Advertisment

ଭାରତର ନିର୍ବାଚନରେ ବିଭ୍ରାଟ କରିବାକୁ ଚାଇନାର ମସୁଧା, AIକୁ କରିବ ଅସ୍ତ୍ର!

ତାଇୱାନର ରାଷ୍ଟ୍ରପତି ନିର୍ବାଚନର ଫଳାଫଳକୁ ପ୍ରଭାବିତ କରିବା ପାଇଁ ଚାଇନା AIର ବ୍ୟବହାର କରିଥିଲା। ଏହାପରେ ଭାରତୀୟ ନିର୍ବାଚନ ପାଇଁ ମାଇକ୍ରୋସଫ୍ଟ ପକ୍ଷରୁ ଏଭଳି ଚେତାବନୀ ଦିଆଯାଇଛି।

ଅଦ୍ୟତନ ହୋଇଛି
AI

AI

Advertisment

ଭାରତ ସମେତ ଆମେରିକା ଓ ଦକ୍ଷିଣ କୋରିଆରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ବିଭ୍ରାଟ ସୃଷ୍ଟି କରିବା ଲକ୍ଷ୍ୟରେ ରହିଛି ଚାଇନା। କୃତ୍ରିମ ଗୁଇନ୍ଦା ବା ଏଆଇ ଦ୍ୱାରା ବିଭିନ୍ନ ବିଷୟବସ୍ତୁ ତିଆରି କରି ନିର୍ବାଚନକୁ ପ୍ରଭାବିତ କରିବା ଯୋଜନାରେ ବେଜିଂ। ଏଭଳି କିଛି ଚେତାବନୀ ବିଲ ଗେଟ୍ସଙ୍କ ମାଇକ୍ରୋସଫ୍ଟ ଜାରି କରିଛି।

Advertisment

ତାଇୱାନର ରାଷ୍ଟ୍ରପତି ନିର୍ବାଚନର ଫଳାଫଳକୁ ପ୍ରଭାବିତ କରିବା ପାଇଁ ଚାଇନା AIର ବ୍ୟବହାର କରିଥିଲା। ଏହାପରେ ଭାରତୀୟ ନିର୍ବାଚନ ପାଇଁ ମାଇକ୍ରୋସଫ୍ଟ ପକ୍ଷରୁ ଏଭଳି ଚେତାବନୀ ଦିଆଯାଇଛି।

ଗତ ମାସରେ ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା ବିଲ ଗେଟ୍ସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନୂଆଦିଲ୍ଲୀରେ ଭେଟିଥିଲେ। ଏହି ସମୟରେ ଉଭୟ ସମାଜିକ, ମହିଳା ବିକାଶ, ସ୍ୱାସ୍ଥ୍ୟ ଓ କୃଷି କ୍ଷେତ୍ରର ବିକାଶରେ ଏଆଇର ବ୍ୟବହାର ଉପରେ ଗୁରୁତ୍ୱାରୋପ କରିଥିଲେ। ଉକ୍ତ ଆଲୋଚନାର ପରେ ମାଇକ୍ରୋସଫ୍ଟ ପକ୍ଷରୁ ଚାଇନାର ଯୋଜନା ସମ୍ପର୍କରେ ସୂଚନା ଦିଆଯାଇଛି।

Advertisment

ଚଳିତ ବର୍ଷ ୟୁରୋପୀୟ ୟୁନିୟନ ସହ ବିଶ୍ୱର ପ୍ରାୟ ୬୪ଟି ଦେଶରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି। ଏହି ଦେଶଗୁଡ଼ିକ ସାମୂହିକ ଭାବରେ ବିଶ୍ୱ ଜନସଂଖ୍ୟାର ପ୍ରାୟ ୪୯%। ତେଣୁ ଚାଇନା ବଡ଼ବଡ଼ ଦେଶର ସାଧାରଣ ନିର୍ବାଚନର ଫଳାଫଳ ନିଜ ଅନୁସାରେ ପ୍ରସ୍ତୁତ କରିବାକୁ AIକୁ ଅସ୍ତ୍ର କରିପାରେ।

ମାଇକ୍ରୋସଫ୍ଟର ବିପଦ ସଙ୍କେତ ଜାରି କରୁଥିବା ଗୁପ୍ତଚର ଟିମର ସୂଚନା ଅନୁଯାୟୀ, ଉତ୍ତର କୋରିଆ ସହାୟତାରେ ଚାଇନା ସମର୍ଥିତ ସାଇବର ଗ୍ରୁପଗୁଡ଼ିକ ୨୦୨୪ରେ ହେବାକୁ ଥିବା ବିଭିନ୍ନ ନିର୍ବାଚନକୁ ଟାର୍ଗେଟ କରିପାରନ୍ତି। ମାଇକ୍ରୋସଫ୍ଟ କହିଛି ଯେ ଚାଇନା ନିଜର ସ୍ୱାର୍ଥ ପାଇଁ ସୋଶାଲ ମିଡିଆ ମାଧ୍ୟମରେ AI ଦ୍ୱାରା ବିଭିନ୍ନ କଣ୍ଟେଣ୍ଟ ବା ବିଷୟବସ୍ତୁକୁ ବ୍ୟବହାର କରି ଜନମତକୁ ପ୍ରଭାବିତ କରିପାରେ।

ଚଳିତ ବର୍ଷ ଭାରତ, ଦକ୍ଷିଣ କୋରିଆ ଓ ଆମେରିକା ଭଳି ପ୍ରମୁଖ ଦେଶଗୁଡ଼ିକରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମୟରେ ଚାଇନା ନିଜର ସ୍ୱାର୍ଥ ସାଧାନ ପାଇଁ ଅତି କମରେ ଏଆଇ ସମ୍ବନ୍ଧୀୟ ବିଷୟବସ୍ତୁକୁ ସୃଷ୍ଟି କରିବ ଓ ଏହାର ପ୍ରଚାର କରିବ।

ଚାଇନା ପକ୍ଷରୁ ଏଆଇ ଦ୍ୱାରା ନକଲି ରାଜନୀତିକ ବିଜ୍ଞାପନ ତିଆରି କରାଯିବ। ମିଥ୍ୟା ବିଷୟବସ୍ତୁ ଓ ଡିଫେକ୍‌ ଦ୍ୱାରା ସୋଶାଲ ମିଡିଆରେ ବିଭିନ୍ନ ଭିଡିଓକୁ ପ୍ରଚାର କରିବାକୁ ଯୋଜନା ହୋଇଛି। ନିର୍ବାଚନ ବର୍ଷରେ ଏପରି କାମ ନିଶ୍ଚିତ ଭାବେ ଲୋକଙ୍କୁ ପ୍ରଭାବିତ କରିବ।

ଲୋକଙ୍କୁ ବିଭିନ୍ନ ପ୍ରାର୍ଥୀଙ୍କ ସମ୍ପର୍କରେ ବିଭ୍ରାନ୍ତୀକର ତଥ୍ୟ ଦେବାକୁ ଏଆଇ ପ୍ରମୁଖ ଭୂମିକା ଗ୍ରହଣ କରିପାରେ। ଯଦି କୌଣସି ବିଷୟବସ୍ତକୁ ଚେକ କରା ନଯାଏ, ତା’ହେଲେ ନକଲି ତଥା ମିଥ୍ୟା ବିଷୟବସ୍ତୁ ଜନମତକୁ ପ୍ରଭାବିତ କରିବ ବୋଲି ମାଇକ୍ରୋସଫ୍ଟ କହିଛି।

ସଂସ୍ଥା ପକ୍ଷରୁ କୁହାଯାଇଛି ଯେ ତାଇୱାନର ନିର୍ବାଚନ ସମୟରେ ଚାଇନାର ଗୋଟିଏ ସାଇବର ଗ୍ରୁପ ବେଶ ସକ୍ରିୟ ଥିଲା। ନକଲି ଅଡିଓ, ମେମ ଓ ଭିଡିଓ ଗ୍ରୁପ ପକ୍ଷରୁ AIକୁ ବ୍ୟବହାର କରି ତିଆରି କରାଯାଉଥିଲା। କିଛି ପ୍ରାର୍ଥୀଙ୍କୁ ବଦନାମ କରିବା ଓ ଭୋଟରଙ୍କ ଧାରଣାକୁ ପ୍ରଭାବିତ କରିବା ହିଁ ଏହାର ଉଦ୍ଦେଶ୍ୟ ଥିଲା। ସମାନ ସ୍ଥିତି ଭାରତରେ ସୃଷ୍ଟି କରିବାକୁ ଚାଇନା ମସୁଧା କରୁଥିବା ମାଇକ୍ରୋସଫ୍ଟ ଆକଳନ କରିଛି।

Artificial Intelligence Lok Sabha Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe