Advertisment

ସନ୍ଦେଶଖାଲି ମାମଲାରେ ମମତା ସରକାରକୁ ଝଟ୍‌କା, ବର୍ଷିଲେ ସୁପ୍ରିମକୋର୍ଟ

ଜଣେ ବ୍ୟକ୍ତିଙ୍କ ବିରୋଧରେ ଚାଲିଥିବା ତଦନ୍ତକୁ ରାଜ୍ୟ ସରକାର ବିରୋଧ କରୁଥିବା ନେଇ କୋର୍ଟ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି।

Supreme-Court-and-Mamata-Banerjee

Supreme-Court-and-Mamata-Banerjee

Advertisment

ପଶ୍ଚିମବଙ୍ଗର ବହୁଚର୍ଚ୍ଚିତ ସନ୍ଦେଶଖାଲି ହିଂସା ମାମଲାରେ ମମତା ବାନାର୍ଜୀ ସରକାରଙ୍କୁ ଲାଗିଛି ବଡ ଝଟ୍‌କା। ଏହି ମାମଲାରେ ପଶ୍ଚିମବଙ୍ଗ ସରକାର ତରଫରୁ କରାଯାଇଥିବା ତତ୍କାଳ ଶୁଣାଣି ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି। ଏଥିସହ ସନ୍ଦେଶଖାଲି ମାମଲାରେ ସିବିଆଇ ତଦନ୍ତ ଜାରି ରହିବ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି।

Advertisment

ନିକଟରେ କଲିକତା ହାଇକୋର୍ଟ ସନ୍ଦେହଖାଲି ମାମଲାରେ ସିବିଆଇ ତଦନ୍ତ କରିବାକୁ ରାୟ ଦେଇଥିଲେ। ତେବେ ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲା ପଶ୍ଚିମବଙ୍ଗ ସରକାର। ଆଜି ଏହି ମାମଲାରେ ଜଷ୍ଟିସ ବିଆର ଗବଇ ଏବଂ ଜଷ୍ଟିସ ସନ୍ଦୀପ ମେହେତାଙ୍କ ବେଞ୍ଚ ଶୁଣାଣି ବେଳେ ପଶ୍ଚିମବଙ୍ଗ ସରକାର ଉପରେ ବର୍ଷିଛନ୍ତି। ହାଇକୋର୍ଟ ଦେଇଥିବା ଆଦେଶକୁ ସ୍ଥଗିତ ରଖାଯାଇ ପାରି ନାହିଁ ବୋଲି ବେଞ୍ଚ କହିଛନ୍ତି।

ଏଥିସହ ଶୁଣାଣି ସମୟରେ ଜଣେ ବ୍ୟକ୍ତିଙ୍କ ବିରୋଧରେ ଚାଲିଥିବା ତଦନ୍ତକୁ ରାଜ୍ୟ ସରକାର ବିରୋଧ କରୁଥିବା ନେଇ କୋର୍ଟ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଜଣେ ବ୍ୟକ୍ତିଙ୍କ ସ୍ୱାର୍ଥ ରକ୍ଷା ପାଇଁ ରାଜ୍ୟ ସରକାର କିପରି ସୁପ୍ରିମକୋର୍ଟଙ୍କ ନିକଟକୁ ଯାଇପାରିବେ? ବୋଲି ପ୍ରଶ୍ନ କରିଛନ୍ତି।

Advertisment

ସୁପ୍ରିମକୋର୍ଟ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ରାଜ୍ୟର ମମତା ବାନାର୍ଜୀ ସରକାର ଏଠାରେ ବିଚାରାଧୀନ ମାମଲା ଆଧାରରେ ହାଇକୋର୍ଟରୁ କୌଣସି ସୁବିଧା ନେବାକୁ ଚେଷ୍ଟା କରିପାରିବେ ନାହିଁ। ଏଥିସହ ଏହି ମାମଲର ତତ୍କାଳ ଶୁଣାଣି କରିବାକୁ ମଧ୍ୟ କୋର୍ଟ ମନା କରିଦେଇଛନ୍ତି। ଆସନ୍ତା ଜୁଲାଇ ଦ୍ୱିତୀୟ ସପ୍ତାହରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ।

କହିରଖୁ ଯେ, କଲିକତା ହାଇକୋର୍ଟ ଏପ୍ରିଲ ୧୦ ତାରିଖରେ ସନ୍ଦେଶଖାଲିରେ ମହିଳାଙ୍କ ଯୌନ ଶୋଷଣ ଏବଂ ଜମି ହଡପ ଅଭିଯୋଗର ତଦନ୍ତକୁ ସିବିଆଇକୁ ହସ୍ତାନ୍ତର କରିଥିଲେ। ରାଜ୍ୟ ସରକାର ଏହାକୁ ବିରୋଧ କରୁଛନ୍ତି। ଶାସକ ଦଳର ତୃଣମୂଳ କଂଗ୍ରେସ (ଟିଏମସି) ର ନିଲମ୍ବିତ ନେତା ଶେଖ ଶାହାଜାହାନ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଅଛନ୍ତି। ତାଙ୍କୁ ଏହି ମାମଲାରେ ଗିରଫ ମଧ୍ୟ କରାଯାଇଛି। ସେ ଏବଂ ତାଙ୍କ ସହଯୋଗୀମାନେ ମହିଳାଙ୍କ ଯୌନ ଉତ୍ପୀଡ଼ନ କରି ଜମି ହଡପ କରିଥିବା ଅଭିଯୋଗ ରହିଛି।

Mamata Banerjee West Bengal Supreme Court Sandeshkhali Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe