Advertisment

କେମିତି ଲାଇନଚ୍ୟୁତ ହେଲା ଟ୍ରେନ୍‌? ତଦନ୍ତ ଆରମ୍ଭ କଲେ ରେଲୱେ ସେଫଟି କମିଶନର

ଚଣ୍ଡିଗଡ଼-ଦିବ୍ରୁଗଡ଼ ଏକ୍ସପ୍ରେସ ଗତକାଲି ଉତ୍ତରପ୍ରଦେଶର ଗୋଣ୍ଡାରେ ଲାଇନଚ୍ୟୁତ ହୋଇଥିବା ବେଳେ ଏଥିରେ ୪ ଜଣଙ୍କ ମୃତ୍ୟୁ ଘଟିଛି ଓ ୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।

ଅଦ୍ୟତନ ହୋଇଛି
Train Accident

Train Accident

Advertisment

ଚଣ୍ଡିଗଡ଼-ଦିବ୍ରୁଗଡ଼ ଏକ୍ସପ୍ରେସ ଗତକାଲି ଉତ୍ତରପ୍ରଦେଶର ଗୋଣ୍ଡାରେ ଲାଇନଚ୍ୟୁତ ହୋଇଥିବା ବେଳେ ଏଥିରେ ୪ ଜଣଙ୍କ ମୃତ୍ୟୁ ଘଟିଛି ଓ ୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ତେବେ କେମିତି ଓ କେଉଁ ପରିସ୍ଥିତିରେ ଲାଇନଚ୍ୟୁତ ହେଲା ଟ୍ରେନ୍‌,  ତାହାର କାରଣ ଖୋଜିବାରୁ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛି ରେଳ ମନ୍ତ୍ରାଳୟ। ଫଳରେ ଏହି ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ରେଲୱେ ସେଫଟି କମିଶନର।

Advertisment

ଉତ୍ତରପ୍ରଦେଶର ଗୋଣ୍ଡାରେ ଚଣ୍ଡିଗଡ଼-ଦିବ୍ରୁଗଡ଼ ଏକ୍ସପ୍ରେସ୍ ଗତକାଲି ଲାଇନଚ୍ୟୁତ ହୋଇଥିଲା। ଏହି ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି

ବର୍ତ୍ତମାନ ଯୁଦ୍ଧକାଳୀନ ଭିତ୍ତିରେ ପୁନରୁଦ୍ଧାର କାର୍ଯ୍ୟ କରାଯାଉଛି। ରାତି ସାରା ଚାଲିଥିଲା କାମ। ଟ୍ରାକରୁ ଦୁର୍ଘଟଣାଗ୍ରସ୍ତ ଟ୍ରେନର ଗୋଟିଏ ପରେ ଗୋଟିଏ ବଗିକୁ ହଟାଯାଉଛି। ଅତ୍ୟାଧୁନିକ ମେସିନ୍ ଓ ଯନ୍ତ୍ରପାତି ଜରିଆରେ ଜୋରସୋରରେ ଚାଲିଛି ପୁନରୁଦ୍ଧାର ଓ ଟ୍ରାକ ମରାମତି କାମ। ଟ୍ରେନର ୮ଟି ବଗି ଲାଇନଚ୍ୟୁତ ହୋଇଥିଲା। ପାଖାପାଖି ୬ ଘଣ୍ଟା ଧରି ଚାଲିଥିଲା ଉଦ୍ଧାର କାର୍ଯ୍ୟ।

Advertisment

ମୃତକଙ୍କ ପରିବାରକୁ ୧୦ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛି ରେଳ ମନ୍ତ୍ରାଳୟ। ଗୁରୁତର ଆହତଙ୍କ ପାଇଁ ଅଢେଇ ଲକ୍ଷ ଓ ଆହତଙ୍କ ପାଇଁ ୫୦ ହଜାର ଟଙ୍କା ଘୋଷଣା କରାଯାଇଛି।

ଦୁର୍ଘଟଣାର କାରଣ ଖୋଜା ଚାଲିଥିବା ବେଳେ ଦିବ୍ରୁଗଡ଼ ଏକ୍ସପ୍ରେସରେ ଥିବା ଜଣେ ଲୋକ ପାଇଲଟ ସାଂଘାତିକ ବୟାନ ଦେଇଛନ୍ତି। ଟ୍ରେନ ଲାଇନଚ୍ୟୁତ ହେବା ପୂର୍ବରୁ ଡ୍ରାଇଭର ଜଣଙ୍କ ଭୟଙ୍କର ବିସ୍ଫୋରଣ ଶବ୍ଦ ଶୁଣିଥିବା ଦାବି କରିଛନ୍ତି। ତେବେ ଏହା କେଉଁ ପ୍ରକାରର ବିସ୍ଫୋରଣ ସେ କଥାଏ ଏଯାଏ ଜଣାପଡ଼ିନି। ଏବେ ରେଳବାଇ ଓ ପୁଲିସ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି।

ଟ୍ରେନର ୧୨ ବଗି ଲାଇନଚ୍ୟୁତ ହୋଇଥିଲେ ହେଁ ଏହାର ଉଭୟ ଲୋକ ପାଇଲଟ ସୁରକ୍ଷିତ ରହିଛନ୍ତି। ଦୁଇ ଜଣଙ୍କ ମଧ୍ୟରୁ ଜଣେ ହେଲେ ତ୍ରିଭୁବନ। ସେ କହିଛନ୍ତି ଯେ ଗୋଣ୍ଡା ନିକଟରେ ଟ୍ରେନ ଲାଇନଚ୍ୟୁତ ହେବା ପୂର୍ବରୁ ଜୋରରେ ବିସ୍ଫୋରଣ ଶବ୍ଦ ହୋଇଥିଲା।

ଏହାପରେ ଟ୍ରେନର ଗୋଟିଏ ପରେ ଗୋଟିଏ ବଗି ଲାଇନରୁ ବାହାରି ଯାଇଥିଲା। ଷ୍ଟେସନ ଠାରୁ ଅଳ୍ପ ଦୂରରେ ଟ୍ରେନଟି ଥିବାରୁ ଏହାର ବେଗ ଅଧିକ ନଥିଲା। ତେଣୁ ବିଶେଷ କିଛି କ୍ଷୟକ୍ଷତି ହୋଇନାହିଁ।

ତ୍ରିଭୁବନଙ୍କ ଏପରି ବୟାନ ପରେ ଅନ୍ତର୍ଘାତି କାର୍ଯ୍ୟର ଆଶଙ୍କା ପ୍ରକାଶ ପାଇଛି। ଏବେ ରେଳବାଇ ଉକ୍ତ ଦିଗରେ ତଦନ୍ତ ଆରମ୍ଭ କରିଛି।

Uttar Pradesh Train Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe