Advertisment

Supreme Court: ପ୍ରଶ୍ନ କଲେ ସୁପ୍ରିମକୋର୍ଟ: ବାହାଘର ପୂର୍ବରୁ ସେମାନେ କେମିତି ଶାରିରୀକ ସମ୍ପର୍କ ରଖିଲେ?

କୋର୍ଟ(Supreme Court) କହିଛନ୍ତି ଯେ ବାହାଘର ପୂର୍ବରୁ ପୁଅ ଓ ଝିଅ ପରସ୍ପରକୁ ଜାଣି ନଥାଆନ୍ତି। ଏଥିସହ ଶାରିରୀକ ସମ୍ପର୍କ ରଖିବା ପୂର୍ବରୁ ସତର୍କତା ଅବଲମ୍ବନ କରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି।

SC

ସୁପ୍ରିମକୋର୍ଟ

Advertisment

ବାହାଘରର ମିଛ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରିବା ଭଳି ଗୋଟିଏ ଅଭିଯୋଗର ଶୁଣାଣି କରିବା ବେଳେ ବଡ଼ କଥା କହିଛନ୍ତି ସୁପ୍ରିମକୋର୍ଟ। ବାହାଘର ପୂର୍ବରୁ ପୁଅ-ଝିଅଙ୍କ ମଧ୍ୟରେ ରହୁଥିବା ଶାରିରୀକ ସମ୍ପର୍କ ପ୍ରସଙ୍ଗରେ ଟିପ୍ପଣୀ କରିଛନ୍ତି ସର୍ବୋଚ୍ଚ ଅଦାଲତ।

Advertisment

କୋର୍ଟ(Supreme Court) କହିଛନ୍ତି ଯେ ବାହାଘର ପୂର୍ବରୁ ପୁଅ ଓ ଝିଅ ପରସ୍ପରକୁ ଜାଣି ନଥାଆନ୍ତି। ଏଥିସହ ଶାରିରୀକ ସମ୍ପର୍କ ରଖିବା ପୂର୍ବରୁ ସତର୍କତା ଅବଲମ୍ବନ କରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି।

ଜଷ୍ଟିସ ବିଭି ନାଗରତ୍ନା ଓ ଜଷ୍ଟିସ ଉଜ୍ଜ୍ୱଳ ଭୂୟାଁଙ୍କ ଖଣ୍ଡପୀଠ ଜଣେ ବ୍ୟକ୍ତିଙ୍କ ଆବେଦନର ବିଚାର କରୁଛନ୍ତି। ଉକ୍ତ ବ୍ୟକ୍ତି ଜଣେ ୩୦ ବର୍ଷୀୟ ମହିଳାଙ୍କୁ ବିବାହର ମିଛ ପ୍ରତିଶ୍ରୁତି ଦେଇ ତାଙ୍କ ସହ ବାରମ୍ବାର ଶାରିରୀକ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଛି। ହେଲେ ବ୍ୟକ୍ତି ଜଣଙ୍କ ପୂର୍ବରୁ ବିବାହିତ ଥିଲେ ଓ ଆଉ ଜଣେ ମହିଳାଙ୍କୁ ମଧ୍ୟ ଅଭିଯୋଗକାରୀଙ୍କ ସହ ଶାରିରୀକ ସମ୍ପର୍କ ରଖିବା ପରେ ବିବାହ କରିଥିଲେ।

Advertisment

ଲାଇଭ ଲର ରିପୋର୍ଟ ଅନୁସାରେ, ବ୍ୟକ୍ତି ଜଣଙ୍କ କରିଥିବା ଜାମିନ ଆବେଦନର ଶୁଣାଣି ବେଳେ କୋର୍ଟ ଏପରି ଟିପ୍ପଣୀ କରିଛନ୍ତି। ଶୁଣାଣି ବେଳେ ଜଷ୍ଟିସ ନାଗରତ୍ନା କହିଛନ୍ତି, “ସମ୍ଭବତଃ ଆମେ ପୁରୁଣାକାଳିଆ ଚିନ୍ତାଧାରର। କିନ୍ତୁ ବାହାଘର ପୂର୍ବରୁ ପୁଅ ଓ ଝିଅ ଅଜଣା ରହିଥାଆନ୍ତି। ସେମାନଙ୍କ ସମ୍ପର୍କ ଭଲ ହେଉ କି ଖରାପ। ସେମାନେ ପରସ୍ପରକୁ ଜାଣି ନଥାଆନ୍ତି। ଆମେ ବୁଝି ପାରୁ ନାହୁଁ ଯେ ସେମାନେ ବାହାଘର ପୂର୍ବରୁ ପରସ୍ପର ସହ କେମିତି ଶାରିରୀକ ସମ୍ପର୍କ ରଖିପାରିବେ? ସମ୍ଭବତଃ ଆମେ ପୁରୁଣାକାଳିଆ ଚିନ୍ତାଧାରାର। ଆପଣଙ୍କୁ ବାହାଘର ପୂର୍ବରୁ ସାବଧାନ ରହିବାକୁ ହେବ। ବାହାଘର ପୂର୍ବରୁ କାହା ଉପରେ ଭରସା କରିବା କଥା ନୁହେଁ।” 

ଅଭିଯୋଗକାରୀ ମହିଳା ୨୦୨୨ରେ ଗୋଟିଏ ମ୍ୟାଟ୍ରିମୋନିଆଲ ୱେବସାଇଟରେ ବ୍ୟକ୍ତିଙ୍କୁ ଭେଟିଥିଲେ। ବ୍ୟକ୍ତି ଜଣଙ୍କ ତାଙ୍କୁ ବାହା ହେବାର ପ୍ରତିଶ୍ରୁତି ଦେଇ ଦିଲ୍ଲୀ ଓ ଦୁବାଇରେ ଅନେକ ଥର ଶାରିରୀକ ସମ୍ପର୍କ ରଖିଥିଲେ। 

ମହିଳାଙ୍କ ଅଭିଯୋଗ ଅନୁଯାୟୀ, ବ୍ୟକ୍ତିଙ୍କ କଥାରେ ଦୁବାଇ ଯାଇଥିଲେ। ସେଠାରେ ସେ ତାଙ୍କୁ ବାହାଘରର ପ୍ରଲୋଭନ ଦେଖାଇ ଶାରିରୀକ ସମ୍ପର୍କ ରଖିଥିଲେ। ମହିଳାଙ୍କ ବିନା ସହମତିରେ ସେ ଉଭୟଙ୍କ ଆପତ୍ତିଜନକ ଭିଡିଓ ରେକର୍ଡ କରିଥିଲେ। ଏହାପରେ ଭିଡିଓ ଭାଇରାଲ କରିବାର ଧମକ ଦେଇଥିଲେ।

ଦୁବାଇରୁ ଫେରିବା ପରେ ମହିଳା ଜଣଙ୍କ ଜାଣିବାକୁ ପାଇଥିଲେ ଯେ ବ୍ୟକ୍ତି ଜଣଙ୍କ ପୂର୍ବରୁ ବିବାହିତ। ଏଥିସହ ସେ ୨୦୨୪ ମସିହା ଜାନୁଆରୀ ୧୯ରେ ପଞ୍ଜାବରେ ଦ୍ୱିତୀୟ ବିବାହ ମଧ୍ୟ କରିଥିଲେ। 

ଶୁଣାଣି ସମୟରେ ଜଷ୍ଟିସ ନାଗରତ୍ନା ଅଭିଯୋଗକାରୀ ମହିଳାଙ୍କ ଦୁବାଇ ଗସ୍ତ ଉପରେ ପ୍ରଶ୍ନ ଉଠାଇଛନ୍ତି। ଯେତେବେଳେ ସରକାରୀ ଓକିଲ କହିଥିଲେ ଯେ ଉଭୟ ମାଟ୍ରିମୋନିଆଲ ସାଇଟରେ ପରସ୍ପରକୁ ଭେଟିଥିଲେ ଓ ବାହା ହେବାକୁ ଯୋଜନା କରିଥିଲେ ସେତେବେଳେ ବିଚାରପତି କହିଥିଲେ ଯେ ଯଦି ମହିଳା ବାହାଘରକୁ ନେଇ ଏତେ ଦୃଢ଼ମନା ଥିଲେ, ତା’ହେଲେ ସେ ବାହାଘର ପୂର୍ବରୁ ଦୁବାଇ ଯିବାର ନଥିଲା। 

ଜଷ୍ଟିସ ନାଗରତ୍ନା କହିଛନ୍ତି ଯେ କୋର୍ଟ ଦୁଇ ଜଣଙ୍କୁ ମଧ୍ୟସ୍ଥା ବା ବୁଝାମଣା କେନ୍ଦ୍ରକୁ ପଠାଇବେ। ଏହା ଏମିତି ଏକ ମାମଲା ନୁହେଁ, ଯେଉଁଥିରେ ସହମତିରେ ସମ୍ପର୍କ ସ୍ଥାପନ କରିବା ପାଇଁ ଦୋଷୀ ସାବ୍ୟସ୍ତ କରାଯାଇ ପାରିବ। 

Supreme Court
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe