଚନ ବେଳେ ଦେଖିବାକୁ ମିଳିଥିଲା। ଅଜିତ ପାୱାର ଓ ଶରଦ ପାୱାରଙ୍କ ଏନସିପି ଏକାଠି ବିଭିନ୍ନ ସ୍ଥାନରେ ନିର୍ବାଚନ ଲଢ଼ିଥିଲେ।

ଡିସେମ୍ବର ମାସରେ ଅଜିତ ପାୱାର ଘୋଷଣା କରିଥିଲେ ଯେ ଦୁଇ ଏନସିପି ଗୋଷ୍ଠୀ ପିମ୍ପରି-ଛିଞ୍ଚୱାଡରେ ଏକାଠି ଲଢ଼ିବେ ଓ ପରିବାର ଏକାଠି ହୋଇଛନ୍ତି। ତେଣୁ ସେ ଦାଦାଙ୍କ ପାଖକୁ ଫେରିବାକୁ ମନ ବଳାଇଥିବା ବେଳେ ବିମାନ କ୍ରାଶରେ ଆଖି ବୁଜିଛନ୍ତି। 

ଅଜିତ ସିଂହଙ୍କ ଦେହାନ୍ତ ପରେ ଅନେକ ପ୍ରଶ୍ନ ଉଠିବାରେ ଲାଗିଛି। ମହାୟୁତି ସରକାରରେ ଏନସିପିର ଉପ ମୁଖ୍ୟମନ୍ତ୍ରୀ କିଏ ହେବେ? କ’ଣ ଦୁଇ ଏନସିପି ଗୋଷ୍ଠୀ ମିଶିଯିବେ? ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହେଲା, କ’ଣ ଅଜିତ ପାୱାରଙ୍କ ଏନସିପି ଗୋଟିଏ ଏକକ ଦଳ ହୋଇ ପ୍ରମୁଖ ପରିସ୍ଥିତିରେ ଘୋଡ଼ା ବେପାର ଠାରୁ ଦୂରେଇ ରହିପାରିବ? 

ଅଜିତ ପାୱାରଙ୍କ ଦେହାନ୍ତ ଓ ଏନସିପିର ଭାଗ୍ୟ 

ଶରଦ ପାୱାରଙ୍କ ପରେ ଏନସିପିର ଚେହେରା ଭାବେ ଦୁଇ ଜଣ ରହିଥିଲେ। ସେମାନେ ହେଲେ ଅଜିତ ପାୱାର ଓ ସୁପ୍ରିୟା ସୁଲେ। ଶରଦ ପାୱାରଙ୍କ ଝିଅ ସୁପ୍ରିୟା ଦିଲ୍ଲୀରେ ଏନସିପି ଚେହେରା। ଅଜିତ ପାୱାର ହିଁ ରାଜ୍ୟରେ ଜଣେ ପ୍ରମୁଖ ରାଜନେତା ଓ ରଣନୀତିଜ୍ଞ ଭାବେ କାର୍ଯ୍ୟ କରୁଥିଲେ। 

ଯଦି ଏନସିପିର ଦୁଇ ଗୋଷ୍ଠୀ ଏକାଠି ହୋଇଥାଆନ୍ତା, ତା’ହେଲେ ଅଜିତ ପାୱାରଙ୍କୁ ଦାଦା ବୋଲି କହୁଥିବା ସୁପ୍ରିୟା ସୁଲେ ସବୁଠାରୁ ଚର୍ଚ୍ଚିତ ଚେହେରା ଭାବେ ସାମ୍ନାରେ ରହିଥାଆନ୍ତେ ଓ ଅଜିତ ପାୱାର ଗ୍ରାମୀଣ ମହାରାଷ୍ଟ୍ରରେ ନିଜର ମୂଳଦୁଆକୁ ଶକ୍ତ କରିଥାଆନ୍ତେ। 

ଏବେ ଅଜିତ ପାୱାରଙ୍କ ଅପ୍ରତ୍ୟାଶିତ ମୃତ୍ୟୁ ପରେ ମହାରାଷ୍ଟ୍ର ରାଜନୀତିର ସବୁଠାରୁ ବଡ଼ ଖେଳାଳି ଏନସିପିର ଗତି କେଉଁଆଡ଼େ ରହିବ? ଏନସିପି ବିଧାୟକମାନଙ୍କ କ’ଣ ହେବ ଓ ଏହାର ପ୍ରଭାବ କ’ଣ ଶାସକ ମହାୟୁତି ଉପରେ ପଡ଼ିବ, ତାହା ହିଁ ସବୁଠାରୁ ବଡ଼ ପ୍ରଶ୍ନ।

ଅଜିତ ପାୱାରଙ୍କ ପରିବାର 

ଅଜିତ ପାୱାରଙ୍କ ପୁତୁରା ରୋହିତ ପାୱାର ଜଣେ ବିଧାୟକ। ସେ ଏଯାଏ ରାଜନୀତି ମୈଦାନରେ ଏତେ ପ୍ରତିଷ୍ଠିତ ହୋଇନାହାନ୍ତି। ଅଜିତଙ୍କ ପତ୍ନୀ ସୁନେତ୍ରା ପାୱାର ରାଜ୍ୟସଭା ସାଂସଦ ତଥା ବାରାମତୀ ଟେକ୍ସଟାଇଲ କମ୍ପାନୀର ଅଧ୍ୟକ୍ଷ।

ଅଜିତଙ୍କ ଦୁଇ ପୁଅ ହେଲେ ପାର୍ଥ ଓ ଜୟ। ନିକଟରେ ପାର୍ଥ ରାଜନୀତିକୁ ଆସିବା ସହ ମାଭାଲ ଲୋକସଭାରୁ ନିର୍ବାଚନ ଲଢ଼ିଥିଲେ। କିନ୍ତୁ ତାଙ୍କୁ ବିପୁଳ ଭୋଟରେ ହାରିବାକୁ ପଡ଼ିଥିଲା। ଜୟ ସବୁବେଳେ ରାଜନୀତି ଠାରୁ ନିଜକୁ ଦୂରେଇ ରଖିଛନ୍ତି। 

Ajit Pawar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe